କାଠ ପରି ଶକ୍ତ, କାଚ ପରି ସ୍ବଚ୍ଛ

ଜର୍ଜିଆ ଷ୍ଟେଟ୍‌ ୟୁନିଭର୍ସିଟିର ରସାୟନବିତ୍‌ ତଥା କାଷ୍ଠକାମ ଉତ୍ସାହୀ ଡ. ଭରତ ବରୁଆଙ୍କ ନେତୃତ୍ବରେ ଦଳେ ଗବେଷକ ଏପରି ଏକ ପଦାର୍ଥ ବିକଶିତ କରିଛନ୍ତି, ଯାହା କାଠ ପରି ଦୃଢ଼ ହେବା ସହ କାଚ ପରି ସ୍ବଚ୍ଛ ଦେଖାଯାଉଛି।

dggcvcvf

ଜର୍ଜିଆ ଷ୍ଟେଟ୍‌ ୟୁନିଭର୍ସିଟିର ରସାୟନବିତ୍‌ ତଥା କାଷ୍ଠକାମ ଉତ୍ସାହୀ ଡ. ଭରତ ବରୁଆଙ୍କ ନେତୃତ୍ବରେ ଦଳେ ଗବେଷକ ଏପରି ଏକ ପଦାର୍ଥ ବିକଶିତ କରିଛନ୍ତି, ଯାହା କାଠ ପରି ଦୃଢ଼ ହେବା ସହ କାଚ ପରି ସ୍ବଚ୍ଛ ଦେଖାଯାଉଛି। ବାଲସା କାଠଗଣ୍ଡିରୁ ନିର୍ମିତ ଏହି ସାମଗ୍ରୀ ନମନୀୟ ଏବଂ ଶତ ପ୍ରତିଶତ ପ୍ରାକୃତିକ। ପ୍ଲାଷ୍ଟିକ୍‌ର ବିକଳ୍ପ ଭାବେ ଉଭା ହୋଇଥିବା ଡ. ବରୁଆଙ୍କ ଏହି ଅଭିନବ ସ୍ବଚ୍ଛ କାଠ ନବୀକରଣଯୋଗ୍ୟ ଓ ଜୈବବିଘଟନଶୀଳ।

ଏହାର ପ୍ରସ୍ତୁତି ପାଇଁ ଗବେଷକମାନେ ବାଲସା କାଠରୁ ପ୍ରଥମେ ତାହାର ରଙ୍ଗ ଓ କଠିନତା ପାଇଁ ଦାୟୀ ଲିଗ୍‌ନିନ୍‌ ଓ ହେମିସେଲୁଲୋଜ୍‌ ନାମକ ଉପାଦାନକୁ ବାହାର କରିଦେଇଥିଲେ। ଫଳରେ ସେଥିରୁ ଏକ କାଗଜତୁଲ୍ୟ ପଦାର୍ଥ ମିଳିଥିଲା, ଯାହାକୁ ଅନ୍ୟ ସାମଗ୍ରୀରେ ଭିଜେଇ ସେମାନେ ତାହାକୁ କଠିନ ଓ ଦୃଢ଼ କରିଥିଲେ। ପରୀକ୍ଷାମୂଳକ ଭାବେ ଏକ ପକ୍ଷୀଘରର କାଚ ଝରକା ସ୍ଥାନରେ ସେମାନେ ଏହି ସ୍ବଚ୍ଛ କାଠ ଲଗାଇଥିଲେ। ଏକ ଉତ୍ତପ୍ତ ପରିବେଶରେ ପକ୍ଷୀଘରର ଭିତର ପାଖ, କାଚ ଝରକା ତୁଳନାରେ ୯ରୁ ୧୧ ଡିଗ୍ରି ସେଲସିଅସ୍‌ ଥଣ୍ଡା ରହୁଥିବା ଦେଖାଯାଇଥିଲା। ସେଥିରେ ରୁପାର ଅଣୁତାର ଯୋଡ଼ି ପରୀକ୍ଷା କରିବାରୁ ତାହା ବିଦ୍ୟୁତ୍‌ ସୁପରିବାହୀ ହୋଇପାରିଥିଲା। ସୁତରାଂ ପରିଧାନଯୋଗ୍ୟ ସରଞ୍ଜାମ ଠାରୁ ସୌରପ୍ୟାନେଲ ଯାଏ, ଏହି ସ୍ବଚ୍ଛ କାଠର ଚାହିଦା ଭବିଷ୍ୟତରେ ବଢ଼ିବ ବୋଲି ଅନୁମାନ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe