ଏଟିଏମରୁ ଟଙ୍କା ଉଠାଣ ଉପରେ ରୋକ୍‌ ଲଗାଇଲା ଏସବିଆଇ, ଜାଣନ୍ତୁ ଦିନକୁ କେତେ ଟଙ୍କା ଉଠାଇ ପାରିବେ

Advertisment
ଏଟିଏମରୁ ଟଙ୍କା ଉଠାଣ ଉପରେ ରୋକ୍‌ ଲଗାଇଲା ଏସବିଆଇ, ଜାଣନ୍ତୁ ଦିନକୁ କେତେ ଟଙ୍କା ଉଠାଇ ପାରିବେ

ଏଟିଏମରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଲା ଏସବିଆଇ। ଚଳିତ ମାସ ଶେଷ ସୁଦ୍ଧା ତଥା ଅକ୍ଟୋବର ୩୧ରୁ ହିଁ ଏହି ନିୟମ ଲାଗୁହେବାକୁ ଯାଉଛି। ଦେଶର ସବୁଠାରୁୁ ବଡ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଦିନକୁ କେତେ ଟଙ୍କା ଉଠାଇପାରିବେ ସେ ନେଇ ଘୋଷଣା କରିଛି। ତେବେ ୩୧ ଅକ୍ଟୋବରରୁ ବ୍ୟାଙ୍କ ଗ୍ରାହକମାନେ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ଏହି ସୀମା ୪୦ ହଜାର ଟଙ୍କା ରହିଛି।

publive-image

ଏସବିଆଇ ଶାଖାଗୁଡିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଏଟିଏମ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିତ୍ତି କରି ଏବଂ ଡିଜିଟାଲ-କ୍ୟାସଲେସ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ କ୍ୟାସ ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କରୁ ନିଷ୍ପତି ନିଆଯାଇଛି। ଉଭୟ କ୍ଲାସିକ୍‌ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ବି ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି। ତେବେ ବ୍ୟାଙ୍କର ଏହି ନିଷ୍ପତ୍ତି ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଲାଗୁ କରିଦିଆଯିବ।

publive-image

ସରକାର ଡିଜିଟାଲ ଟ୍ରାନଜାକ୍ସନ ଉପରେ ଅଧିକ ଗୁରୁତ୍ୱ ଦେବା ସତ୍ତ୍ୱେ ବି କ୍ୟାସ ଉଠାଣକୁ ନେଇ ନିୟମ କଡାକଡି କରିଛନ୍ତି। ଆକଳନ ଅନୁସାରେ, ବଜାରରେ କ୍ୟାସ୍‌ ଫ୍ଲୋ ନୋଟବନ୍ଦୀ ଦ୍ୱାରା ପୂର୍ବ ସ୍ତରରେ ପହଂଚିଯାଇଛି। ସେହିପରି ଗତ କିଛି ବର୍ଷରୁ ଏଭଳି କିଛି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ କାର୍ଡର କ୍ଲୋନ ବାଲା ଟାଉଟର ବ୍ୟାଙ୍କ ଗ୍ରାହକଙ୍କ ଡେବିଟ୍‌ କାର୍ଡର ପିନ ଚୋରିରେ ଲଗାଯାଇଥିବା କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଡିଭାଇସରୁ ଜାଣିନେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe