subhasita: ସୁଭାଷିତ: ଶିବ ନାମ ଉଚ୍ଚାରଣ କରି କେବେ ମୁଁ ସୁଖୀ ହେବି?

Advertisment

ଭଗବାନ୍ ଶିବଙ୍କର ଭକ୍ତ ହୁଅନ୍ତୁ ବା ସାଧାରଣ ସଂଗୀତାନୁରାଗୀ- ‘ଶ୍ରୀଶିବତାଣ୍ଡବସ୍ତୋତ୍ରମ୍‌’ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ। ପନ୍ଦରଟି ପଦ ବିଶିଷ୍ଟ ଏହି ରଚନା ଏହାର ଛନ୍ଦ ଓ ଧ୍ବନିମୟତା ଦୃଷ୍ଟିରୁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥାଏ।

ଭଗବାନ୍ ଶିବଙ୍କର ଭକ୍ତ ହୁଅନ୍ତୁ ବା ସାଧାରଣ ସଂଗୀତାନୁରାଗୀ- ‘ଶ୍ରୀଶିବତାଣ୍ଡବସ୍ତୋତ୍ରମ୍‌’ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ। ପନ୍ଦରଟି ପଦ ବିଶିଷ୍ଟ ଏହି ରଚନା ଏହାର ଛନ୍ଦ ଓ ଧ୍ବନିମୟତା ଦୃଷ୍ଟିରୁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥାଏ।

dgjdgjdgjcbbncbn

ବିଲୋଳଲୋଳଲୋଚନା ଲଲାମଭାଲଲଗ୍ନକଃ।
ଶିବେତି ମନ୍ତ୍ରମୁଚ୍ଚରନ୍‌ କଦାସୁଖୀ ଭବାମ୍ୟହମ୍‌।।
- ରାବଣକୃତ ଶ୍ରୀଶିବତାଣ୍ଡବସ୍ତୋତ୍ରମ୍‌, ୧୩

ଭଗବାନ୍ ଶିବଙ୍କର ଭକ୍ତ ହୁଅନ୍ତୁ ବା ସାଧାରଣ ସଂଗୀତାନୁରାଗୀ- ‘ଶ୍ରୀଶିବତାଣ୍ଡବସ୍ତୋତ୍ରମ୍‌’ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ। ପନ୍ଦରଟି ପଦ ବିଶିଷ୍ଟ ଏହି ରଚନା ଏହାର ଛନ୍ଦ ଓ ଧ୍ବନିମୟତା ଦୃଷ୍ଟିରୁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥାଏ। ଲଙ୍କାର ଅଧିପତି, ଶିବଭକ୍ତ, ଅସୁରରାଜ ରାବଣ ଏହାର ରଚୟିତା ବୋଲି କଥିତ ଅଛି। ଏହାର ରଚନା ପାଇଁ ତାହାଙ୍କୁ ‘ରାବଣାଚାର୍ଯ୍ୟ’ ମଧ୍ୟ କୁହାଯାଇଥାଏ।

Lord jagannath: ଆଜି ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଏହି ଅପୂର୍ବସ୍ତୋତ୍ର ପ୍ରଥମ ଶ୍ଳୋକରୁ ହିଁ ଚିତ୍ତ ଆକର୍ଷିତ କରେ ଏବଂ ମନକୁ ମୁଗ୍‌ଧ କରିଦିଏ। ଏହାର ଅର୍ଥ- ଜଟାରୂପୀ ଜଙ୍ଗଲରୁ ପ୍ରବାହିତ ଗଙ୍ଗାଜଳର ପ୍ରବାହରେ ପବିତ୍ର ହୋଇଥିବା ଗଳଦେଶରେ ଯେ ସର୍ପମାନଙ୍କର ମାଳା ଧାରଣ କରିଥାଆନ୍ତି ଏବଂ ଡମ୍ବରୁର ଡମ୍‌ ଡମ୍‌ ନାଦରେ ତାଣ୍ଡବ ନୃତ୍ୟ କରିଥାଆନ୍ତି- ସେହି ଶିବ ଆମ୍ଭମାନଙ୍କର କଲ୍ୟାଣ କରନ୍ତୁ। ଏହିପରି ଭାବରେ, ଅନ୍ୟାନ୍ୟ ଶ୍ଳୋକରେ ଶିବଙ୍କ ସଂପର୍କିତ ଅନେକ ବର୍ଣ୍ଣନା ପରେ, ପରିଶେଷରେ ଏହି ଶିବତାଣ୍ଡବସ୍ତୋତ୍ରର ଦ୍ବାଦଶ ଓ ତ୍ରୟୋଦଶ ଶ୍ଳୋକରେ କୁହାଯାଇଛି- ପ୍ରସ୍ତରରେ ଓ ସୁନ୍ଦର ଶଯ୍ୟାରେ, ସାପରେ ଓ ମୁକ୍ତାମାଳାରେ, ମହାର୍ହରତ୍ନ ଓ ମାଟିଟେଳାରେ, ବନ୍ଧୁ ଓ ଶତ୍ରୁଙ୍କଠାରେ, ସାମାନ୍ୟ ଘାସ ଓ ପଦ୍ମନୟନା ଲଳନାଙ୍କଠାରେ, ସାଧାରଣ ପ୍ରଜା ଓ ମହାରାଜାଙ୍କଠାରେ ଯାହାଙ୍କର ସମଦୃଷ୍ଟି ଥାଏ- ସେହି ସଦାଶିବଙ୍କୁ ମୁଁ କେବେ ଭଜନ କରିବି?

ସେହିପରି, ତ୍ର‌େୟାଦଶ ଶ୍ଳୋକରେ କୁହାଯାଇଛି–ସୁନ୍ଦର ଲଲାଟଧାରୀ ଭଗବାନ ଶ୍ରୀଚନ୍ଦ୍ରଶେଖରଙ୍କଠାରେ ଚିତ୍ତ ରଖି, ନିଜର ମନ୍ଦବୁଦ୍ଧି ପରିତ୍ୟାଗ କରି, ଗଙ୍ଗାତଟବର୍ତ୍ତୀ ନିକୁଞ୍ଜରେ ନିବାସ କରି, ଦୁଇ ହାତକୁ ଯୋଡ଼ି ତାହାକୁ ମସ୍ତକରେ ସ୍ଥାପନ କରି, ବିହ୍ବଳ ଚକ୍ଷୁରେ ‘ଶିବ’ମନ୍ତ୍ର ଉଚ୍ଚାରଣ କରି ମୁଁ କେବେ ସୁଖୀ ହେବି?
ଏଣୁ ଏହି ଦୁଇ ଶ୍ଳୋକ ଆମକୁ ସୂଚାଏ,  ଶିବଙ୍କୁ ଭଜନ କରି ସୁଖୀ ହେବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।
ଏଥିପାଇଁ ପବିତ୍ର ଶିବରାତ୍ରି ଅପେକ୍ଷା ପରମ ଅବସର ଆଉ କ’ଣ ବା ଅଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe