ଇଂଜିନିୟରିଂ ପାଠ ସାରି ବାୟୋ-ଫ୍ଲୋକ ପ୍ରଣାଳୀରେ ମାଛ ଚାଷ କରି ମାଲାମାଲ୍ ହେଲେ ପ୍ରକାଶ

Advertisment
ଇଂଜିନିୟରିଂ ପାଠ ସାରି ବାୟୋ-ଫ୍ଲୋକ ପ୍ରଣାଳୀରେ ମାଛ ଚାଷ କରି ମାଲାମାଲ୍ ହେଲେ ପ୍ରକାଶ

ଭୁବନେଶ୍ବର : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହି ଉକ୍ତିର ଉପଯୁକ୍ତ ଉଦାହରଣ ପାଲଟିଛନ୍ତି କେନ୍ଦ୍ରାପଡାର ମାଛ ଚାଷୀ ପ୍ରକାଶ କୁମାର । ଶିକ୍ଷାଗତ ଯୋଗ୍ୟତାରେ ସେ ଜଣେ ଇଲେକଟ୍ରିକାଲ ଇଞ୍ଜିନିୟର ଆଉ ବୃତ୍ତିରେ ଚାଷୀ । ଆଜିକାଲିର ଚାକିରି ଦୌଡରେ ନିଜକୁ ସାମିଲ ନ କରି ନିଜସ୍ଵ ବ୍ୟବସାୟ କରି ସ୍ବାବଲମ୍ବୀ ପାଲଟିଛନ୍ତି ପ୍ରକାଶ।

ସାଧାରଣତଃ କୃଷିକୁ ନେଇ ରୋଜଗାର କରିବା କଥା କହିଲେ ଟିକିଏ ପଛେଇ ଯାଆନ୍ତି ଯୁବପିଢ଼ି। ମାତ୍ର ଏଭଳି ଚିନ୍ତାଧାରାକୁ ଗ୍ରହଣ ନ କରି ସଫଳତା ସାଉଁଟିଛନ୍ତି ଇଂଜିନିୟର ପ୍ରକାଶ । ସେ ୫୦୦ ବର୍ଗଫୁଟ ଜାଗାରେ ନିଜ ଘରବାଡିରେ ଜୈବିକ ପଦ୍ଧତିରେ ମାଛଚାଷ କରି ଭଲ ରୋଜଗାର କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଳାରେ ପ୍ରଥମ କରି ବାୟୋଫ୍ଲୋକ ପ୍ରଣାଳୀରେ ମାଛ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ପ୍ରକାଶ।

publive-image

ଜଣେ ଇଂଜିନିୟର ହୋଇ ମାଛଚାଷକୁ କାହିଁକି ଆପଣାଇଲେ ବୋଲି ପ୍ରଶ୍ନରେ ପ୍ରକାଶ କହନ୍ତି,  ‘ସରକାରୀ ଚାକିରି ପଛରେ ଗୋଡାଇ ହତାଶ ହେଲା ପରେ ୟୁଟ୍ୟୁବରୁ ଏହା ଦେଖି ପରୀକ୍ଷା କରିବାକୁ ଆଗ୍ରହ ହେଲା। ପ୍ରଥମେ ଗୋଟିଏ ଟାଙ୍କିରେ ମାଛ ଚାଷ କରି ଆଶାତୀତ ଭାବେ ଲାଭବାନ ହୋଇ ଆଗକୁ ବଢ଼ିଥିଲି ।’  ତାଙ୍କ ମତରେ ଆଜିକାଲିର ଯୁବବର୍ଗ ଚାକିରି ପଛରେ ନ ଗୋଡାଇ ଏଭଳି ଜ୍ଞାନକୌଶଳର ଉପଯୋଗ କରି ଚାଷ କାର୍ଯ୍ୟରେ ନିୟୋଜିତ କରିବାର ଆବଶ୍ୟକତା ରହିଛି । ଏହା ମାଧ୍ୟମରେ ସେମାନେ ନା କେବଳ ନିଜେ ସ୍ଵାବଲମ୍ବୀ ହୋଇପାରିବେ ବରଂ ବହୁ ବେକାର ଯୁବକଯୁବତୀଙ୍କୁ ମଧ୍ୟ ସ୍ଵାବଲମ୍ବୀ କରିବା ପାଇଁ ସହାୟତାର ହାତ ବଢାଇପାରିବେ ।

ପ୍ରକାଶ ପ୍ରଥମେ ଭିଡିଓର ସହାୟତାରେ ଓ ପରେ ଭୋପାଳରେ ଟ୍ରେନିଙ୍ଗ ନେଇ ୧୧/୧୩ ଫୁଟର ଏକ ଟାଙ୍କିରେ ବାୟୋ ଫ୍ଲୋକ ପଦ୍ଧତିରେ ଆରମ୍ଭ କରିଥିଲେ ମାଛ ଚାଷ । ରୋହୀ, ଭାକୁର ଏବଂ ମିରିକାଳୀ ଆଦି ମାଛ ଏହି ପ୍ରଣାଳୀରେ ସେ ପାଳନ କରିଥିଲେ । ବାୟୋ ଫ୍ଲୋକ ଟାଙ୍କିରେ ୧୧୬ ପ୍ରଜାତିର ମାଛ ଛାଷ କରାଯାଇପାରିବ । ମାତ୍ର ୨୫ ହଜାର ଟଙ୍କା ବିନିଯୋଗ କରି ଏହି ଚାଷ ସେ ଆରମ୍ଭ କରିଥିଲେ, ଯେଉଁଥିରୁ ୬ମାସ ମଧ୍ୟରେ ୧୦ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ମାଛ ବାହାର କରି ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ବିକି ପ୍ରାୟ ଦେଢ ଲକ୍ଷ ଲାଭ କରିଛନ୍ତି ସେ।

ଉଲ୍ଲେଖଯୋଗ୍ୟ କି  ବାୟୋ ଫ୍ଲୋକ ମାଛ ଚାଷ କେନ୍ଦ୍ରପଡା ଜିଲ୍ଲା ବ୍ୟତୀତ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଏବଂ ଖୋର୍ଧା ଆଦି ଜିଲ୍ଲାରେ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe