ଗୃହେ ଲାଗିଲେ ଅଗ୍ନି ଯେହ୍ନେ।
ଉଦ୍ୟମ କୂପର ଖନନେ।।
ଏମନ୍ତ ଅଜ୍ଞାନଙ୍କ ମତି।
କେବେହେଁ ସୁଖ ନ ଲଭନ୍ତି।।
-ଜଗନ୍ନାଥ ଦାସ, ଶ୍ରୀମଦ୍ଭାଗବତ, ୭/୬
ବ୍ୟାସଦେବଙ୍କ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ ଓ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ‘ଭାଗବତ’ ସୁଭାଷିତର ଏକ ଏକ ଗନ୍ତାଘର। ସପ୍ତମ ସ୍କନ୍ଧର ପ୍ରହ୍ଲାଦ ଚରିତ ଏହାର ଏକ ସୁନ୍ଦର ଉଦାହରଣ। ଏହି ସ୍କନ୍ଧର ଷଷ୍ଠ ଅଧ୍ୟାୟରେ ଦୈତ୍ୟରାଜ ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦ ଦୈତ୍ୟ ବାଳକମାନଙ୍କୁ ଏ ସଂସାର ଓ ଏ ଶରୀରର ଅନିତ୍ୟତା କଥା ବୁଝାଇଛନ୍ତି। ସେ କହିଛନ୍ତି–ମୃତ୍ୟୁ ବାଳକ, ବୃଦ୍ଧ ବା ଯୁବକ, କିଛିର ବାଛବିଚାର କରେ ନାହିଁ। କିନ୍ତୁ ମାୟାରେ ପଡ଼ିଥିବା ପ୍ରାଣୀ ମୋହର ଫାଶରେ ବନ୍ଦୀ ହୋଇ ରହେ। ତାହାର ଆୟୁଷ ଯେ ଦିନକୁ ଦିନ କ୍ଷୟ ହୋଇଚାଲିଛି, ତାହା ଜାଣି ପାରେ ନାହିଁ। ଏପରି ପ୍ରାଣୀ ଅଜ୍ଞାନ। ସେ ଅନ୍ୟ ଅଜ୍ଞାନମାନଙ୍କୁ ବାଟ ଦେଖାଇ ପାରନ୍ତି ନାହିଁ। ବାଟ ଦେଖାଇଲେ, ତାହା ଅନ୍ଧକୁ ଅନ୍ଧ ବାଟ ଦେଖାଇବା ପରି ହୁଏ। ଏମାନଙ୍କର ଆତ୍ମା ସେଥିରୁ ଉଦ୍ଧାର ପାଇପାରେ ନାହିଁ।
PMGSY: ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ; ଛୋଟ ବ୍ରିଜ୍ ଉପରେ ବଡ଼ ଗର୍ତ୍ତ
ଏହାକୁ ଅତି ସୁନ୍ଦର ଉଦାହରଣ ମାଧ୍ୟମରେ ‘ଭାଗବତ’ରେ ବର୍ଣ୍ଣନା କରାଯାଇଛି। ପ୍ରହ୍ଲାଦ ଅସୁରବାଳକମାନଙ୍କୁ କହିଛନ୍ତି–ଯେପରି ଏକ ଛିଦ୍ରଘଟ ବା କଣାମାଠିଆରୁ ଜଳ ଧୀରେ ଧୀରେ ଝରି ଝରି ଯାଏ, ସେହିପରି ଏହି ଶରୀରରୁ ଆୟୁଷ ଝରିଝରି ଯାଏ। ଏଣୁ ବେଳ ଥାଉଁ ଥାଉଁ ଶ୍ରୀମୁକୁନ୍ଦ, ଅର୍ଥାତ୍ ସେହି ପ୍ରଭୁଙ୍କ ପାଦକୁ ଭଜନ କରିବା ଉଚିତ। ଏ ପ୍ରସଙ୍ଗରେ ପ୍ରହ୍ଲାଦ କହିଛନ୍ତି–ଯେତେବେଳେ ଶରୀର ସୁସ୍ଥ ଅଛି ଓ ବୃଦ୍ଧାବସ୍ଥା ତଥାପି ଦୂରରେ ଅଛି; ଯେେତବେଳେ ଦେହରେ ଇନ୍ଦ୍ରିୟମାନଙ୍କର ଶକ୍ତି ଅତୁଟ ରହିଛି; ଦେହରେ ଥିବା ଜୀବନ କାଳର ପ୍ରଭାବରେ କ୍ଷୀଣ ହୋଇ ନାହିଁ; ସେତେବେଳେ ଆତ୍ମାର ହିତକଳ୍ପେ ଯତ୍ନ କରିବା ଉଚିତ।
Horoscope 2026 February 20 : ଜାଣନ୍ତୁ ଆଜିର ରାଶିଫଳ
ସେ ଆହୁରି ମଧ୍ୟ ବୁଝାଇ କହିଛନ୍ତି–ଏହା ନକରି ଯଦି ମନେ କରିବ, ଯେ ବୃଦ୍ଧାବସ୍ଥା ତ ଅନେକ ଦୂରରେ ଅଛି; ସେତେବେଳେ ତ ପ୍ରଭୁଙ୍କୁ ଭଜନ କରିପାରିବି; ତେବେ ତାହା ଘରେ ନିଆଁ ଲାଗିଲା ପରେ କୂଅଖୋଳା ଆରମ୍ଭ କରିବା ପରି କଥା ହେବ। ଏପରି ଭାବୁଥିବା ଲୋକେ ଅଜ୍ଞାନ। ସେମାନେ କେବେ ସୁଖ ପାଇ ପାରନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/20/shshfhvxvbxbv-2026-02-20-01-58-26.jpg)