ମାଲାମାଲ ଡଙ୍ଗା ଚାଳକ: କିଏ କୋଠାଘର କରିବ ତ କିଏ ଧୂମଧାମରେ କରିବ ଝିଅ ବାହାଘର...

Advertisment
boat man

Photograph: (Sambad.in)

ପ୍ରୟାଗରାଜ: ମାଲାମାଲ କରିଦେଲା ମହାକୁମ୍ଭ । ଦୋକାନୀ, ନାବିକ ଏବଂ ସ୍ଥାନୀୟ ଲୋକଙ୍କୁ ଲକ୍ଷପତି କରିଦେଲା ମହାକୁମ୍ଭ । ୪୫ ଦିନର ଏହି ମହାକୁମ୍ଭ ସାରା ବିଶ୍ବ ପାଇଁ ଦେଶର ଏକ ବଡ ଆଧ୍ୟାତ୍ମିକ ପେଣ୍ଠସ୍ଥଳୀ ଖାଲି ପାଲଟିନି ବରଂ ଆର୍ଥିକ କାରବାର କ୍ଷେତ୍ରରେ ମଧ୍ୟ ଏହି କୁମ୍ଭମେଳା ଏକ ବିରାଟ ସୁଯୋଗ ସୃଷ୍ଟି କରିଛି । ବ୍ୟବସାୟୀ ତ କୋଟିପତି ହୋଇଛନ୍ତି ଆଉ ଡଙ୍ଗା ଚାଳକ ବି ବେସ୍ ଭଲ ରୋଜଗାର କରି ନିଜ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଛନ୍ତି । 

ପ୍ରୟାଗରାଜର ଅନେକ ନାବିକ ନିଜ ଗରିବୀ ସ୍ଥିତିକୁ ଏହି ମହାକୁମ୍ଭରେ ରୋଜଗାର କରି ସଜାଡି ଦେଇଛନ୍ତି । ସଞ୍ଜିତ ନିଷାଦ ଏବଂ ବଲୱନ୍ତ ନିଷାଦ ଦୁଇ ଡଙ୍ଗା ଚାଳକ ମହାକୁମ୍ଭକୁ ସେମାନଙ୍କ ଜୀବନରେ ଗୋଟେ ବରଦାନ ବୋଲି ମାନି ନମେଇଛନ୍ତି । କାରଣ ସେମାନେ ଏହି ୪୫ ଦିନରେ ଆବଶ୍ୟକ ଠାରୁ ଅଧିକ ରୋଜଗାର କରିଛନ୍ତି । 

ଝିଅ ବାହାଘର ପାଇଁ ଟଙ୍କା ମିଳିଗଲା

ସଙ୍ଗମ ଘାଟ ପାଖରେ ଡଙ୍ଗା ଚଳାଉଥିବା ସଞ୍ଜିତ କହିଛନ୍ତି, ମୋର ଦୁଇଟି ଝିଅ । ବଡ ହେଇଗଲେଣି, କିନ୍ତୁ ସେମାନଙ୍କ ବାହାଘର ମୁଁ କରିପାରୁ ନଥିଲି । ଆର୍ଥିକ ସ୍ଥିତି ଆଦୌ ଭଲ ନଥିବାରୁ ଝିଅ ବାହାଘର ପାଇଁ ମୁଁ ଅସମର୍ଥ ଥିଲି ମାତ୍ର ଗଙ୍ଗା ମାତାଙ୍କର ଆଶୀର୍ବାଦରୁ ଏଥର ଭଲ ରୋଜଗାର ହେଲା ଆଉ ଏବେ ମୁଁ ଧୁମଧାମରେ ଝିଅ ବାହାଘର କରିବା ସହ ସମାଜରେ ସମ୍ମାନର ସହ ବଞ୍ଚି ପାରିବି...

ସତ ହେବ ପକ୍କାଘର ସ୍ବପ୍ନ

ସଞ୍ଜିତଙ୍କ ପରି ଅନେକ ଡଙ୍ଗା ଚାଳକଙ୍କ ଜୀବନର ଗତି ଏହି ମହାକୁମ୍ଭ ବଦଳାଇ ଦେଇଛି । ବଲୱନ୍ତ କୁହନ୍ତି ୩ ଦଶନ୍ଧି ଧରି ଆମ ପରିବାର ଏହି ନାଆ ଉପରେ ଭରସା କରି ଚଳୁ । ପାଣି ଆମ ପାଇଁ ଜୀବନ ଆଉ ଡଙ୍ଗା ଆମ ଜୀବୀକା । ବାପଅଜା ଅମଳରୁ ଡଙ୍ଗା ଚଳାଇବା ଆମ ପେଶା । ୩୦ ବର୍ଷ ହେଇଯିବ ଡଙ୍ଗା ଚଳାଇ ଘର ଚଳାଉଥିବା ଆମ ବାପା ଓ ଜେଜେମାନେ ମୁଣ୍ଡ ଉପରେ ଖଣ୍ଡେ ଛାତ ଘର କରିପାରି ନାହାନ୍ତି । ମାତ୍ର ମହାକୁମ୍ଭ ଆମର ସେହି ସ୍ବପ୍ନକୁ ପୂରା କରିଛି । ଏବେ ନୂଆ କୋଠା ଘର ସହ ନୂଆ ଡଙ୍ଗା ବି କିଣାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe