ଛାତ୍ରର ଉତ୍ତର ଖାତା ଦେଖି ଚକିତ ହେଲେ ଶିକ୍ଷୟିତ୍ରୀ, ଜବାବରେ ଲେଖିଲେ...

ଛାତ୍ରର ଉତ୍ତର ଖାତା ଦେଖି ଚକିତ ହେଲେ ଶିକ୍ଷୟିତ୍ରୀ, ଜବାବରେ ଲେଖିଲେ...

ନୂଆଦିିଲ୍ଲୀ: ପରୀକ୍ଷା ଖାତାରେ ଭୁଲ୍‌ ଉତ୍ତର ଲେଖିବା କିମ୍ବା ଖାଲି ପେପର୍‌ ଦେଇ ଦେବା ଭଳି ଅନେକ ଉଦାହରଣ ପୂର୍ବରୁ ରହିଛି। ସେତିକି ନୁହେଁ, ଅନେକ ସମୟରେ ପରୀକ୍ଷା ଖାତାରୁ ବହୁ ମଜାଦାର ଲେଖା ସବୁ ଦେଖିବାକୁ ମିଳିଥାଏ। ନିକଟରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କ ଉତ୍ତର ଖାତାର ଫଟୋ ଓ ଭିଡିଓ ଭାଇରାଲ୍‌ ‌ହୋଇ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ର ଜଣକ ତାଙ୍କ ଉତ୍ତର ଖାତାରେ ଉତ୍ତର ବଦଳରେ କିଛି ଗୀତ ଲେଖିଥିଲେ। ଏହାବ୍ୟତୀତ ସେ ନିଜ ଶିକ୍ଷୟିତ୍ରୀଙ୍କ ପ୍ରଶଂସା କରି ବି କିଛି ବାକ୍ୟ ଲେଖିଥିଲେ। ସବୁଠାରୁ ମଜାଦାର କଥା ହେଉଛି, ଭାଇରାଲ୍‌ ଉତ୍ତର ସିଟ୍‌ରେ ଶିକ୍ଷୟିତ୍ରୀ ଜଣଙ୍କ ଲେଖିଥିବା ଜବାବ ବି ରହିଛି।

ଛାତ୍ର ଜଣକ କେବଳ ତିନୋଟି ଉତ୍ତର ଲେଖିଥିଲେ ଏବଂ ସେଥିମଧ୍ୟରୁ ଦୁଇଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଥିଲା। ପ୍ରଥମ ଉତ୍ତରରେ ଥିଲା ‘ଇଡିୟଟ୍ସ’ ଚଳିଚ୍ଚ୍ରର ‘ଗିଭ୍‌ ମି ସମ୍‌ ସନ୍‌ସାଇନ୍‌, ଗିଭ୍‌ ମି ସମ୍‌ ରେନ୍‌, ଗିଭ୍‌ ମି ଆନାଦର୍‌ ଚାନ୍ସ ୱାନା ଗ୍ରୋ ଅପ୍‌ ୱାନ୍ସ ଏଗେନ୍‌’।

publive-image

ଦ୍ୱିତୀୟ ଉତ୍ତରରେ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଥିଲା। ସେଠାରେ ଲେଖାଥିଲେ, ‘ମାଡାମ୍‌, ଆପଣ ଜଣେ ଚମତ୍କାର ଶିକ୍ଷକ। ମୋର ଦୋଷ ଯେ ମୁଁ କଠିନ ପରିଶ୍ରମ କରିବାକୁ ସକ୍ଷମ ନୁହେଁ। ଭଗବାନ, ମୋତେ କିଛି ପ୍ରତିଭା ଦିଅନ୍ତୁ।’

ତୃତୀୟ ଉତ୍ତରରେ ପୁଣିଥରେ ହିନ୍ଦୀ ଚଳଚ୍ଚିତ୍ର ‘ପିକେ’ର  ‘ଭଗବାନ୍‌ ହେ କହାଁରେ ତୁ?’ ଗୀତ ଲେଖାଥିଲା।

ଛାତ୍ରଙ୍କ ଉତ୍ତର ସିଟ୍‌ଟି ସମସ୍ତଙ୍କୁ ହସାଇଥିବା ବେଳେ ଶିକ୍ଷୟିତ୍ରୀଙ୍କ ଜବାବ ବି ବେଶ୍‌ ମଜାଦାର୍‌ ରହିଛି। ଶିକ୍ଷୟିତ୍ରୀ ଜଣକ ଖାତା ଦେଖିବା ବ‌େଳେ ଛାତ୍ରଙ୍କ ଏପରି କାଣ୍ଡ ଦେଖି ସାରି ଲେଖିଛନ୍ତି, ‘ ତୁମେ ଅଧିକ ଉତ୍ତର ଲେଖିବା ଉଚିତ୍ (# ଗୀତ)।’ ଶିକ୍ଷୟିତ୍ରୀ ଏପରି ଲେଖିଥିଲେ କାରଣ ଛାତ୍ର ସମସ୍ତ ପ୍ରଶ୍ନର କେବଳ ତିନୋଟି ଉତ୍ତର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe