ବିଚିତ୍ର ପ୍ରଥା: କେଉଁଠି ପତ୍ନୀ ବଦଳ ତ ପୁଣି କେଉଁଠି ହରଣ, ଚୋରି ପରେ ଅନ୍ୟର ସ୍ତ୍ରୀକୁ ବି କରି ହୁଏ ନିଜର

Advertisment
ବିଚିତ୍ର ପ୍ରଥା: କେଉଁଠି ପତ୍ନୀ ବଦଳ ତ ପୁଣି କେଉଁଠି ହରଣ, ଚୋରି ପରେ ଅନ୍ୟର ସ୍ତ୍ରୀକୁ ବି କରି ହୁଏ ନିଜର

Image Courtesy of The Speaking Tree

ବିଶ୍ୱର ସବୁ ସଂସ୍କୃତିରେ ଶୃଙ୍ଗାରର ସ୍ଥାନ ରହିଛି। ଶୃଙ୍ଗାର ବିନା ସଂସ୍କୃତି ନାହିଁ କହିଲେ ଚଳେ। ସାଧାରଣ ଶୃଙ୍ଗାର ପ୍ରଥା ଏବଂ ବୟୋପ୍ରାପ୍ତ ହେବା ଅବସରରେ ଅନୁଷ୍ଠିତ କର୍ମକର୍ମାଣି ଛଡ଼ା ଆଦିମ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଗଡ଼ି ଆସୁଥିବା ଆଚମ୍ବିତ କଲା ଭଳି କେତେକ ବିଚିତ୍ର ପ୍ରଥା ବିଶ୍ୱରେ ରହିଛି।

publive-image

ଇରାନ୍‌ର ଅସ୍ଥାୟୀ ବାହାଘର:
ନାରୀ ପୁରୁଷ ସମ୍ପର୍କ ଉପରେ ମୁସଲ୍‌ମାନଙ୍କ ପ୍ରଥା ବଡ଼ କଠିନ ବୋଲି ବିବେଚନା କରାଯାଏ। କିନ୍ତୁ, ଇରାନ୍‌ରେ ଯୁବକମାନେ ବିବାହ ପୂର୍ବରୁ ଏକ ‘ଅସ୍ଥାୟୀ ବାହାଘର’ ପାଇଁ ଅନୁରୋଧ କରି ପାରିବେ। ଏହି ସଂକ୍ଷିପ୍ତ ବାହାଘର ପାଇଁ ସେମାନେ ଅର୍ଥ ଦେବା ସହ କେତେ ସମୟ ପାଇଁ ସେମାନେ ବାହା ହେବାକୁ ଚାହାନ୍ତି, ତାହାର ଏକ ଲିଖିତ ରାଜିନାମା ସ୍ୱାକ୍ଷର କରିବା ପରେ ସେମାନଙ୍କୁ ସ୍ୱାମୀସ୍ତ୍ରୀ ଭଳି ଏକତ୍ର ରହିବାକୁ ଅନୁମତି ଦିଆଯାଏ।

publive-image

ଦୁରାତ୍ମାକୁ ବାଉଳା କରିବା ପାଇଁ ସ୍ତ୍ରୀ ବଦଳ:
ଏ ପ୍ରଥା ଉତ୍ତର ଆମେରିକାର ଆର୍ଟିକ୍‌ ଅଞ୍ଚଳରେ ରହୁଥିବା ଏବଂ ପୂର୍ବ ସାଇବେରିଆରେ ରହୁଥିବା ଲୋକମାନଙ୍କ ପାଇଁ ସାଧାରଣ କଥା। ସେମାନଙ୍କର ବିଶ୍ୱାସ ସ୍ତ୍ରୀ ଅଦଳ ବଦଳ କରିବା ଦ୍ୱାରା ବ୍ୟକ୍ତିର ପରିଚୟ ବଦଳି ଯାଏ। ଫଳରେ ସେମାନଙ୍କ ଉପରେ ବିପତ୍ତି ପକାଉଥିବା ଦୁରାତ୍ମା ବାଉଳା ହୋଇଯାଏ।

publive-image

ସ୍ତ୍ରୀ ଚୋରି:
ପଶ୍ଚିମ ଆଫ୍ରିକାର ନାଇଜର୍‌ ଅନ୍ତର୍ଗତ ଓ୍ଵଡାବି ଠାରେ ଲୋକେ ପରସ୍ପରର ପତ୍ନୀକୁ ଚୋରି କରନ୍ତି। ଓ୍ଵଡାବିମାନଙ୍କ ପିତାମାତା ବାଳୁତ କାଳରୁ ସେମାନଙ୍କର ବାହାଘର କରାଇ ଦେଇ ଥାଆନ୍ତି। କିନ୍ତୁ, ବାର୍ଷିକ ଗେରେଓ୍ଵଲ୍‌ ଉତ୍ସବରେ ଲୋକେ ଛଦ୍ମପୋଷାକ ପରିଧାନ କରି ନାରୀମାନଙ୍କୁ ଆକୃଷ୍ଟ କରିବାକୁ ନୃତ୍ୟ କରନ୍ତି। ସେତେବେଳେ ହିଁ ସେମାନେ ନିଜ ପାଇଁ ନୂଆ ପତ୍ନୀ ଚୋରାଇ ଆଣନ୍ତି। ଅର୍ଥାତ୍‌ ସେ ନାରୀଜଣକ ପିଲାଦିନୁ ଅନ୍ୟ କାହାକୁ ବିବାହ କରିଥିବ ନିଶ୍ଚୟ। ଯଦି ସେ ପୁରୁଷ ଓ ସ୍ତ୍ରୀ ଲୁଚି ପଳାଇ ଯିବା ବେଳେ ତାଙ୍କୁ କେହି ଚିହ୍ନି ନ ପାରିବେ, ସେମାନଙ୍କୁ ସାମାଜିକ ସ୍ୱୀକୃତି ମିଳେ।

publive-image

ଇଣ୍ଡୋନେସିଆର ପୋନ୍‌:
ଇଣ୍ଡୋନେସିଆରେ ପାଳିତ ହୁଏ ପୋନ୍‌ ବୋଲି ଗୋଟାଏ ଛୁଟିଦିନ। ଏଥିରେ ବର୍ଷକୁ ୭ ଦିନ ସକାଶ ଜଣେ ବ୍ରତଧାରୀ ଜାଭା ପର୍ବତକୁ ତୀର୍ଥ କରି ଯାଏ। ସୌଭାଗ୍ୟ ପାଇବାକୁ ସେଠାରେ ଶୃଙ୍ଗାରକୁ ମାଧ୍ୟମ କରାଯାଇ ଥାଏ। ଏ ଭଳି ସୌଭାଗ୍ୟ ପାଇବା ପାଇଁ ବ୍ରତଧାରୀମାନେ ନିଜ ନିଜର ସ୍ୱାମୀ କି, ସ୍ତ୍ରୀ ଛଡ଼ା ପର ପୁରୁଷ କି, ନାରୀଙ୍କ ସହ ରାତ୍ରୀ ଯାପନ କରନ୍ତି। ପ୍ରଥାନୁସାରେ ଯଦି ଏହି ସାତ ଦିନ ଜଣେ ବ୍ରତଧାରୀ ସେହି ଜଣେ ପୁରୁଷ କି, ମହିଳାଙ୍କ ସହ ଶୃଙ୍ଗାର କରନ୍ତି ତେବେ ଯାଇ ତାଙ୍କର ଇଚ୍ଛା ପୂରଣ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe