ଗଛରେ ମଣିଷ ଭଳି ଦିଶୁଥିବା ବୁଢ଼ିଆଣୀକୁ ଦେଖି ଲୋକେ ଭୟଭୀତ ହେଲେ; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଯଦି ଆପଣ ବୁଢ଼ିଆଣୀ ଦେଖିଲେ ଭୟ କରନ୍ତି  ତେବେ ଚୀନରେ ଦେଖାଯାଉଥିବା ଏହି ବୁଢ଼ିଆଣୀଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମଣିଷ ଭଳି ଦିଶୁଥିବା ଏହି ବୁଢ଼ିଆଣୀକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ବୁଢ଼ିଆଣୀ ଚୀନର ହୁନାନ ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ଲାଗିଥିବା ଗଛରେ ଦେଖିବାକୁ ମିଳିଛି। ଏହି ବୁଢ଼ିଆଣୀ ବିଷାକ୍ତ ବୋଲି କୁହାଯାଉଛି। ବିଚିତ୍ର ବୁଢ଼ିଆଣୀକୁ ଦେଖି ସୋସିଆଲ ମିଡିଆର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଚୀନର ଖବରକାଗଜ  ‘ପିପୁଲ୍ସ ଡେଲି’ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓରେ ମଣିଷର ଚେହେରା ଭଳି ବୁଢ଼ିଆଣୀକୁ ଅତି ପାଖରୁ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଜୁଲାଇ ୧୬ରେ ସେୟାର କରାଯାଇଥିଲା। ଟୁଇଟର ବ୍ୟବହାରକାରୀ ଏହି ଭିଡିଓ ଦେଖି ଭିନ୍ନଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ସେହିପରି କିଛି ବ୍ୟବହାରକାରୀ ଏହାକୁ ‘ନ୍ୟୁ-ସ୍ପାଇଡର-ମ୍ୟାନ୍‌’ ବୋଲି କହୁଛନ୍ତି।

ତେବେ ଏହା ପୂର୍ବରୁ ବି ମନୁଷ୍ୟ ଭଳି ଦିଶୁଥିବା ଏକ ବୁଢ଼ିଆଣୀ ଦେଖିବାକୁ ମିଳିଥିଲା। ୨୦୧୮ ଡିସେମ୍ବରରେ ଆସାମରେ ଏଭଳି ବୁଢ଼ିଆଣୀ ଲୋକମାନଙ୍କ ଦୃଷ୍ଟି ଗୋଚର ହୋଇଥିଲା। ଆସାମ ଲୋକମାନେ ଏହି ବୁଢ଼ିଆଣୀକୁ ସ୍ପାଇଡର ମ୍ୟାନ୍‌ ବୋଲି ନାମ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe