୨୨ ଲକ୍ଷ ଟଙ୍କାର ଚାକିରି ଛାଡି ୟୁପିଏସସି ପାଇଁ ପ୍ରସ୍ତୁତି କଲେ, ଏବେ ପାଇଲେ ଆଇଏଏସ

୨୨ ଲକ୍ଷ ଟଙ୍କାର ଚାକିରି ଛାଡି ୟୁପିଏସସି ପାଇଁ ପ୍ରସ୍ତୁତି କଲେ, ଏବେ ପାଇଲେ ଆଇଏଏସ

ଚଣ୍ଡୀଗଡ଼: ଏକ ନାମିଦାମୀ କମ୍ପାନୀରେ ସେ ଚାକିରି କରୁଥିଲେ କିନ୍ତୁ ସଫ୍ଟୱେୟାର ଚାକିରି ତାଙ୍କୁ ବେଶୀ ଦିନ ବାନ୍ଧିପାରିନଥିଲା | ପିଲାଟିଦିନରୁ କିଭଳି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେ ନେଇ ସ୍ବପ୍ନ ଦେଖୁଥିବା ଅଙ୍କିତା ଚାକିରି ଛାଡି ପ୍ରସ୍ତୁତି ଚଳାଇଥିଲେ | ଆଉ ଶେଷରେ ଅଙ୍କିତା ସଫଳତା ପାଇଛନ୍ତି | ଅଙ୍କିତା ହରିୟାଣାର ଜିନ୍ଦ ଜିଲ୍ଲାର ଜୁଲାନା ଅଞ୍ଚଳର ବାସିନ୍ଦା | ଅଙ୍କିତା ପିଲାଟିଦିନରୁ ଖୁବ ଭଲ ପାଠ ପଢୁଥିଲେ | ସେ ଦ୍ୱାଦଶରେ ୯୭.୬% ପ୍ରତିଶତ ହାସଲ କରଥିଲେ | ଏହାପରେ ସେ ଆଇଆଇଟି ରୁର୍କିରୁ ବି.ଟେକ୍ କରିଥିଲେ |

ବି.ଟେକ କରିବା ପରେ କ୍ୟାମ୍ପସ୍ ପ୍ଲେସମେଣ୍ଟ୍ ମାଧ୍ୟମରେ ଅଙ୍କିତା ଓରାକଲ୍ ଇଣ୍ଡିଆ ଲିମିଟେଡ୍ ନାମକ ଏକ ସଫ୍ଟୱେୟାର କମ୍ପାନୀରେ ଚାକିରି ମିଳିଥିଲା | ଯେଉଁଠାରେ ତାଙ୍କୁ ବାର୍ଷିକ ୨୨ ଲକ୍ଷ ଟଙ୍କାର ପ୍ୟାକେଜ୍ ଦିଆଯାଇଥିଲା। କିନ୍ତୁ କମ୍ପାନୀରେ ୨ ବର୍ଷ କାମ କରିବା ପରେ ସେ ଚାକିରିରେ ସନ୍ତୁଷ୍ଟ ନଥିଲେ, ତେଣୁ ସେ ଏହାକୁ ଛାଡି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଅଙ୍କିତା ୨୦୨୧ ମସିହାରେ ୟୁପିଏସସି ପରୀକ୍ଷା ମଧ୍ୟ ଦେଇଥିଲେ। ଏଥିରେ ତାଙ୍କର ରାଙ୍କ ୩୨୧ ଆସିଥିଲା | କିନ୍ତୁ ସେ ପୁନର୍ବାର ପରୀକ୍ଷା ଦେବାକୁ ସ୍ଥିର କଲେ ଏବଂ ତାଙ୍କର କଠିନ ପରିଶ୍ରମ ସହିତ ସେ ଏଥର ୨୮ତମ ମାନ୍ୟତା ହାସଲ କରିଛନ୍ତି। ସଫଳତାକୁ ନେଇ ଅଙ୍କିତା କହିଛନ୍ତି ଯେ ପିଲାଦିନରୁ ୟୁପିଏସସି ପାଇବା ତାଙ୍କର ଲକ୍ଷ୍ୟ ଥିଲା। ବର୍ତ୍ତମାନ ଏଥିରେ ସଫଳ ହେବା ପରେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe