କେନ୍ଦୁଝର: ଆସନ୍ତାକାଲି ଜାଗର। ଜାଗରରେ ଭକ୍ତମାନେ ଉପବାସ ରହି ମହାପ୍ରଭୁ ଶିବଙ୍କୁ ପୂଜା କରି ନିଜର ମନସ୍କାମନା ଜଣାଇଥାଆନ୍ତି। ଏଥିପାଇଁ ଆଜିଠାରୁ ସମସ୍ତ ଶିବ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଓଡ଼ିଶାରେ ଅନେକ ଶିବ ମନ୍ଦିର ଅଛି ଯାହାର ଅତୀତ ଆଉ ଅଲୌକିକତା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ତେବେ କେନ୍ଦୁଝର ଆନନ୍ଦପୁରରେ ମଧ୍ୟ ପ୍ରଭୁ ଉତ୍ତରେଶ୍ୱରଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି ଶୈବପୀଠ ପଛରେ ବି ଏକ ସୁନ୍ଦର କାହାଣୀ ରହିଛି।
/sambad/media/post_attachments/wp-content/uploads/2020/02/Screen-Shot-2020-02-19-at-4.12.46-PM.png)
ଗୋନାସିକା ଠାରୁ ବାହାରି ଥିବା ବୈତରଣୀ ନଦୀ ତଟରେ ୧୦୮ଟି ମହାଦେବ ମନ୍ଦିର ରହିଛି । ସେଥିମଧ୍ୟରୁ ଆନନ୍ଦପୁର ପୌରାଞ୍ଚଳର ୭ ନଂ ୱାର୍ଡରେ ରହିଛି ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମହାଦେବଙ୍କ ମନ୍ଦିର । କିମ୍ବଦନ୍ତୀ କହେ ଏକଦା ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଜଣେ ଲୋକ ଏହି ଜଙ୍ଗଲରେ ଟୁଙ୍ଗା ଆଳୁ ଖୋଳୁ ଖୋଳୁ ତାଙ୍କ ଶାବଳ ମୁନ ଏକ ପଥର ଦେହରେ ବାଜିଲା । ଆଉ ହଠାତ ସେହି ପଥରରରୁ ଝରଝର ହୋଇ ରକ୍ତ ବାହାରିଲା । ଆକସ୍ମିକ ଘଟଣା ଦେଖି ବ୍ୟକ୍ତି ଜଣଙ୍କ ଡରି ଯାଇଥିଲେ ଆଉ ଗାଁକୁ ଦୌଡି ଯାଇ ଲୋକଙ୍କୁ ଜଣାଇଥିଲେ । ତେବେ ଗାଁ ଲୋକେ ଉକ୍ତ ସ୍ଥାନରେ ଖୋଳାଖୋଳି ଆରମ୍ଭ କରିବା ପରେ ମାଟି ଭିତରୁ ଶିବଲିଙ୍ଗ ବାହାରିଥିଲେ। ପରେ କେନ୍ଦୁଝର ରାଜା ଖବର ପାଇ ଏଠାରେ ମନ୍ଦିର ନିର୍ମାଣ କରିଥିଲେ ।
ମହାଦେବ ଉତ୍ତର ଦିଗରୁ ବାହାରିଥିବାରୁ ସେହି ଅନୁସାରେ ସେବେଠାରୁ ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମହାଦେବ ନାଁରେ ପୂଜା ପାଇ ଆସୁଛନ୍ତି । ପ୍ରାତଃରୁ ମହାଦେବଙ୍କ ରୀତିନୀତି ଆରମ୍ଭ ହେଉଥିବା ବେଳେ କେବଳ ଜାଗରକୁ ଛାଡିଦେଲେ ଆଉ ସବୁଦିନ ଗୋଟିଏ ବେଳା ପୂଜା ପାଆନ୍ତି ମହାଦେବ । ପ୍ରତିବର୍ଷ ଶିବରାତ୍ରୀରେ ଏଠାରେ ୨୫ରୁ ୩୦ ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତ ମାନସିକ ପୂରା ପାଇଁ ଦୂରଦୂରାନ୍ତରୁ ଆସିଥାଆନ୍ତି ।
Follow Us