www.aajtak.in
ନୂଆଦିଲ୍ଳୀ: ଜଣେ ବାଳକ ନିଜ ଜନ୍ମଦିନକୁ ନେଇ ଚର୍ଚ୍ଚିତ ପାଲଟିଛି। ବାଳକ ଜଣକଟିର ୧୧ ନମ୍ବର ସହ ଥିବା ଅଦ୍ଭୂତ ସଂଯୋଗ ତାକୁ ଚର୍ଚ୍ଚିତ କରିଛି। ଜାଣିବାକୁ ମିଳିଛି ଯେ ବାଳକ ଜଣକ ନଭେମ୍ବର ୧୧ ତାରିଖରେ ୧୧ଟା ବାଜି ୧୧ ମିନିଟ୍ରେ ଜନ୍ମଗ୍ରହଣ କରିଥିଲା। ଆପଣ ଜାଣିପାରୁଥିବେ ଯେ ପିଲାଟି ୧୧ ତମ ମାସର ୧୧ ତାରିଖରେ ୧୧ଟା ବାଜି ୧୧ ମିନିଟ୍ରେ ଜନ୍ମ ଦେବା କଥା କୌଣସି ଚମତ୍କାରୀଠାରୁ କମ୍ ନୁହେଁ। ନିକଟରେ ବାଳକ ଜଣକ ନିଜର ୧୧ ତମ ଜନ୍ମଦିନ ପାଳନ କରିଛି। ଆଶ୍ଚର୍ଯ୍ୟର କଥା ହେଉଛି କି ଜନ୍ମଦିନରେ ତାକୁ ୧୧ଟି ଉପହାର ମିଳିଛି।
ଡେଲିମେଲ୍ ରିପୋର୍ଟ ଅନୁସାରେ ବ୍ରିଟେନ୍ର ହର୍ଟଫୋର୍ଡ ସାୟରରେ ରହୁଥିବା ଏହି ବାଳକର ନାମ ଡାନିଏଲ୍ ସାଉଣ୍ଡର୍ସ। ଡାନିଏଲ୍ର ୧୧ ନମ୍ବର ସହ ଥିବା ଏହି ଅଦ୍ଭୂତ ସଂଯୋଗ ଯୋଗୁ ତା’ ମାଆ ବି ଏହି ନମ୍ବରକୁ ନିଜର ‘ଲକି’ ନମ୍ବର ବୋଲି ଭାବନ୍ତି। ମାଆ ସାର୍ଲେଟ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ ଡାନିଏଲ୍ ୬ ଦିନ ପରେ ଜନ୍ମଲାଭ କରିଥାନ୍ତେ। ତାଙ୍କର ଡେଲିଭରି ତାରିକ ନଭେମ୍ବର ୧୭ରେ ଥିଲା। ମାତ୍ର ୧୧ ନଭେମ୍ବରରେ ଅଚାନକ ତାଙ୍କର ଲେବର୍ ପେନ୍ ହୋଇଥିଲା ଓ ଡାନିଏଲ୍ ଜନ୍ମଲାଭ କରିଥିଲେ। ତାପରେ ୧୧ ନମ୍ବର ସହ ଏପରି ସଂଯୋଗ ଘଟିଲା ଯେ ସବୁ ଏକା ସହ ଯୋଡ଼ି ହୋଇଗଲା। ସେ ୨୦୧୧ ମସିହାରେ ଜନ୍ମ ହୋଇଥିଲେ।
Follow Us