କୋଭିଡ୍‌-୧୯ ଭାଇରସ୍‌ କାନକୁ ବି ସଂକ୍ରମିତ କରିପାରେ: ଗବେଷଣା

Advertisment
ଗଞ୍ଜାମରେ କରୋନାକୁ ୩ ମାସ: ଗଲାଣି ୧୦୩ ଜୀବନ, ମୃତ୍ୟୁ ହାର ଉପରେ ଲାଗି ପାରୁନି ରୋକ୍‌

ThePrint

ନୂୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଇତିମଧ୍ୟରେ ବହୁ ଗବେଷଣା ହୋଇ ସାରିଲାଣି। ପ୍ରତି ଗ‌ବେଷଣାରୁ ମିଳିବାରେ ଲାଗିଛି ନୂଆ ନୂଆ ତଥ୍ୟ। ନିକଟରେ ହୋଇଥିବା ଏକ ଗ‌ବେଷଣାର ଫଳାଫଳ ଲୋକଙ୍କୁ ଆହୁରି ଭୟଭୀତ କରାଯାଇଛି। ଗ‌ବେଷଣା କହୁଛି କୋଭିଡ୍‌-୧୯ ମଣିଷର କାନକୁ ମଧ୍ୟ ସଂକ୍ରମିତ କରିପାରେ।

ଏକ ବିଜ୍ଞାନ ପତ୍ରିକା ଜାମାରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ, ଗବେଷଣା ପାଇଁ ୩ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ମୃତକଙ୍କ ଶରୀରକୁ ନିଆ ଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର କାନରୁ ଭାଇରସ୍‌ ଚିହ୍ନଟ ହେବା ପରେ ଭାଇରସ୍‌ କାନକୁ ବି ସଂକ୍ରମିତ କରିପାରେ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପ‌ାଇଛନ୍ତି।

ଗବେଷଣା ପ‌ାଇଁ ଯେଉଁ ୩ ଜଣ ମୃତ ଆକ୍ରାନ୍ତଙ୍କୁ ନିଆଯାଇଥିଲା, ଗବେଷକମାନେ ସେହି ମୃତକଙ୍କ ମଧ୍ୟ-କାନରୁ ମାଷ୍ଟଏଡ୍‌ ବାହାର କରି ପରୀକ୍ଷା କରିଥିଲେ। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର କାନ ସଂକ୍ରମିତ ଥିବା ଜାଣିବାକୁ ମିଳିଥିଲ। ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ପାଟି ଓ ନାକ ବାଟ ଦେଇ ଭାଇରସ୍‌ ଶରୀରକୁ ସଂକ୍ରମିତ କରିଥାଏ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଥିଲେ।

publive-image
Medical Xpress

ଗବେଷଣା ପରେ ଟିମ୍‌ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଡାକ୍ତରଖାନାକୁ କୌଣସି ପ୍ରକାର ଚିକିତ୍ସା ପାଇଁ ଆସୁଥିବା ରୋଗୀ କିମ୍ବା ଅସ୍ତ୍ରୋପଚାର ବେଳେ ରୋଗୀମାନେ କୋଭିଡ୍‌-୧୯ ସଂକ୍ରମଣରୁ ବର୍ତ୍ତିବା ପାଇଁ ଅତ୍ୟାବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ଉଚିତ।

ଉଲ୍ଲେଖଯୋଗ୍ୟ, ଆଜି ସୁଦ୍ଧା ପୂରା ବିଶ୍ବରେ ୧୫.୭ ମିଲିୟନ୍‌ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ୯.୦୫ ମିଲିୟନ୍‌ ଲୋକ ସୁସ୍ଥ ହୋଇଥିବା ବେଳେ ୬ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe