ସୁନା ପଦକ ହାସଲ କରିଥିବା ଖେଳାଳି ହେଲେ ଡେଲିଭରି ବଏ! ବଖାଣିଲେ ନିଜ ସଂଘର୍ଷର କାହାଣୀ...

ସୁନା ପଦକ ହାସଲ କରିଥିବା ଖେଳାଳି ହେଲେ ଡେଲିଭରି ବଏ! ବଖାଣିଲେ ନିଜ ସଂଘର୍ଷର କାହାଣୀ...

ନୂଆଦିଲ୍ଲୀ: ଫୁଡ ଡେଲିଭରି କମ୍ପାନି ଜୋମାଟୋ ନିଜର ଜଣେ ଡେଲିଭରି ବଏଙ୍କ ଭାବବିହ୍ବଳ କାହାଣୀ ସେୟାର କରିଛି। ଏହି ଡେଲିଭରି ବଏ ଜଣକ ରାଜ୍ୟସ୍ତରୀୟ ଦୌଡ଼ ପ୍ରତିଯୋଗିତ ଚମ୍ପିଆନ ରହିଛନ୍ତି। ସେ ଜୋମାଟୋରେ କାମ କରି ଦୁଇ ପଇସା ରୋଜଗାର କରି ନିଜର ଓ ତାଙ୍କ ଭଉଣୀଙ୍କ ସ୍ବପ୍ନ ପୂରା କରିବା ପାଇଁ ଆଶା ରଖିଛନ୍ତି।

ବିହାରର ବୈଶାଳି ଜିଲ୍ଲାରେ ରହୁଥିବା ଉକ୍ତ ଜୋମାଟୋ ବଏଙ୍କ ନାମ ମୁକେଶ କୁମାର। ମୁକେଶ ସ୍କୁଲ ସମୟରୁ ଦୌଡ଼ରେ ୪ଟି ସୁନା ପଦକ ହାସଲ କରିଛନ୍ତି। ସେ ବିଶାଖାପାଟନମ ଜାତୀୟସ୍ତରୀୟ ଖେଳରେ ମଧ୍ୟ ଭାଗ ନେଇଥିଲେ। ଏଥିରେ ସେ ଚତୁର୍ଥସ୍ଥାନ ଅଧିକାର କରିଥିଲେ। ଯେଉଁକାରଣରୁ ସେ ଭାଙ୍ଗି ପଡ଼ିଥି‌ଲେ। ଭାବିଥିଲେ ସେ ଆଉ କେବେ ଜିତି ପାରିବେ ନାହିଁ।

ଏଭଳି ସମୟରେ ତାଙ୍କ ଶିକ୍ଷକମାନେ ତାଙ୍କୁ ପ୍ରଭାବିତ କରିଥିଲେ। ବୁଝାଇଥିଲେ ଆଜି ସିନା ଜିତି ପାରିନାହଁ, ଆଗାମୀ ଦିନରେ ନିଶ୍ଚୟ ସଫଳତା ପାଇବ।

ମୁକେଶ କହନ୍ତି, ‘ମୋର ବାପା ଜଣେ ଚାଷୀ। ତାଙ୍କ ରୋଜଗାର ବହୁତ କମ। ଏହା ସତ୍ତ୍ବେ ବି ସେ ମୋତେ ସାହାଯ୍ୟ କରି ଆସିଛନ୍ତି। ଏହାପରେ ଆହୁରି କିଛି ଅର୍ଥର ଆବଶ୍ୟକ ପଡ଼ୁଥିଲା। ଏଭଳି ଅବସ୍ଥା ଦେଖି ମୋର ଜଣେ ସାଙ୍ଗ ଡେଲିଭରି ପାର୍ଟନର କରି ଟଙ୍କା ରୋଜଗାର କରିବାର ଉପାୟ ବତାଇଥିଲା। ଏହାପରେ ମୁଁ ଜୋମାଟୋରେ ଜଏନ କରିଥିଲି। ଜୋମାଟୋରୁ ଯେତେବେ‌ଳେ ମୋତେ ପ୍ରଥମ ପାରିଶ୍ରମିକ ମିଳିଥିଲା ମୁଁ ମୋ ଭଉଣୀ ପାଇଁ ଏକ ଜୋତା କିଣି ଦେଇଥିଲି। ମୋ ଭଉଣୀ ବି ଦୌଡ଼ରେ ରାଜ୍ୟସ୍ତରୀୟ ଚମ୍ପିଆନ ରହିଛି। ମୁଁ ଚାହୁଁଛି ସେ ଆଗକୁ ବଢ଼ୁ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସେ ସୁନା ପଦକ ଜିତୁ। ମୋ ପାଇଁ ବି ମୁଁ ସେୟା ଚିନ୍ତା କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe