ରାସ୍ତା କଡ଼ରୁ ୩୮ ଲକ୍ଷ ଟଙ୍କାର ବ୍ୟାଗ୍‌ ପାଇବା ପରେ ଏପରି କଲେ ଯୁବକ

Advertisment
ରାସ୍ତା କଡ଼ରୁ ୩୮ ଲକ୍ଷ ଟଙ୍କାର ବ୍ୟାଗ୍‌ ପାଇବା ପରେ ଏପରି କଲେ ଯୁବକ

Cresit- Emmanuel Tuloe/ Facebook

ନୂଆଦିଲ୍ଲୀ: ଆଫ୍ରିକାର ଜଣେ ଯୁବକଙ୍କ ସାଧୁତା ଏବେ ବେଶ୍‌ ଚର୍ଚ୍ଚିତ ପାଲଟିଛି। ଜାଣିବାକୁ ମିଳିଛି ଯେ ଯୁବଙ୍କୁ ଜଣଙ୍କୁ ରାସ୍ତା କଡ଼ରୁ ୩୮ ଲକ୍ଷ ଟଙ୍କା ମିଳିଥିଲା। ସେହି ଟଙ୍କ‌ାକୁ ସେ ନିଜ ପାଖରେ ନରଖି ଟଙ୍କାର ଅସଲ ମାଲିକଙ୍କୁୁ ଦେଇଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସାଧୁତା ପାଇଁ ଆଫ୍ରିକାର ରାଷ୍ଟ୍ରପତି ତାଙ୍କୁ ୮ ଲକ୍ଷ ଟଙ୍କା ପୁରସ୍କାର ଦେବା ସହ ଏକ ଭଲ ସ୍କୁଲ୍‌ରେ ତାଙ୍କ ନାମ ଲେଖାଇଛନ୍ତି।

ଯୁବକ ଜଣକ ଏବେ ନିଜ ବୟସରୁ ୬ ବର୍ଷ ସାନ ପିଲାଙ୍କ ସହ ନିଜର ପାଠପଢ଼ା ଆରମ୍ଭ କରିଛନ୍ତି। ବିବିସିର ରିପୋର୍ଟ ମୁତାବକ, ୧୯ ବର୍ଷୀୟ ଏହି ଯୁବକଙ୍କ ନାମ ଇମେନୁଏଲ୍‌ ଟୁ‌ଲୋ। ସେ ପଶ୍ଚିମ ଆଫ୍ରିକାର ଲାଇବେରିଆରେ ରହନ୍ତି। ସେ ଜଣେ ଟାକ୍ସି ଡ୍ରାଇଭର୍‌ ଭାବେ କାମ କରି ନିଜ ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ମାତ୍ର ନିଜର ସ୍ବଳ୍ପ ରୋଜଗାରରେ ସବୁ ଖର୍ଚ ଉଠାଇ ପାରୁନଥିଲେ।

ଦିନେ ତାଙ୍କୁ ରାସ୍ତା କଡ଼ରେ ଏକ ଟଙ୍କା ବ୍ୟାଗ୍‌ ମିଳିଲା। ଯେଉଁଥିରେ ପ୍ରାୟ ୩୮ ଲକ୍ଷ ଟଙ୍କା ଥିଲା। ସେ ଯେତେବେ‌ଳେ ଏହି ଟଙ୍କା ଫେରାଇବା ନିଷ୍ପତ୍ତି ନେଲେ ଲୋକେ ତାଙ୍କ ମଜାକ ଉଡ଼ାଇବାରେ ଲାଗିଲେ। କିଛି ଲୋ‌କ କହିଲେ, ‘ତୁ ଗରିବ ହେଇକରି ହିଁ ମରିବୁ’। ମାତ୍ର ତାଙ୍କର ଏହି ବଡ଼ପଣ ରାଷ୍ଟ୍ରପତିଙ୍କ ମନ କିଣିନେଲା। ସେ ପୁରସ୍କାର ଆକାରରେ ଇମେନୁଏଲ୍‌ ଟୁ‌ଲୋଙ୍କୁ ୮ ଲକ୍ଷ ଟଙ୍କା ଦେବା ସହ ତାଙ୍କ ଭବିଷ୍ୟତକୁ ଉଜ୍ଜ୍ବଳମୟ କରିବାକୁ ଏକ ଭଲ ସ୍କୁଲ୍‌ରେ ନାମ ଲେଖାଇବ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe