Photo-Courtey Better India
ଅହମ୍ମଦାବାଦ: ଗୁଜୁରାଟର ରାଜକୋଟ ରାସ୍ତାରେ ଆପଣ ଏମିତି ଏକ ଆମ୍ବୁଲାନ୍ସ ଦେଖିବାକୁ ପାଇବେ, ଯାହା ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାଏ | ଲୋକଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜଣେ ମହିଳାଙ୍କ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ଗୁଜୁରାଟର ରାଜକୋଟରେ ରହୁଥିବା ସଂଗୀତା ହରେଶ ଶାହା ଏହି ସେବା ଯୋଗାଉଛନ୍ତି | କରୁଛନ୍ତି। ତେବେ ଏଭଳି କରିବା ପଛରେ ସଙ୍ଗୀତାଙ୍କ ଉଦ୍ଦେଶ୍ୟ ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ କରୋନା କାରଣରୁ ୨୦୨୧ ମସିହାରେ ସ୍ୱାମୀଙ୍କୁ ହରାଇବା ପରେ, ସେ ଜୀବନରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ | ସେ ଦେଖିଥିଲେ ଯେ, କରୋନା ସମୟରେ ଆମ୍ବୁଲାନ୍ସ ପାଇବା କେତେ କଷ୍ଟକର ଏବଂ ଅନେକ ପରିବାର ଅଛନ୍ତି ଯେଉଁମାନେ ଆମ୍ବୁଲାନ୍ସ ପାଇଁ ଅର୍ଥ ଦେବାକୁ ଅସମର୍ଥ । ଏସବୁ ଦେଖି ସଙ୍ଗୀତା ଅସହାୟ ଲୋକଙ୍କ ପାଇଁ ଏକ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଚିନ୍ତା କଲେ। ସେ ନିଜ ଖର୍ଚ୍ଚରେ ଏକ କାର କିଣି ଏହାକୁ ଆମ୍ବୁଲାନ୍ସରେ ପରିଣତ କରିଥିଲେ ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ହେବ ସେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ମାଗଣା ଆମ୍ବୁଲାନ୍ସ ସୁବିଧା ଯୋଗାଉଛନ୍ତି। ଏଥି ସହିତ, ଆର୍ଥିକ ସ୍ଵଛଳ ବ୍ୟକ୍ତିମାନେ କେବଳ ଡିଜେଲ ଏବଂ ଡ୍ରାଇଭର ଫି ଦେଇ ଏହାକୁ ବ୍ୟବହାର କରିପାରିବେ |
Photo-Courtey Better Indiaସଂଗୀତାଙ୍କ ସ୍ୱାମୀ ହରେଶ ଶାହା ରାଜକୋଟରେ କାମ କରୁଥିଲେ। କୋଭିଡ ଯୋଗୁଁ ତାଙ୍କ ଦେହାନ୍ତ ପରେ ତାଙ୍କର ସଞ୍ଚୟ ହିଁ ସଙ୍ଗୀତାଙ୍କର ସବୁ କିଛି ଥିଲା। କିନ୍ତୁ ସଞ୍ଚୟ ଅର୍ଥ ସେ ନିଜ ପାଇଁ ସଂପୂର୍ଣ୍ଣ ବ୍ୟବହାର କରିବା ପରିବର୍ତ୍ତେ ସେବା କାମ ପାଇଁ ଅର୍ଥର ଏକ ଅଂଶ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସେ ଆମ୍ବୁଲାନ୍ସ ଚଳାଉଥିବାବେଳେ ଅବସର ସମୟରେ ଗରିବ ପିଲାମାନଙ୍କୁ ପୋଷାକ ମଧ୍ୟ ଯୋଗାଇ ଦେଇଥାନ୍ତି | ପ୍ରତିଦିନ ସକାଳେ ସେ ତାଙ୍କର ଆମ୍ବୁଲାନ୍ସ ରାଜକୋଟରେ ଥିବା ସିଭିଲ ହସ୍ପିଟାଲ ନିକଟରେ ପାର୍କିଂ କରିଥାନ୍ତି | ଯେଉଁଠାକୁ ନିକଟସ୍ଥ ଗାଁର ଲୋକମାନେ ସାଧାରଣତଃ ଚିକିତ୍ସା ପାଇଁ ଆସନ୍ତି | ସଂଗୀତା କହିଛନ୍ତି ଯେ ନିକଟରେ ତାଙ୍କ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ ନେପାଳ ମଧ୍ୟ ଯାଇଥିଲା। ତାଙ୍କ ସ୍ୱାମୀଙ୍କ ଫଟୋ ମଧ୍ୟ ଏହି ଆମ୍ବୁଲାନ୍ସରେ ଅଛି | ସଂଗୀତା ଖୁସି ଯେ ସେ ସ୍ୱାମୀଙ୍କ ସଞ୍ଚିତ ଅର୍ଥକୁ ଏକ ଉତ୍ତମ ଉଦ୍ଦେଶ୍ୟ ରଖି ବ୍ୟବହାର କରିପାରିଛନ୍ତି |
Follow Us