Advertisment

Subhashit: ସୁଭାଷିତ: ଲକ୍ଷ୍ମୀ ‘ପାଚିକା’, ସେ ମଧ୍ୟ ‘ପରିବେଷଣକାରିଣୀ’

Advertisment

ମାର୍ଗଶିର ମାସ ଲକ୍ଷ୍ମୀଙ୍କ ମାସ। ଏହି ମାସର ଗୁରୁବାରଗୁଡ଼ିକରେ ଘରେ ଘରେ ଲକ୍ଷ୍ମୀପୂଜା ହୁଏ। ସେଥିରେ ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀପୁରାଣ’ ପାଠ କରାଯାଏ। ସେହି ପୁରାଣ ଅନୁସାରେ–ସେଦିନ ଥିଲା ମେଷମାସ ଶୁକ୍ଳପକ୍ଷ ଦଶମୀ, ଗୁରୁବାର।

ମାର୍ଗଶିର ମାସ ଲକ୍ଷ୍ମୀଙ୍କ ମାସ। ଏହି ମାସର ଗୁରୁବାରଗୁଡ଼ିକରେ ଘରେ ଘରେ ଲକ୍ଷ୍ମୀପୂଜା ହୁଏ। ସେଥିରେ ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀପୁରାଣ’ ପାଠ କରାଯାଏ। ସେହି ପୁରାଣ ଅନୁସାରେ–ସେଦିନ ଥିଲା ମେଷମାସ ଶୁକ୍ଳପକ୍ଷ ଦଶମୀ, ଗୁରୁବାର।

prasad

Photograph: (Slurrp)

ସମସ୍ତ ଜଗତାଂ ଯା ଶ୍ରୀଃ ସୃଷ୍ଟିସ୍ଥିତିବିନାଶକୃତ୍‌।
ବୈଷ୍ଣବୀ ଶକ୍ତିରତୁଳା ପରିବେଷଣକାରିଣୀ ାା’’
-ସ୍କନ୍ଦପୁରାଣ-ଉତ୍କଳଖଣ୍ଡ, ୩୮/୨

ମାର୍ଗଶିର ମାସ ଲକ୍ଷ୍ମୀଙ୍କ ମାସ। ଏହି ମାସର ଗୁରୁବାରଗୁଡ଼ିକରେ ଘରେ ଘରେ ଲକ୍ଷ୍ମୀପୂଜା ହୁଏ। ସେଥିରେ ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀପୁରାଣ’ ପାଠ କରାଯାଏ। ସେହି ପୁରାଣ ଅନୁସାରେ–ସେଦିନ ଥିଲା ମେଷମାସ ଶୁକ୍ଳପକ୍ଷ ଦଶମୀ, ଗୁରୁବାର। ତେଣୁ ଶ୍ରୀୟା ତା’ ଘରକୁ ଲିପି ପୋଛି ‘ଶଉଚ’ ଓ ‘ସୁସଞ୍ଚ’ କରିଥିଲା। ଅତି ଯତ୍ନରେ ମୁରୁଜ ପକାଇଥିଲା ଏବଂ ପଦ୍ମଚିତା ଲେଖିଥିଲା। ପଦ୍ମ ଉପରେ ମାଧବୀ ଲତା ଲେଖି ତା’ ଉପରେ କୁଙ୍କୁମ ଟୋପା ଦେଇଥିଲା। ତାହା ଦେଖି ‘ପଦ୍ମଫୁଲେ ବାଇ, ପଦ୍ମଲୋଚନି ମାଆ’ ଲକ୍ଷ୍ମୀଙ୍କର ଶରଧା ବଳିଲା ଏବଂ ସେ ଯାଇ ତା’ ଉପରେ ବିରାଜମାନ କଲେ ଏବଂ ଶ୍ରୀୟାକୁ ବର ଦେଲେ।

ମାତ୍ର ତାହା ଜାଣି ଦେଢ଼ଶୁର ବଳରାମ ରୋଷ ହେଲେ ଏବଂ ଜଗନ୍ନାଥଙ୍କୁ କହି ବଡ଼ଦେଉଳର ବଡ଼ଘରୁ ଲକ୍ଷ୍ମୀଙ୍କୁ ଘଉଡ଼ାଇ ଦେଲେ। ଲକ୍ଷ୍ମୀ ବଡ଼ଦେଉଳ ଛାଡ଼ି ଯିବାବେଳେ ତାଙ୍କୁ ଅଭିଶାପ ଦେ‌ଇଗଲେ ଯେ–
‘‘ମୁହିଁ ଚଣ୍ଡାଳୁଣୀ ଯେବେ ରାନ୍ଧିଦେବି ଅନ୍ନ
ତୁମ୍ଭେ ଯେ ଭୁଂଜିବ ପ୍ରଭୁ କାଳୀୟଗଂଜନ।’’
ପରିଣାମରେ ତାହାହିଁ ହୋଇଥିଲା।

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ଏ ଉକ୍ତିର ଭିତ୍ତି ଅଛି ‘ପଦ୍ମପୁରାଣ’ ଅନ୍ତର୍ଗତ କ୍ରିୟାଯୋଗ‌ସାରରେ। ସେଥିରେ କୁହାଯାଇଛି–‘‘ତତ୍ରାନ୍ନ ପାଚିକା ଲକ୍ଷ୍ମୀଃ ସ୍ବୟଂ ଭୋକ୍ତା ଜନାର୍ଦ୍ଦନଃ।’’ ଅର୍ଥାତ୍, ଶ୍ରୀଜଗନ୍ନାଥଙ୍କ ଗୃହରେ ଲକ୍ଷ୍ମୀ ହିଁ ପାଚିକା। ସେ ରନ୍ଧନ କରନ୍ତି ଏବଂ ସ୍ବୟଂ ଜନାର୍ଦ୍ଦନ ତାହା ଭୋଜନ କରନ୍ତି। ତେବେ, ଲକ୍ଷ୍ମୀ କେବଳ ରନ୍ଧନ କରନ୍ତି ନାହିଁ; ସେ ମଧ୍ୟ ପରିବେଷଣ କରନ୍ତି। ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ର ଉପରୋକ୍ତ ସୁଭା‌ଷିତରେ ଏହା ହିଁ କୁହାଯାଇଛି। ଏହି ୩୮ ଅଧ୍ୟାୟର ଦ୍ବିତୀୟ ଶ୍ଳୋକରେ କୁହାଯାଇଛି–ଶ୍ରୀ ବା ଲକ୍ଷ୍ମୀ ହେଉଛନ୍ତି ଏହି ଅଖିଳ ସୃଷ୍ଟିର ମାତା। ସେ ଏହି ଅଖିଳ ସୃଷ୍ଟିର ଜନ୍ମଦାତ୍ରୀ ଏବଂ ସେ ମଧ୍ୟ ଏହାର ଆଦି ଓ ଅନ୍ତକାରିଣୀ। ଅର୍ଥାତ୍‌ ସେ ସୃଷ୍ଟି, ସ୍ଥିତି ଓ ବିନାଶକର୍ତ୍ତ୍ରୀ। ସେହି ଅତୁଳନୀୟା ବିଷ୍ଣୁଶକ୍ତି ‘ପରିବେଷଣ-କାରିଣୀ’ର ଭୂମିକା ମଧ୍ୟ ନିର୍ବାହ କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe