ଦଶମ ବୋର୍ଡ ପରୀକ୍ଷାରେ ଗୋଡରେ ଲେଖି ସମସ୍ତଙ୍କୁ ଚକିତ କଲେ ହାତ ନଥିବା ଛାତ୍ର

Advertisment
ଦଶମ ବୋର୍ଡ ପରୀକ୍ଷାରେ ଗୋଡରେ ଲେଖି ସମସ୍ତଙ୍କୁ ଚକିତ କଲେ ହାତ ନଥିବା ଛାତ୍ର

ତେଲେଙ୍ଗାନା : ମଣିଷର ଦୃଢଇଚ୍ଛା ଶକ୍ତି ଆଗରେ ପ୍ରତିକୁଳ ପରିସ୍ଥିତି ମଧ୍ୟ ନତମସ୍ତକ ହୁଏ। ଏହିଭଳି ଏକ ଲୋକକଥାକୁ ଯଥାର୍ଥ କରି ଦେଖାଇଛନ୍ତି ଇଲୁରୀ ଶଙ୍କର। ଦଶମ ବୋର୍ଡ ପରୀକ୍ଷାରେ ଗୋଡ ସାହାର୍ଯ୍ୟରେ ପରୀକ୍ଷା ଖାତାରେ ଲେଖି ସମସ୍ତଙ୍କୁ ଚକିତ କରିଛନ୍ତି ଏହି ବାଳକ। ପରୀକ୍ଷା ଦେଉଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଶଙ୍କରଙ୍କର ଏଭଳି ଇଚ୍ଛାଶକ୍ତିକୁ ସଲାମ୍‌ କରିଛନ୍ତି।

ତେଲେଙ୍ଗାନାର ମଞ୍ଚେରଲ ଜିଲ୍ଲାର ଏକ ସରକାରୀ ସ୍ତୁଲର ଛାତ୍ର ହେଲେ ଶଙ୍କର। ଷଷ୍ଠ ଶ୍ରେଣୀରେ ପୁଥିବାବେଳେ ବନ୍ଧୁମାନଙ୍କ ସହ ଖେଳୁଥିବା ସମୟରେ ବିଜୁଳି ସଂସ୍ପର୍ଶରେ ଆସି ଶଙ୍କର ଦୁଇ ହାତ ହରାଇଥିଲେ। କିନ୍ତୁ ଏହା ତାଙ୍କ ମନୋବଳ ଭାଙ୍ଗି ପାରିନଥିଲା। ଦୁଇ ହାତକୁ ହରାଇବା ପରେ ନିଜ ଗୋଡ ସାହାର୍ଯ୍ୟରେ ସେ ଲେଖିବା ଆରମ୍ଭ କରିଥିଲେ। ଆଉ କିଛିଦିନର ପ୍ରଚେଷ୍ଟା ପରେ ଗୋଡରେ ବେଶ ଆରାମରେ ଲେଖିପାରିଲେ ଶଙ୍କର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୋର୍ଡ ପରୀକ୍ଷାରେ ଲେଖିବା ପାଇଁ କାହାର ସାହାର୍ଯ୍ୟ ନ ନେଇ ଗୋଡରେ ଲେଖିଥିଲେ ଶଙ୍କର।

ଶଙ୍କରଙ୍କର ପାଠପଢ଼ା ପ୍ରତି ଥିବା ଦୁର୍ବଳତାକୁ ସମସ୍ତେ ପ୍ରଶଂସା କରିଛନ୍ତି। ସେ ତାଙ୍କ ଜୀବନକୁ ସ୍ୱତନ୍ତ୍ର ରୂପେ ଗଢି ତୋଳିବା ପାଇଁ ଚାହାନ୍ତି ଏବଂ ଏସଏସସି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍‌ ସାଇଟରେ ଖୁବ୍‌ ଭାଇରାଲ୍‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe