ସୁଭାଷିତ: ‘ନାରା’ ବା ଜଳ ନାରାୟଣଙ୍କର ପ୍ରଥମ ବାସସ୍ଥାନ

କା‌େଳକାଳେ ଜଳ ପରମ ପବିତ୍ର ରୂପେ ବିବେଚିତ ହୋଇ ଆସିଛି। ଏହା ପଞ୍ଚମହାଭୂତ ମଧ୍ୟରୁ ଅନ୍ୟତମ। ଜଳକୁ ତୀର୍ଥ ବୋଲି କୁହାହୋଇ ଥ‌ାଏ ଏବଂ ଏହି ତୀର୍ଥରେ ସ୍ନାନ ପରମ ପୁଣ୍ୟପ୍ରଦ ବୋଲି ବିବେଚନା କରାହୋଇଥାଏ। ଶ୍ରୀକ୍ଷେତ୍ରର ମହୋଦଧିକୁ କୁହାଯାଏ ‘ତୀର୍ଥରାଜ’। ଜଳକୁ ମଧ୍ୟ ‘ତରଳ ତୀର୍ଥ’ କୁହାଯାଇଥାଏ।

dvdvdc

ଆପୋ ନାରା ଇତି ପ୍ରୋକ୍ତା ଯସ୍ମାତ୍ତା ନରସୂନବଃ।
ଅୟନଂ ପ୍ରଥମଞ୍ଚାସ୍ୟ ତସ୍ମାଦପ୍‌ସୁ ହରିଂ ସ୍ମରେତ୍‌ ାା
-ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ, ୩୧/୧୧

କା‌େଳକାଳେ ଜଳ ପରମ ପବିତ୍ର ରୂପେ ବିବେଚିତ ହୋଇ ଆସିଛି। ଏହା ପଞ୍ଚମହାଭୂତ ମଧ୍ୟରୁ ଅନ୍ୟତମ। ଜଳକୁ ତୀର୍ଥ ବୋଲି କୁହାହୋଇ ଥ‌ାଏ ଏବଂ ଏହି ତୀର୍ଥରେ ସ୍ନାନ ପରମ ପୁଣ୍ୟପ୍ରଦ ବୋଲି ବିବେଚନା କରାହୋଇଥାଏ। ଶ୍ରୀକ୍ଷେତ୍ରର ମହୋଦଧିକୁ କୁହାଯାଏ ‘ତୀର୍ଥରାଜ’। ଜଳକୁ ମଧ୍ୟ ‘ତରଳ ତୀର୍ଥ’ କୁହାଯାଇଥାଏ।

କା‌େଳକାଳେ ଜଳ ପରମ ପବିତ୍ର ରୂପେ ବିବେଚିତ ହୋଇ ଆସିଛି। ଏହା ପଞ୍ଚମହାଭୂତ ମଧ୍ୟରୁ ଅନ୍ୟତମ। ଜଳକୁ ତୀର୍ଥ ବୋଲି କୁହାହୋଇ ଥ‌ାଏ ଏବଂ ଏହି ତୀର୍ଥରେ ସ୍ନାନ ପରମ ପୁଣ୍ୟପ୍ରଦ ବୋଲି ବିବେଚନା କରାହୋଇଥାଏ।

‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ର ତ୍ରିଂଶ ଅଧ୍ୟାୟରେ ନିର୍ଦ୍ଦେଶ ଅଛି- ତୀର୍ଥରାଜ ମହୋଦଧିରେ ସ୍ନାନ କରିବା ପୂର୍ବରୁ ତାହାଙ୍କ ନିକଟରେ ଆଣ୍ଠୁମାଡ଼ି ବସି ଭକ୍ତିଭାବରେ ପ୍ରଣାମ କରିବ। କହିବ- ହେ ତୀର୍ଥରାଜ! ଆପଣ ଜଳରୂପୀ ସାକ୍ଷାତ୍‌ ବିଷ୍ଣୁ। ଆପଣ ନିଖିଳ ଜୀବମାନଙ୍କର ଜୀବନ ସ୍ବରୂପ ଏବଂ ନିର୍ବାଣ ମୋକ୍ଷର ହେତୁ। ଆପଣଙ୍କୁ ନମସ୍କାର। ଅଗ୍ନି ଆପଣଙ୍କର ଉତ୍ପତ୍ତିର ସ୍ଥାନ ଏବଂ ପୃଥିବୀ ଆପଣଙ୍କର ଆଶ୍ରୟ। ଆପଣଙ୍କର ଜଳରୂପ ଶରୀର ଅମୃତରୂପ ବି‌ଷ୍ଣୁଙ୍କ ବୀଜ ଧାରଣ କରିଥିବା ନାଭି ସ୍ବରୂପ। ଆପଣଙ୍କର ଏହି ଜଳରୂପ ଶରୀର ମଧ୍ୟରେ ପ୍ରବେଶ କରି, ପରମ ଆନନ୍ଦ ସ୍ବରୂପ ଆପଣଙ୍କ ରୂପକୁ ମୁଁ ଲାଭ କରିବି।

ଏ ପ୍ରସଙ୍ଗରେ, ‘ସ୍କନ୍ଦପୁରାଣ’ର ଏକତ୍ରିଂଶ ଅଧ୍ୟାୟର ଉପରୋକ୍ତ ସୁଭାଷିତରେ କୁହାଯାଇଛି- ଜଳ ‘ନର’ ନାମକ ପରମାତ୍ମାଙ୍କର ପୁତ୍ର ସ୍ବରୂପ। ସେଥିପାଇଁ ପଣ୍ଡିତମାନେ ଜଳକୁ ‘ନାରା’ କହିଥାଆନ୍ତି। ଜଳ ତାଙ୍କର ପ୍ରଥମ ଅୟନ ବା ବାସସ୍ଥାନ ହେତୁ ତାଙ୍କୁ ‘ନାରାୟଣ’ କୁହାଯାଏ। ଏଣୁ ଜଳ ମଧ୍ୟରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା ଏକାନ୍ତ କର୍ତ୍ତବ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe