ଇଏ ସ୍ମାର୍ଟସିଟି ନା ଆଉ କଣ…? ଟିକିଏ ବର୍ଷାରେ ରାସ୍ତା ପାଲଟୁଛି ନଈ, ଭୁଏନଶରରେ ରହୁଛୁ କହିବାକୁ ଭାରି ଲାଜ ଲାଗୁଛିରେ ଭାଇ…

ଗୋଟେ ପଟେ ସହରୀ ସଭ୍ୟତା ଅନ୍ୟପଟେ ସହରୀ ଯନ୍ତ୍ରଣା ଓ ଜଳର ନିଷ୍ଠୁରତା... ସହରିଆଙ୍କ ମନରେ ପ୍ରଶ୍ନଚିହ୍ନଟିଏ ଲଗେଇ ଦେଇଛି । ସତରେ କଣ ସହରକୁ ଆସି ସେମାନେ ଫସିଗଲେ ? ଭୁବନେଶ୍ବର ଆସି ଭୁଲ କରିଦେଲେ ? କଣ ଆଗକୁ ଭୁବନେଶ୍ବର କହିଲେ ଲୋକେ ଭୁ’ଜଳେଶ୍ବର’ ବୋଲି ବିଚାର କରିବେ ?

village life

ଭୁବନେଶ୍ବର: ବର୍ଷା ହେଲେ ଆଉ ବାଲକୋନୀରେ ବସି ବର୍ଷାର ମଜା ନେଉ ନାହାନ୍ତି ସହରିଆ । ଦିନ ଥିଲା ବର୍ଷାକୁ କପେ କଫି ସହ ସହରିଆ ଉପଭୋଗ କରୁଥିବା ବେଳେ ବର୍ଷା ଓ କଫି କପର ଫଟୋ ଷ୍ଟାଟସ ଦେଉଥିଲେ । ରାଜଧାନୀର ବର୍ଷା କିଛି ଧନୀ ଲୋକଙ୍କ ପାଇଁ ଉପଭୋଗର ସୁଯୋଗ ତିଆରୁ ଥିବା ବେଳେ ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ବର୍ଷା ସାଜେ ସାଙ୍ଘାତିକ ଶତ୍ରୁ । ହେଲେ ଏବେ ସ୍ଥିତି ପୂରା ବଦଳିଯାଇଛି- ଆପଣ ଯଦି ଚଳିତ ବର୍ଷର ବର୍ଷା କିମ୍ବା ଗତ ୨-୪ ବର୍ଷର ବର୍ଷା ଓ ସହରିଆ ଭୋଗୁଥିବା ନାହିଁ ନଥିବା ଦୁଃଖକୁ ଦେଖୁଥିବେ ତାହାଲେ ଜାଣିପାରୁଥିବେ ଯେ- ରାଜଧାନୀରେ ବର୍ଷା କାହାକୁ ଛାଡେନି- ଧନୀ ଗରିବ ଦେଖିବି ବି ବର୍ଷା ବର୍ଷେନି । ଯିଏ ରାସ୍ତାରେ ଥିବ ବର୍ଷାରେ ବେହାଲ ହୋଇଥିବା ରାସ୍ତାରେ ଫସିବ, ବୁଡ଼ିବ, ଭାସିବ କିମ୍ବା କିଛି ଘଣ୍ଟା ପାଇଁ ନଈର ଭ୍ରମ ସୃଷ୍ଟି କରୁଥିବା ରାସ୍ତାରେ ହନ୍ତସନ୍ତ ହେବ ।

କାରଣ ରାଜଧାନୀରେ ଏବେ ଘଣ୍ଟାଏ କାଳ ଭଲକି ବର୍ଷା ହେଇଗଲେ ସ୍ଥିତି ପୂରା ସାଙ୍ଘାତିକ ହେଇଯାଉଛି । ପାଣି ପାଣି ହେଉଛି ପୂରା ଭୁବନେଶ୍ବର । ଲଗାଣ ବର୍ଷା ପରେ ଚାରିଆଡେ ପଶୁଛି ପାଣି... ଘର ଭିତରେ ପାଣି, ଘର ବାହାରେ ପାଣି । ରାସ୍ତାରେ ପାଣି, ବ୍ରିଜ ତଳେ ପାଣି, ବ୍ରିଜ ଉପରେ ବି ପାଣି... ସ୍ଥିତି ଏମିତି ହେଉଛି ରାସ୍ତାରେ ଗାଡି ଅଟକିଯାଉଛି । ସହର ସମୁଦ୍ର ପାଲଟିଲା ପରି ଲାଗୁଛି, ରାସ୍ତା ନଈ ପରି ଦିଶୁଛି । ବେକେ ପାଣିରେ କେଉଁଠି ପୁଣି ବଡ଼ ବଡ଼ ଗାଡ଼ି ଫସି ରହୁଛି ପୁଣି କେଉଁଠି ବାଇକ୍ ଭଳି ଗାଡ଼ି ଡଙ୍ଗା ପରି ଭାସିଯାଉଛି । ପାଣି ପାଇଁ ସହରିଆଙ୍କ ଜନଜୀବନ ଏକଦମ୍ ଜାମ୍ ହୋଇଯାଉଛି । ପ୍ରଳୟଙ୍କାରୀ ପାଣି ପାଟିରୁ ଜୀବନ ବଞ୍ଚାଇ ଘରକୁ ଫେରିବା ଏକପ୍ରକାର ମୁସକିଲ୍ ହୋଇପଡୁଛି... ମେଘର ମହାତାଣ୍ଡବ ଆଉ ଜଳାର୍ଣ୍ଣବ ସହରକୁ ଦେଖି ଏମିତି ଲାଗୁଛି ଭୁବନେଶ୍ୱରରେ ରହି ମଣିଷ ଭୁଲ କରିଦେଲା... ବରଂ ଗାଁ ଆଉ ଗାଉଁଲି ଜୀବବ ୟାଠୁ ଭାରି ଭଲ ଥିଲା...

Untitled

ସମୟ ଥିଲା ବନ୍ୟା-ବାତ୍ୟାର ଖବର ମିଳିଲେ କି ବଡ଼ ବର୍ଷା ହେବାର ପାଣଇପାଗ ବିଭାଗ ପୂର୍ବାନୁମାନ କଲେ ଗାଁଉଲି ଲୋକେ ଡରନ୍ତି । ହେଲେ ଭୁବନେଶ୍ୱରବାସୀଙ୍କର ଚିନ୍ତା ନଥାଏ । କାରଣ ସେମାନେ ତ ବଡ ବଡ କୋଠା ଘରେ ରହୁଛନ୍ତି। ତେଣୁ ତାଙ୍କର କିଛି ଫରକ ପଡେନି । ବର୍ଷା ହେଲେ ନା ସେମାନେ ଭାସି ଯାଉଛନ୍ତି ନା ନା ବୁଡି ଯାଉଛନ୍ତି ।ଏମିତି ଭାବନା ନେଇ ସହର ଓ ଗାଁକୁ ତଉଲୁଥିବା କିଛି ଲୋକଙ୍କ ପାଇଁ ଏବେ ସହରୀ ଜୀବନ ହେଇଛି ଭାରି ହିନିମାନ । କାରଣ ବର୍ଷା ପବନ ସିନା କୋଠା ଘରେ କ୍ଷତି ଏତେ କରିପାରିବନି କିନ୍ତୁ ବର୍ଷା ରାସ୍ତା ବୁଡାଇବ, ଘରେ ପାଣି ପଶେଇବ । ତେଣୁ ସହରରେ ବି ବର୍ଷାରୁ ଆଉ ତ୍ରାହି ନାହିଁ ବୋଲି କିଛି ଭାବିଲେଣି । 

Untitled-31

ଏଇ ଗତକାଲି କଥା ଦେଖୁ ନାହାନ୍ତି- ରାଜଧାନୀରେ ହଠାତ୍ ବଦଳିଗଲା ପାଗ । ମାଡି ଆସିଲା ଘନ ଅନ୍ଧାର । ପ୍ରଚଣ୍ଡ ଶବ୍ଦରେ ଘଡ଼ଘଡ଼ିକୁ ତୁହାକୁ ତୁହା ବିଜୁଳି । ଏପଟେ କଳା ଅନ୍ଧାରକୁ ସେପଟେ ଢ଼ୋ ଢ଼ୋ ବର୍ଷା । ହଠାତ୍ ପାଗର ମିଜାଜ ବଦଳିଯିବା ପରେ ବେହାଲ ହୋଇଗଲା ଭୁବନେଶ୍ବର । ଘଣ୍ଟାଏରୁ ଅଧିକ ସମୟ ଧରି ଭୁବନେଶ୍ବରରେ ବର୍ଷା ଛେଚିଲା ଯେ ଛେଚିଲା । ନା କମିବାର ନା ଧରୁଥିଲା ନା ପୂରା ଛାଡୁଥିଲା । ଚାହୁଁଚାହୁଁ ପ୍ରବଳ ବର୍ଷା ପରେ ରାଜଧାନୀ ଉବୁଟୁବୁ ହୋଇଗଲା । ରାସ୍ତା ସବୁ ନଈର ଭ୍ରମ ସୃଷ୍ଟି କଲା । ବାସ୍ ରାଜଧାନୀର ମଣିଷ ପାଣି ଭିତରେ ଫସିଗଲା । 

Untitled-17

Untitled-16

ଖାଲି କଣ ଭୁବନେଶ୍ବର- ସବୁ ସହରରେ ବର୍ଷା ଟିକେ ହେଲେ ଏବେ ସ୍ଥିତି ସାଙ୍ଘାତିକ ହେଉଛି । ପ୍ରବଳ ବର୍ଷା ପରେ ତଳିଆ ଅଞ୍ଚଳରେ ଜଳ ତାଣ୍ଡବ ରଚୁଛ । ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସୁଛି । ଲଗାଣ ବର୍ଷା ସହରିଆଙ୍କ ଆଖିରେ ଲୁହ ଦେଉଛି, ଆଣ୍ଠୁଏ ଆଣ୍ଠୁଏ ପାଣି ପାଇଁ ଲୋକଙ୍କ ଆଖିର ନିଦ ନିଖୋଜ ହେଉଛି । ପାଣି ପାଇଁ କାହା ଘରେ ଚୁଲି ଜଳୁନି, କିଏ ସାରା ରାତି ଉପାସ ଶୋଉଛି । ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୋକ ତ ରାତି ତମାମ ଚେଉଁଛନ୍ତି । କିଛି ଦିନ ତଳେ କୋଲକାତାରୁ ସେମିତି କିଛିଚିତ୍ର ଆସିଥିବା ବେଳେ ଗତବର୍ଷ ଭୁବନେଶ୍ବରରେ ଲୋକେ ଖଟ ଉପରେ ଘରର ସାମଗ୍ରୀ ରଖି ରାତି ତମାମ ଚେଇଁ ବସିଥିବାର ଚିତ୍ର ଏ ରାଜ୍ୟ ଦେଖିଛି ।

New Project (1)

ଗୋଟେ ପଟେ ସହରୀ ସଭ୍ୟତା ଅନ୍ୟପଟେ ସହରୀ ଯନ୍ତ୍ରଣା ଓ ଜଳର ନିଷ୍ଠୁରତା ସହରିଆଙ୍କ ମନରେ କେବେକେବେ ପ୍ରଶ୍ନଚିହ୍ନଟିଏ ଲଗେଇ ଦେଉଛି କି ସତରେ କଣ ସହରକୁ ଆସି ସେମାନେ ଫସିଗଲେ ? ଜୀବନକୁ ଉପଭୋଗ କରିବାକୁ, ଆଡଭାନ୍ସ ହେବାକୁ ପରିବାର ଧରି ସହରୀ ମୁହାଁ ହୋଇ ସେମାନେ କିଛି ଭୁଲ କରିଦେଲେ କି ? କାଇଁ ପୂର୍ବରୁ ତ କିଛି ସମସ୍ୟା ହେଉ ନଥିଲା ଏବେ ବର୍ଷା ବେହାଲ କରିବା ପରେ ସବୁ ଯେମିତି ଭୂଲଭାଲ ହେଲା ପରି କାହିଁ ଲାଗୁଛି ? କଣ ପାଇଁ ଗାଁ ଓ ସହରକୁ ତୁଳନା କରାଯାଉଛି ? ସହରର ସଂଜ୍ଞା କହିଲେ କଣ ଆଗକୁ ଲୋକେ- ଗୋଟେ ଚକମକ ରାସ୍ତା, ବତୀଖୁଣ୍ଟର ଭିଡ, ପେଁ ପାଁ ଗାଡ଼ି ଶବ୍ଦରେ ସବୁ ଦିନ ଭଲ ହେଲେ ବର୍ଷାରେ ରାସ୍ତାଗୁଡା ନଈ ପାଲଟେ ବୋଲି ବୁଝିବେ…?? ଭୁବନେଶ୍ବର କହିଲେ ଲୋକେ ଭୁ’ଜଳେଶ୍ବର’ ବୋଲି ବିଚାର କରିବେ ? ଏ ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe