ସୁଭାଷିତ: ଆଚରଣହୀନ ସୁଭାଷିତ ଗନ୍ଧହୀନ ପୁଷ୍ପପରି

‘ଧମ୍ମପଦ’ ହେଉଛି- ଭଗବାନ ବୁଦ୍ଧଙ୍କର ଅମର ଶିକ୍ଷାପ୍ରଦ ବାଣୀ। ଏହାର ଅର୍ଥ- ଧର୍ମପଦ। ଏହା ଭଗବାନ ବୁଦ୍ଧଙ୍କର ଦୀର୍ଘ ପ୍ରାୟ ୪୫ ବର୍ଷର ଶିକ୍ଷା ସମୂହର ସାରସ୍ବରୂପ। ଉପରୋକ୍ତ ସୁଭାଷିତକୁ ତାଙ୍କର ସେହି ସମସ୍ତ ଶିକ୍ଷାର ଚାବିକାଠି ରୂପେ ଗ୍ରହଣ କରାଯାଏ।

adadxzxzxz

ଯଥାପି ରୁଚିରଂ ପୁପ୍‌ଫଂ, ବଣ୍‌ଣବନ୍ତଂ ଅଗନ୍ଧକଂ।
ଏବଂ ସୁଭାସିତା ବାଚା ଅଫଳା ହୋତି ଅକୁବ୍‌ବତୋ।।’’
-ଧମ୍ମପଦ, ଗାଥା-୫୧
‘ଧମ୍ମପଦ’ ହେଉଛି- ଭଗବାନ ବୁଦ୍ଧଙ୍କର ଅମର ଶିକ୍ଷାପ୍ରଦ ବାଣୀ। ଏହାର ଅର୍ଥ- ଧର୍ମପଦ। ଏହା ଭଗବାନ ବୁଦ୍ଧଙ୍କର ଦୀର୍ଘ ପ୍ରାୟ ୪୫ ବର୍ଷର ଶିକ୍ଷା ସମୂହର ସାରସ୍ବରୂପ। ଉପରୋକ୍ତ ସୁଭାଷିତକୁ ତାଙ୍କର ସେହି ସମସ୍ତ ଶିକ୍ଷାର ଚାବିକାଠି ରୂପେ ଗ୍ରହଣ କରାଯାଏ।
ଏହାର ଅର୍ଥ ହେଉଛି- ଯେପରି କେତେକ ଫୁଲ ଦେଖିବାପାଇଁ ଖୁବ୍‌ ସୁନ୍ଦର ଓ ରଙ୍ଗିନ୍‌ ହୋଇଥିଲେ ବି ଗନ୍ଧହୀନ ହୋଇଥାନ୍ତି, ସେହିପରି ଖୁବ୍‌ ସୁନ୍ଦର ଭାବରେ କୁହାଯାଇଥିବା କଥା (ବାଣୀ)କୁ ଯଦି ଆଚରଣରେ ପ୍ରତିଫଳିତ କରା ନ ଯାଏ, ତେବେ ତାହା ଫଳହୀନ ହୋଇଥାଏ।
ଏହି କଥାକୁ ଅଧିକ ବିସ୍ତାରିତ କରି, ଏହାର ପର ପଦ (ଗାଥା-୫୨)ରେ ଭଗବାନ ବୁଦ୍ଧ କହିଛନ୍ତି-
ଯଥାପି ରୁଚିରଂ ପୁପ୍‌ଫଂ, ବଣ୍‌ଣବନ୍ତଂ ସୁଗନ୍ଧକଂ।
ଏବଂ ସୁଭାସିତା ବାଚା ସଫଳା ହୋତି କୁବ୍‌ବତେ ାା
ଅର୍ଥାତ୍‌, ଯେପରି କେତେକ ଫୁଲ ଦେଖିବା ପାଇଁ ଖୁବ୍‌  ସୁନ୍ଦର, ରଙ୍ଗିନ ଓ ସୁଗନ୍ଧିଯୁକ୍ତ, ସେହିପରି ଖୁବ୍‌ ସୁନ୍ଦର ଭାବରେ କୁହାଯାଇଥିବା କଥା(ବାଣୀ)କୁ ଯଦି ଆଚରଣରେ ପ୍ରତିଫଳିତ କରାଯାଏ, ତେବେ ତାହା ସୁଫଳ ପ୍ରଦାନ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe