ଆଇଏଏସ୍‌ ଅଧିକାରୀ ଟିନା ଡାବିଙ୍କ ୟୁପିଏସ୍‌ସି ମାର୍କସିଟ୍‌ ଭାଇରାଲ୍‌, ଜାଣନ୍ତୁ କେଉଁ ବିଷୟରେ କେତେ ନମ୍ବର ରଖିଛନ୍ତି

Advertisment
ଛାଡ଼ପତ୍ର ପରେ ଜୀବନ କେତେ ମୁସ୍‌କିଲ୍‌ ଥିଲା? ଏହି ପ୍ରଶ୍ନର ଏପରି ଉତ୍ତର ଦେଲେ ଆଇଏଏସ୍ ଅଧିକାରୀ ଟିନା ଡାବି

Photo: Twitter/Tina Dabi

ନୂଆଦିଲ୍ଲୀ: ଟିନା ଡାବି ହେଉଛନ୍ତି ଜଣେ ଆଇଏଏସ୍‌ ସେଲିବ୍ରେଟି ଏକଥା ସମସ୍ତଙ୍କୁ ଜଣା। ତାଙ୍କ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଥାଏ। ଏଥର ସୋସିଆଲ୍‌ ମିଡିଆରେ ତାଙ୍କ ୟୁପିଏସ୍‌ସି ମାର୍କସିଟ୍‌ ଭାଇରାଲ୍‌ ହୋଇଛି। ଆପଣ ଜାଣନ୍ତି ଯେ ଟିନା ୨୦୧୫ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ଟପ୍ପର ହୋଇଥିଲେ। ପ୍ରଥମ ଚେଷ୍ଟାରେ ୟୁପିଏସ୍‌ସିରେ ଟପ୍ପର ହୋଇ ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜି ଯାଇଥିଲେ। ଟପ୍ପର ହେବାରେ ସିଏ ହେଉଛନ୍ତି ଅନୁସୂଚିତ ଜାତିର ପ୍ରଥମ ମହିଳା।  ତେବେ ଟିନା ୧୦୬୩ ନମ୍ବର ରଖି ପରୀକ୍ଷାରେ ଟପ୍ପର ହୋଇଥିଲେ। ଯାହାର ମାର୍କସିଟ୍‌ ନିମ୍ନରେ ଦିଆଯାଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଟିନା ୟୁପିଏସ୍‌ସି ପାଇଁ ‘ଲେଡି ଶ୍ରୀରାମ କଲେଜ ଫର୍‌ ୱମ୍ୟାନ୍‌’ରେ ପଢ଼ିବା ବେଳେ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନା‌ତକ କରିଛନ୍ତି।

ୟୁପିଏସ୍‌ସି ପ୍ରସ୍ତୁତି ସମୟରେ ସେ ନିଜ ପାଠପଢ଼ାକୁ ନେଇ ଖୁବ୍‌ ନିଷ୍ଠାପର ଥିବା ବେ‌ଳେ ଏକ ଟାଇମ୍‌ ଟେବଲ୍‌ ବି ପ୍ରସ୍ତୁତ କରିଥିଲେ। କେଉଁ ସମୟରେ କ’ଣ ପଢ଼ିବେ ସବୁ ସେହି ତାଲିକା‌ରେ ଉଲ୍ଲେଖ ଥିଲା। ସେହି ତାଲିକା ଅନୁସାରେ ହିଁ ଟିନା ପାଠ ପଢୁଥିଲେ। ଏପରିକି ଟିନାଙ୍କ ଉକ୍ତ ଟାଇମ୍‌ ଟେବଲ୍‌ର କପି ବି ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ତେବେ ଆଶାୟୀ ପରୀକ୍ଷାର୍ଥୀମାନଙ୍କୁ ବି କିପରି ପ୍ରସ୍ତୁତ କରିବେ ବୋଲି ଅଧିକାଂଶ ସମୟରେ ଟିନା ପରାମର୍ଶ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆବଶ୍ୟକୀୟ ବିରତି ନେଇ ପାଠ ପଢ଼ିଲେ ପରୀକ୍ଷାର୍ଥୀ ଥକିବେନି ବୋଲି ସେ ବିରତି ନେବାକୁ ବି ପରାମର୍ଶ ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe