ସୁଭାଷିତ: ସବୁ ସ୍ନାନଘାଟର ଜଳ ଗଙ୍ଗାନାରାୟଣ

ଓଡ଼ିଆରେ ଗୋଟିଏ ଲୋକୋକ୍ତି ଅଛି, ‘‘ମନ ଦୃଢ଼ ଥିଲେ ଗାଡ଼ିଆ ଗଙ୍ଗା।’’ ଏହା କେବଳ କଥାର କଥା ନୁହେଁ। ଏହା ପଛରେ ଆମର ପରମ୍ପରା ଓ ଐତିହ୍ୟର ସମର୍ଥନ ରହିଛି। ଆମେ ଯେତେ‌େବେଳ କୌଣସି...

dfdfdf

ନଦ ତଡ଼ାଗ କୂପ ଜଳ। ଖାଇ ପୋଖରୀ ନଦୀ ଜଳ ାା
ଯେ ତହିଁ କରିବେଟି ସ୍ନାନ। ବୋଲିବେ ଗଙ୍ଗାନାରାୟଣ ାା
ସଞ୍ଚିଲା ପାପ ହେବ ଦୂର। ଅନ୍ତେ ଲଭିବେ ବିଷ୍ଣୁପୁର ାା
-ପୁରୁଷୋତ୍ତମ ଦାସ, ଗଙ୍ଗାମାହାତ୍ମ୍ୟ
ଓଡ଼ିଆରେ ଗୋଟିଏ ଲୋକୋକ୍ତି ଅଛି, ‘‘ମନ ଦୃଢ଼ ଥିଲେ ଗାଡ଼ିଆ ଗଙ୍ଗା।’’ ଏହା କେବଳ କଥାର କଥା ନୁହେଁ। ଏହା ପଛରେ ଆମର ପରମ୍ପରା ଓ ଐତିହ୍ୟର ସମର୍ଥନ ରହିଛି। ଆମେ ଯେତେ‌େବେଳ କୌଣସି ଶୁଭ ବା ମଙ୍ଗଳ କାର୍ଯ୍ୟ କରିବାପାଇଁ ସଂକଳ୍ପ କରୁ, ‌େ‌ସତେବେଳେ ଗଣ୍ଡୂଷରେ ଜଳଧାରଣ କରି ସେହି ସଂକଳ୍ପ କରିଥାଉ। ସେତେବେଳେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ବତୀ, ନର୍ମଦା, ସିନ୍ଧୁ ଓ କାବେରୀ- ଏହି ସପ୍ତନଦୀ ସେହି ଗଣ୍ଡୂଷଜଳରେ ଅବସ୍ଥାନ କରନ୍ତି ବୋଲି କଳ୍ପନା କରାଯାଏ। ପୁରୋହିତ ବା ବ୍ରାହ୍ମଣ ଆମକୁ ସେହି ସଂକଳ୍ପ ପାଠ କରାଇଥାଆନ୍ତି।
ଓଡ଼ିଆରେ ପୁରୁ‌ଷୋତ୍ତମ ଦାସ ରଚନା କରିଛନ୍ତି ‘ଗଙ୍ଗା ମାହାତ୍ମ୍ୟ’। ସେଥିରେ ଗଙ୍ଗାଙ୍କର ମହିମା ଓ ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି।
ବିଷ୍ଣୁଙ୍କର ନଖକୋଣରେ ଗଙ୍ଗାଙ୍କର ଅବସ୍ଥିତି। କିନ୍ତୁ ତାଙ୍କର ‘ନାରାୟଣ’ ନାମ ଜଳ ସହିତ ସଂପୃକ୍ତ। ତେଣୁ ପୁରୁଷୋତ୍ତମ ଦାସ ସେଥିରେ କହିଛନ୍ତି- ଗଙ୍ଗାନାରାୟଣଙ୍କୁ ସ୍ମରଣ କରି ଯେକୌଣସି ଜଳରେ ସ୍ନାନ କଲେ ମଧ୍ୟ ସର୍ବପାପରୁ ମୁକ୍ତି ମିଳେ। ‘ଗଙ୍ଗା ମାହାତ୍ମ୍ୟ’ର ଉପରୋକ୍ତ ସୁଭାଷିତରେ ସେ କହିଛନ୍ତି- ‘ସାଗରଗାମୀ ବୃହତ୍‌ ଜଳଧାରା, ହ୍ରଦ, କୂଅ, ଖାଇ, ପୋଖରୀ, ନଦୀ ଆଦି ଯେ କୌଣସି ଜଳରେ ସ୍ନାନ କରିବା ବେଳେ ଯଦି ଗଙ୍ଗାନାରାୟଣ ସ୍ମରଣ ଓ ଉଚ୍ଚାରଣ କରି ସେହି ସ୍ନାନ କରାଯାଏ ତେବେ ସମସ୍ତ ସଂଚିତ ପାପ ଦୂର ‌ହୁଏ। ଅନ୍ତକାଳରେ ବିଷ୍ଣୁଲୋକ ଲାଭ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe