Subhashita: ସୁଭାଷିତ: ହେ ଲକ୍ଷ୍ମୀ! ମୋ ଗୃହରୁ ଅଲକ୍ଷ୍ମୀ ନାଶ କରନ୍ତୁ!

‘ଋଗ୍‌ବେଦ’ର ପଞ୍ଚମ ମଣ୍ଡଳ ଅନ୍ତର୍ଗତ ‘ଶ୍ରୀସୂକ୍ତ’ ଦେବୀ ଲକ୍ଷ୍ମୀଙ୍କର ବର୍ଣ୍ଣନା ଓ ବନ୍ଦନା ନିମନ୍ତେ ସୁଖ୍ୟାତ। ଏହି ପନ୍ଦରଟି ମନ୍ତ୍ର ଦେବୀ ଲକ୍ଷ୍ମୀଙ୍କର ସର୍ବପ୍ରାଚୀନ ବର୍ଣ୍ଣନା ଓ ବନ୍ଦନା। ଏହାର ପଞ୍ଚମ ଓ ଅଷ୍ଟମ ମନ୍ତ୍ରରେ ଅଛି ଅଲକ୍ଷ୍ମୀଙ୍କର ଉଲ୍ଲେଖ। ଅଲକ୍ଷ୍ମୀ ଲକ୍ଷ୍ମୀଙ୍କର ଜ୍ୟେଷ୍ଠା ଭଗ୍ନୀ।

laxmi

କ୍ଷୁତ୍‌ପିପାସାମଲାଂ ଜ୍ୟେଷ୍ଠାମଲକ୍ଷ୍ମୀଂ ନାଶୟାମ୍ୟହମ୍।
ଅଭୂତିମ ସମୃଦ୍ଧିଂ ଚ ସର୍ବାଂ ନିର୍ଣୁଦ ମେ ଗୃହାତ୍।
-‘ଋଗ୍‌ବେଦ’, ଶ୍ରୀସୂକ୍ତ, ୮

‘ଋଗ୍‌ବେଦ’ର ପଞ୍ଚମ ମଣ୍ଡଳ ଅନ୍ତର୍ଗତ ‘ଶ୍ରୀସୂକ୍ତ’ ଦେବୀ ଲକ୍ଷ୍ମୀଙ୍କର ବର୍ଣ୍ଣନା ଓ ବନ୍ଦନା ନିମନ୍ତେ ସୁଖ୍ୟାତ। ଏହି ପନ୍ଦରଟି ମନ୍ତ୍ର ଦେବୀ ଲକ୍ଷ୍ମୀଙ୍କର ସର୍ବପ୍ରାଚୀନ ବର୍ଣ୍ଣନା ଓ ବନ୍ଦନା।
ଏହାର ପଞ୍ଚମ ଓ ଅଷ୍ଟମ ମନ୍ତ୍ରରେ ଅଛି ଅଲକ୍ଷ୍ମୀଙ୍କର ଉଲ୍ଲେଖ। ଅଲକ୍ଷ୍ମୀ ଲକ୍ଷ୍ମୀଙ୍କର ଜ୍ୟେଷ୍ଠା ଭଗ୍ନୀ। ସେ ଲକ୍ଷ୍ମୀଙ୍କର ରୂପ, ଗୁଣର ସଂପୂର୍ଣ୍ଣ ବିପରୀତ। ମା’ ଲକ୍ଷ୍ମୀ ଯେତିକି ରୂପମୟୀ, ଗୁଣମୟୀ ଓ ଧର୍ମପରାୟଣା, ଅଲକ୍ଷ୍ମୀ ସେତିକି ବିରୂପା, ଗୁଣହୀନା ଓ ଅଧର୍ମପରାୟଣା। ସୃଷ୍ଟିର ପ୍ରାରମ୍ଭ କାଳରେ ସମସ୍ତ ପାପର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ତାଙ୍କର ଉଦ୍ଭବ ହୋଇଥିଲା। ଏଣୁ ଏଥିରେ ଅଲକ୍ଷ୍ମୀଙ୍କର ନାଶ ପାଇଁ ଲକ୍ଷ୍ମୀଦେବୀଙ୍କୁ ବନ୍ଦନା କରିବା ସହିତ ପ୍ରାର୍ଥନା କରାଯାଇଛି।

ପଞ୍ଚମ ମନ୍ତ୍ରରେ କୁହାଯାଇଛି- ମୁଁ ଚନ୍ଦ୍ରଙ୍କ ତୁଲ୍ୟ ଶୁଭକାନ୍ତି ସଂପନ୍ନା, ସୁନ୍ଦର ଦ୍ୟୁତିମୟୀ, ଯଶରେ ଦୀପ୍ତିମୟୀ, ସ୍ୱର୍ଗଲୋକର ଦେବଗଣଙ୍କ ପୂଜିତା, ଉଦାରଶୀଳା, ପଦ୍ମହସ୍ତା ଲକ୍ଷ୍ମୀଦେବୀଙ୍କର ଶରଣ ନେଉଛି। ସେହି ଦେବୀ ଲକ୍ଷ୍ମୀ ମୋର ଅଲକ୍ଷ୍ମୀ ବା ଦାରିଦ୍ର୍ୟ ନାଶ କରନ୍ତୁ। ଏହାପରେ, ଉପରୋକ୍ତ ଅଷ୍ଟମ ମନ୍ତ୍ରରେ କୁହାଯାଇଛି- ହେ ଦେବୀ ଲକ୍ଷ୍ମୀ ! ମୁଁ ମୋର ଗୃହରୁ କ୍ଷୁଧା, ତୃଷା, ମଳିନତା ଓ ଅଲକ୍ଷ୍ମୀଙ୍କର ନିବାରଣ ଚାହୁଁଛି। ଆପଣ ତାଙ୍କର ନିବାରଣ କରି ଅନୈଶ୍ୱର୍ଯ୍ୟ ଓ ଅସମୃଦ୍ଧିକୁ ମୋ ଗୃହରୁ ଦୂର କରନ୍ତୁ! ଏଣୁ ଏଥିରେ ଆମପାଇଁ ଥିବା ବାର୍ତ୍ତା ହେଉଛି- ଦେବୀଲକ୍ଷ୍ମୀଙ୍କୁ ଉପାସନା କଲେ ଏବଂ ତାଙ୍କର ପ୍ରୀତି ହେବା ପରି ଉପାୟ କଲେ ଆମର ସମସ୍ତ କ୍ଷୁଧା, ତୃଷା ଓ ମଳିନତା ଦୂର ହେବ। ଅଲକ୍ଷ୍ମୀଙ୍କର ନାଶ ହୋଇ ଲକ୍ଷ୍ମୀ ଆମ ଗୃହରେ ବିରାଜମାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe