ଖେଳାଳିଙ୍କ ପାଇଁ ଷ୍ଟାଡିୟମ୍‌; ହେଲେ ଆଇଏଏସ୍‌ଙ୍କ କୁକୁର ପାଇଁ ସମୟ ପୂର୍ବରୁ କରାହେଉଛି ପଡ଼ିଆ ଖାଲି

ଖେଳାଳିଙ୍କ ପାଇଁ ଷ୍ଟାଡିୟମ୍‌; ହେଲେ ଆଇଏଏସ୍‌ଙ୍କ କୁକୁର ପାଇଁ ସମୟ ପୂର୍ବରୁ କରାହେଉଛି ପଡ଼ିଆ ଖାଲି

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ସରକାରୀ ଚାଳିତ ତ୍ୟାଗରାଜ ଷ୍ଟାଡିୟମ୍‌କୁ ନେଇ ଗତ କିଛି ମାସ ହେବ ଖେଳାଳି ଓ କୋଚ୍‌ମ‌ାନେ ଅଭିଯୋଗ କରି ଆସୁଥିବା ବେଳେ ଏବେ ସେହି ଅଭିଯୋଗ ପଛର ସତ୍ୟତା ଜଣାପଡ଼ିଛି। ଅଭିଯୋଗ ଆସୁଥିଲା କି ସେମାନେ ପୂର୍ବରୁ ଷ୍ଟାଡିୟମ୍‌ରେ ରାତି ୮.୩୦ ପର୍ଯ୍ୟନ୍ତ ଅଭ୍ୟାସ୍‌ କରୁଥିବା ବେଳେ ଏବେ ସେମାନଙ୍କୁ ୭ଟା ସୁଦ୍ଧା ପଡ଼ିଆ ଛାଡ଼ିବାକୁ କୁହାଯାଉଛି। ସେମାନେ ପଡ଼ିଆ ଛାଡ଼ିଲେ ଆଇଏଏସ୍‌ ଅଧିକାରୀ ତାଙ୍କ କୁକୁର ସହ ପଡ଼ିଆରେ ୱାକ୍‌ କରିବେ। ଖେଳାଳି ଓ କୋଚ୍‌ଙ୍କର ଏପରି ଅଭିଯୋଗକୁ ଏଡ଼ାଇ ଦେଇଥିଲେ ଆଇଏଏସ୍‌ ଅଧିକାରୀ ଜଣକ। ଅଧିକାରୀ ଜଣକ ହେଉଛନ୍ତି ଦିଲ୍ଲୀର ପ୍ରିନ୍ସିପାଲ୍‌ ସେକ୍ରେଟେରି ସଂଜୀବ ଖିର୍‌ୱାର୍‌।

ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଗଣମାଧ୍ୟମ ସଂସ୍ଥା ‘ଦ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ଟିମ୍‌ ଏକ ସପ୍ତାହ ଧରି ସଂଧ୍ୟାରେ ଷ୍ଟାଡିୟମ୍‌କୁ ଯାଇଥିଲେ। ସେଠାରେ ସେମାନେ ଦେଖିବାକୁ ପାଇଥିଲେ ଯେ ୬.୩୦ ବେଳୁ ଷ୍ଟାଡିୟମ୍‌ର ସିକ୍ୟୁରିଟି ପଡ଼ିଆ ଖାଲି କରିବାକୁ ସଭିଙ୍କୁ ସୂଚାଇ ଦେଉଥିଲେ। ତା’ର ଠିକ୍‌ କିଛି ସମୟ ପରେ  ସଂଜୀବ ଖିର୍‌ୱାର୍‌ ତାଙ୍କ କୁକୁରକୁ ନେଇ ସେଠାରେ ପହଞ୍ଚୁଥିଲେ।

ଏ ସଂପର୍କରେ ପଚରା ଯିବାରୁ ୧୯୯୪ ମସିହା କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀ ଜଣକ କୁହନ୍ତି, ‘ଏହା ସତ ଯେ ମୁଁ ମୋ କୁକୁରକୁ ନେଇ ଷ୍ଟାଡିୟମ୍‌କୁ ୱ‌ାକ୍‌ କରିବାକୁ ଯାଏ। ମାତ୍ର ମୋ ପାଇଁ ଖେଳାଳିମାନଙ୍କ ଅଭ୍ୟାସରେ ବାଧାପ୍ରାପ୍ତ ହୁଏ ତାହା ମିଛ।’

ଏହି ଷ୍ଟାଡିୟମ୍‌ଟିକୁ ୨୦୨୦ ମସିହାରେ କମନୱେଲଥ୍‌ ଗେମ୍‌ ପାଇଁ ତିଆରି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe