ସୁଭାଷିତ: ଚାରି ଦଶରଥ-ପୁତ୍ର ବାସୁଦେବଙ୍କର ଚତୁର୍ଦ୍ଧା-ରୂପ

ସୁଭାଷିତ: ଚାରି ଦଶରଥ-ପୁତ୍ର ବାସୁଦେବଙ୍କର ଚତୁର୍ଦ୍ଧା-ରୂପ

ବାସୁଦେବ ଚତୁର୍ଦ୍ଧା ରୂପରେ ଜାତ ଜାଣ
ତିନି ରାଣୀ ଗର୍ଭରୁ ଚାରିପୁତ୍ର ପୁଣ।
-ବଳରାମ ଦାସ, ଦାଣ୍ଡିରାମାୟଣ (ଆଦ୍ୟକାଣ୍ଡ)
ଆମର ଶାସ୍ତ୍ର, ପୁରାଣମାନଙ୍କରେ ଭଗବାନଙ୍କ ଦଶାବତାରର ବର୍ଣ୍ଣନା ଅଛି। ସେହି ଦଶଅବତାରଙ୍କ ମଧ୍ୟରୁ ସପ୍ତମ ଅବତାର ଶ୍ରୀରାମ। ସେ ତ୍ରେତୟା ଯୁଗର ଅବତାର। ଅଯୋଧ୍ୟାର ରାଜା ଦଶରଥ ଓ ପାଟରାଣୀ କୌଶଲ୍ୟା ତାଙ୍କର ପିତା ଓ ମାତା।
ଚୈତ୍ର ଶୁକ୍ଳ ନବମୀ ଶ୍ରୀରାମଙ୍କର ପବିତ୍ର ଜନ୍ମତିଥି। ତାଙ୍କ ସହିତ ଭରତ ଏବଂ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜନ୍ମଗ୍ରହଣ କରିଥିଲେ। ଦଶରଥଙ୍କର ଅନ୍ୟ ଦୁଇ ରାଣୀ ଥିଲେ କୈକେୟୀ ଓ ସୁମିତ୍ରା। କୈକେୟୀଙ୍କଠାରୁ ଭରତ ଏବଂ ସୁମିତ୍ରାଙ୍କଠାରୁ ଯାଆଁଳାଭାଇ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜାତ ହୋଇଥିଲେ।
ବଳରାମ ଦାସ ଓଡ଼ିଆ ‘ରାମାୟଣ’ର ରଚୟିତା। ଦାଣ୍ଡିବୃତ୍ତରେ ରଚିତ ଏହି ରାମାୟଣ ‘ଦାଣ୍ଡିରାମାୟଣ’ ବା ‘ଜଗମୋହନ ରାମାୟଣ’ ଭାବରେ ପ୍ରସିଦ୍ଧ। ଏହି ରାମାୟଣ ବହୁ ବିଶେଷତ୍ୱ ଓ ବିଚିତ୍ରତାରେ ଭରା। ସେଥି ମଧ୍ୟରୁ ଗୋଟିଏ ହେଉଛି- ଏଥିରେ ବଳରାମ ଦାସ ତିନିରାଣୀଙ୍କ ଗର୍ଭରୁ ଜାତ ଦଶରଥଙ୍କର ଏହି ଚାରିପୁତ୍ରଙ୍କୁ ବାସୁଦେବ (ଶ୍ରୀକୃଷ୍ଣ ବା ବିଷ୍ଣୁ)ଙ୍କର ‘ଚତୁର୍ଦ୍ଧା ରୂପ’ ବୋଲି କହିଛନ୍ତି।
ଏହା ଜଣେ ସ୍ରଷ୍ଟା ଭାବରେ ବଳରାମ ଦାସଙ୍କର ସ୍ୱତନ୍ତ୍ର‌ତା ସାବ୍ୟସ୍ତ କରିବା ସହିତ, ଶ୍ରୀରାମ ଆଦି ଚାରିଭାଇଙ୍କୁ ଏକ ଭିନ୍ନ ଦୃଷ୍ଟିରୁ ବିବେଚନା କରିବା ପାଇଁ ଆମକୁ ପ୍ରରୋଚିତ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe