ଆଇଏଏସ୍ ଚାକିରି ଛାଡ଼ି ୨୨୫୦ଟଙ୍କା ଦରମାରେ ଚାକିରି କରୁଥିବା ଭାର୍ଗବ ଆଜି ୨.୬୦ଲକ୍ଷ କୋଟିର ମାଲିକ !

ଆଇଏଏସ୍ ଚାକିରି ଛାଡ଼ି ୨୨୫୦ଟଙ୍କା ଦରମାରେ ଚାକିରି କରୁଥିବା ଭାର୍ଗବ ଆଜି ୨.୬୦ଲକ୍ଷ କୋଟିର ମାଲିକ !

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନିକଟରେ ଏକ ରେକର୍ଡ ସୃଷ୍ଟି କରିଥିଲା। ଏକ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ଅତିକ୍ରମ କରି ଚର୍ଚ୍ଚ‌ାକୁ ଆସିଥିଲା ମାରୁତି ସୁଜୁକି। ଏଭଳି କରିବାରେ ମାରୁତି ସୁଜୁକି ଭାରତର ପ୍ରଥମ କମ୍ପାନି ହୋଇପାରିଛି। କମ୍ପାନିର ଏହି ସଫଳତା ପଛରେ ଚେୟାରମ୍ୟାନ୍ ଆର.ସି ଭାର୍ଗବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମାରୁତି ସହ ଜଡିତ ହୋଇ ସେ ନିଜର କଠିନ ପରିଶ୍ରମ ଏବଂ ଦକ୍ଷତା ଦ୍ବାରା କମ୍ପାନିକୁ ଏବେ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ମାରୁତି ସୁଜୁକିରେ ଯୋଗଦେବା ପୂର୍ବରୁ ଆର୍ ସି ଭାର୍ଗବ ଜଣେ ଆଇଏଏସ୍ ଅଧିକାରୀ ଥିଲେ?

ହଁ, ୟୁପିଏସସିରେ ଟପ୍ କରିବା ପରେ ଆରସି ଭାର୍ଗବ ୧୯୫୬ ବ୍ୟାଚର ଆଇଏଏସ୍ ଅଧିକାରୀ ହୋଇଥିଲେ। ବହୁ ବର୍ଷ ଧରି ଆଇଏଏସ୍ ଭାବେ କାମ କରିବା ପରେ ସେ ବହୁତ ବଡ଼ ନିଷ୍ପତ୍ତି ନେଇଥିଲେ। ସେ ୮୦ଦଶକରେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଦେଶର ଅଗ୍ରଣୀ ଅଟୋ କମ୍ପାନି ମାରୁତି ସୁଜୁକି ସହିତ ଯାତ୍ରା ଆରମ୍ଭ କରିଥିଲେ। କୁହାଯାଉଛି ଯେ, ଆଇଏଏସ ଥିବା ବେଳେ ସେ ଏକ ବର୍ଷ ପାଇଁ ଛୁଟି ନେଇ କମ୍ପାନିକୁ  ଯାଇଥିଲେ। କିନ୍ତୁ, ଯେତେବେଳେ ବର୍ଷେ ପ‌ରେ ସରକାର ଏହି ଛୁଟି ଅବଧିକୁ ବଢ଼ାଇବାକୁ ମନା କଲେ ସେତେବେଳେ ସେ ଚାକିରି ଛାଡି ମାରୁତି ସୁଜୁକିରେ ଯୋଗ ଦେବାକୁ ନିଷ୍ପତ୍ତି ନେଲେ। ମାରୁତି ସୁଜୁକି ପାଇଁ କାମ ଆରମ୍ଭ କରିବା ପରେ ଭାର୍ଗବଙ୍କୁ ସେହି ସମୟରେ ପ୍ରାୟ ୨୨୫୦ଟଙ୍କା ବେତନ ମିଳୁଥିଲା। ଏହା ପରେ କମ୍ପାନି ତାଙ୍କ ଅବଦାନ ସହିତ ସଫଳତା ପାଇବା ଆରମ୍ଭ କଲା ଏବଂ ସମୟ ସହିତ ମାରୁତି ସୁଜୁକିରେ ଆରସି ଭାର୍ଗବଙ୍କ ପ୍ରାଧାନ୍ୟତା ମଧ୍ୟ ବଢ଼ିବା ଆରମ୍ଭ ହୋଇଥିଲା।

ବର୍ଷ ପରେ ବର୍ଷ ବିତିବା ସହ ବିଭିନ୍ନ ପଦରେ ରହି କାମ କରିଥିଲେ ଭାର୍ଗବ। ଏହା ପରେ ତାଙ୍କୁ କମ୍ପାନିର ଚେୟାରମ୍ୟାନ୍ କରାଯାଇଥିଲା। ଏବେ ସେ ଚେୟାରମ୍ୟାନ୍ ଭାବେ ୧.୫କୋଟି ଦରମା ନେଉଥିବା ଜଣାପଡ଼ିଛି ଓ ତାଙ୍କ ପରିଚାଳିତ ମାରୁତି-ସୁଜୁକି ୨.୬୦ ଲକ୍ଷ କୋଟି ଟଙ୍କାର ସଂସ୍ଥାରେ ପରିଣତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe