ବଦଳିଗଲା ଜୀବନ : ସକାରାତ୍ମକ ଚିନ୍ତା ସହ ଲୁକାୟିତ ପ୍ରତିଭାର ବିକାଶ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କ ଆହ୍ବାନ

Advertisment
ବଦଳିଗଲା ଜୀବନ : ସକାରାତ୍ମକ ଚିନ୍ତା ସହ ଲୁକାୟିତ ପ୍ରତିଭାର ବିକାଶ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କ ଆହ୍ବାନ

ସକାରାତ୍ମକ ଚିନ୍ତା ରଖିବା ସହ ସଂପ୍ରତି ଭୀଷଣ ଗରମ ଅନୁଭୂତ ହେଉଥିବାରୁ ସୁଷମ ଏବଂ କମ୍ ତେଲ ଓ ମଶଲା ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ଭାରତୀୟ ମହିଳା ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଆହ୍ବାନ କରିଛନ୍ତି।

ଅବସୋସ ଦୂର କରିବା ଏବଂ ନିଜ ଲୁକାୟିତ ପ୍ରତିଭାର ବିକାଶ ପାଇଁ ଲକଡାଉନ ଭଲ ସୁଯୋଗ ନେଇ ଆସିଛି। ଏଣୁ କିଛି ନା କିଛି ନୂଆ କାମ କିମ୍ବା ଅଭ୍ୟାସ ଆରମ୍ଭ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିଭଳି ଆରୋଗ୍ୟସେତୁ ଆପ୍ ଡାଉନ୍ ଲୋଡ୍ କରି ସେଥିରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଦିଆଯାଇଥିବା ଖାଦ୍ୟ ସାରଣୀର ଅନୁସରଣ କରିବାକୁ ଶ୍ରଦ୍ଧାଞ୍ଜଳି କହିଛନ୍ତି। କେବଳ କ୍ରୀଡ଼ାବିତ ନୁହେଁ ସାଧାରଣଜନତା ମଧ୍ୟ ନିଜ ନିଜର ଫିଟନେସ୍ ପାଇଁ ବ୍ୟାୟାମ ଓ ଇନ୍‌ଡୋର ଅଭ୍ୟାସ ଜାରି ରଖନ୍ତୁ ବୋଲି ମଧ୍ୟ ଶ୍ରଦ୍ଧାଞ୍ଜଳି ପରାମର୍ଶ ଦେଇଛନ୍ତି।

ଶ୍ରଦ୍ଧାଞ୍ଜଳି ନିଜେ ଏବେ ଅନ୍‌ଲାଇନ୍‌ରେ ଫୁଟ୍‌ବଲ୍‌ ପ୍ରଶିକ୍ଷଣର କଳା ଶିଖୁଛନ୍ତି। ଏଭଳି ବ୍ୟବସ୍ଥା କରିଥିବା ସର୍ବଭାରତୀୟ ଫୁଟବଲ୍ ସଂଘ, ଓଡ଼ିଶା ଅଲିମ୍ପିକ୍ସ ସଂଘ, ଫାଓ ଓ ଅନ୍ୟାନ୍ୟ କ୍ରୀଡ଼ା ସଂଗଠନକୁ ଧନ୍ୟବାଦ ଦେଇଛନ୍ତି। ସେହିଭଳି ସାମାଜିକ ଦାୟିତ୍ବ ପୂରଣ କରି ନିଜ ଦରମାର କିଛି ଅଂଶ କରୋନା ଲଢ଼େଇ ପାଇଁ ଦାନ କରିବା ସହ କରୋନା ପୀଡ଼ିତଙ୍କ ପାଇଁ ନେଇଥିବା ବିଭିନ୍ନ ହିତକର ପଦକ୍ଷେପ ଲାଗି ବୃତ୍ତିଗତ ସଂସ୍ଥା ନଲକୋକୁ ଧନ୍ୟବାଦ ଦେଇଛନ୍ତି। ଏବେ ହାତରେ ପର୍ଯ୍ୟାପ୍ତ ସମୟ ଥିବାରୁ ନିଜ ବଡ଼ ଭଉଣୀ ପୁଷ୍ପାଞ୍ଜଳି ଓ ଗୀତାଞ୍ଜଳିଙ୍କଠାରୁ ରୋଷେଇଶାଳରେ ନୂଆ ନୂଆ ଡିସ୍ ଶିଖୁଛନ୍ତି। ତା’ ସହ ୭୪ ବର୍ଷୀୟ ପିତା ନେତ୍ରାନନ୍ଦ ସାମନ୍ତରାୟଙ୍କ ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ନେଇଥିବା ଲକଡାଉନ ନିଷ୍ପତ୍ତିକୁ ଶ୍ରଦ୍ଧାଞ୍ଜଳି ସ୍ବାଗତ କରିଛନ୍ତି। ସେହିଭଳି ଏକତ୍ର ହୋଇ ଆମେ କରୋନା ବିପତ୍ତିକୁ ଟାଳି ପାରିବା ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe