ଏହି ପାଞ୍ଚଟି ଜିନିଷ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ, ଜାଣନ୍ତୁ ଏହା ପଛର ତାତ୍ପର୍ଯ୍ୟ

Advertisment
ଏହି ପାଞ୍ଚଟି ଜିନିଷ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ, ଜାଣନ୍ତୁ ଏହା ପଛର ତାତ୍ପର୍ଯ୍ୟ

ଶ୍ରୀକୃଷ୍ଣଙ୍କର ପାଞ୍ଚଟି ଜିନିଷ ଅତି ପ୍ରିୟ ଥିଲା। ସେଗୁଡିକ ହେଲା ବଂଶୀ, ଗାଈ, ମୟୂରଚୂଳ, ଲହୁଣୀ ଏବଂ ମିଶ୍ରି ଓ ପଦ୍ମଫୁଲର ମାଳା। ଆଜି ମଧ୍ୟ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ଜିନିଷ ପ୍ରଦାନ କରୁଛନ୍ତି। ଏହି ଜିନିଷ ପଛରେ କିଛି ରହସ୍ୟ ରହିଛି।

ବାଂଶୁରୀ ବା ବଂଶୀ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ। ପ୍ରଭୁ ଉଭୟ ଦୁଃଖ ଏବଂ ଖୁସି ସମୟରେ ବଜାଉଥିଲେ। ବଂଶୀ ବାଉଁଶରେ ତିଆରି କିନ୍ତୁ ଏଥିରେ ଗଣ୍ଠି ନ ଥାଏ। ସେହିପରି ମନୁଷ୍ୟକୁ କାହାର ଖରାପ ବ୍ୟବହାରକୁ ମନରେ ବେଶି ସମୟ ଗଣ୍ଠି ପକାଇ ରଖିବା ଉଚିତ ନୁହେଁ। ବଂଶୀ ଆପେ ଆପେ ବାଜେ ନାହିଁ। ଯେ ପର୍ଯ୍ୟନ୍ତ ନ କୁହାଯାଇଛି, ସେହି ଯାଏଁ ଅଯଥାରେ କଥା କହିବା ଉଚିତ୍‌ ନୁହେଁ। ଯେତେବେଳେ ବଂଶୀ ବାଜିଥାଏ, ମଧୁର ସ୍ୱରରେ ହିଁ ବାଜେ। ଅର୍ଥାତ୍‌ ଯେତେବେଳେ ବି କିଛି କହୁଛ, ମଧୁର ବଚନ ହିଁ କୁହ।

ଗାଈ କୃଷ୍ଣଙ୍କର ଅତି ପ୍ରିୟ। ଗୋସେବା କଲେ ଶାନ୍ତି ମିଳିଥାଏ। ଯିଏ ଗୋମାତାଙ୍କୁ ପ୍ରଣାମ କରିଥାଏ, ସେ ସବୁ ପାପରୁ ମୁକ୍ତି ପାଇଥାଏ।

publive-image

ମୟୂର ଏକମାତ୍ର ପ୍ରାଣୀ ଯିଏ କି ବ୍ରହ୍ମଚର୍ଯ୍ୟର ପାଳନ କରିଥାଏ। ମୟୂରୀ ମୟୂର ଆଖିର ଲୁହ ପିଇ ସନ୍ତାନ ଜନ୍ମ ଦେଇଥାଏ। ଏଥିପାଇଁ ଶ୍ରୀକୃଷ୍ଣଙ୍କୁ ମୟୂରଚୂଳ ବହୁତ ଭଲ ଲାଗେ।

ପଦ୍ମ ପଙ୍କରେ ଫୁଟୁଥିଲେ ମଧ୍ୟ ଦେଖିବାକୁ ବହୁୁତ ସୁନ୍ଦର ଏବଂ ପବ୍ରିତତାର ପ୍ରତୀକ ହୋଇଥାଏ। ଆପଣ ଗୁଣବାନ୍‌ ହୋଇଥିଲେ, ଆପଣଙ୍କ ଚାରିପାଖରେ ଖରାପ ଲୋକଥିଲେ ମଧ୍ୟ ଆପଣ ପ୍ରଭାବିତ ହୋଇପାରିବେ ନାହିଁ।

ଲହୁଣି ଏବଂ ମିଶ୍ରି ଭୋଗ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ। ଅର୍ଥାତ୍‌ ମିଶ୍ରିକୁ ଯେତେବେଳେ ଲହୁଣୀ ସହିତ ମିଶାଯାଏ, ତାହା ଭଲ ଭାବରେ ମିଶିଯାଇଥାଏ। ଆମର ବ୍ୟବାହର ଏପରି ରହିବା ଦରକାର ଯେ ଆମର ଚାରିପାଖରେ ଥିବା ଲୋକ ଯେପରି ଆମ ପ୍ରତି ଆକୃଷ୍ଟ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe