ଡାକ୍ତର ଓ ଆଇଏଏସ୍‌ ଚାକିରି ଛାଡ଼ି ଆଜି ବନି ପାରିଛନ୍ତି ଜଣେ ସଫଳ ଉଦ୍ୟୋଗୀ, ଛିଡ଼ା କରିଛନ୍ତି ୧୫ ହଜାର କୋଟି ଟଙ୍କାର କମ୍ପାନି

ଡାକ୍ତର ଓ ଆଇଏଏସ୍‌ ଚାକିରି ଛାଡ଼ି ଆଜି ବନି ପାରିଛନ୍ତି ଜଣେ ସଫଳ ଉଦ୍ୟୋଗୀ, ଛିଡ଼ା କରିଛନ୍ତି ୧୫ ହଜାର କୋଟି ଟଙ୍କାର କମ୍ପାନି

ନୂଆଦିଲ୍ଲୀ: କୁହାଯାଏ ଯଦି ମନୋବଳ ଦୃଢ଼ ଅଛି ତେବେ କିଛି ବି ହାସଲ କରିବା ଅସମ୍ଭବ ନୁହେଁ। ଆଜି, ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ସହ ପରିଚିତ କରାଇବୁ, ଯିଏ ତାଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ଡାକ୍ତର ଏବଂ ଆଇଏଏସ୍ ପରି ସମ୍ମାନଜନକ ଚାକିରି ଛାଡିଥିଲେ। ଆମେ କହୁଛୁ ରୋମାନ୍ ସାଇନିଙ୍କ ବିଷୟରେ। ସେ ତାଙ୍କ ଜୀବନରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି କଠିନ ଲକ୍ଷ୍ୟ ହାସଲ କରି ଦୁନିଆ ପାଇଁ ଉଦାହରଣ ବନି ପାରିଛନ୍ତି। ରାଜସ୍ଥାନର ବାସିନ୍ଦା ରୋମାନ୍ ସାଇନି ମାତ୍ର ୧୬ ବର୍ଷ ବୟସରେ ଏମ୍ସର ଡାକ୍ତରୀ ପରି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଏମ୍ସ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୧ ବର୍ଷରେ ଡାକ୍ତର ଡିଗ୍ରୀ ହାସଲ କଲେ। ଡକ୍ଟରେଟ୍ ଡିଗ୍ରୀ ହାସଲ କରିବା ପରେ ସାଇନି ଏମ୍ସର ଏନ୍‌ଡିଡିଟିସିରେ କାର୍ଯ୍ୟ କରିବା ଆରମ୍ଭ କଲେ।

ଏକ ସାକ୍ଷାତକାରରେ ରୋମାନ କହିଥିଲେ ଯେ ୨୦୧୧ ମସିହାରେ ସେ ଅନେକ ମେଡିକାଲ କ୍ୟାମ୍ପ୍‌ରେ ଯାଇଥିଲେ, ଯାହାଫଳରେ ସେ ଅନୁଭବ କରିପାରିଲେ ଯେ ଦାରିଦ୍ରତା କେତେ ବିପଦପୂର୍ଣ୍ଣ। ଦାରିଦ୍ରତା ଭିତରେ ରହି ଲୋକମାନେ ସ୍ୱାସ୍ଥ୍ୟ, ପରିଷ୍କାର-ପରିଚ୍ଛନ୍ନତା ଏବଂ ଜଳର ସମସ୍ୟା ବିଷୟରେ ଅବଗତ ହୋଇପାରୁନାହାନ୍ତି। ସେହି ସମୟରେ ସାଇନି ଅନୁଭବ କଲେ କି ଡାକ୍ତରୀ ବୃତ୍ତିରେ ରହି ସେ ସମସ୍ତ ସମସ୍ୟାର ସମାଧାନ କରିପାରିବେ ନାହିଁ। ତେଣୁ ସରକାରୀ ସେବାରେ ନିଜକୁ ନିୟୋଜିତ କରିବାକୁ ସ୍ଥିର କଲେ। ତାହାର ମାତ୍ର ଅଳ୍ପ କିଛି ମାସ ପରେ ଚାକିରି ଛାଡି ଦେଶର ସବୁଠାରୁ କଷ୍ଟଦାୟକ ୟୁପିଏସ୍ସି ପରୀକ୍ଷା ଦେଲେ।

ସେଥିରେ ବି ସାଇନି ସଫଳ ହେଲେ। ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ଏକ ବର୍ଷର କଠିନ ପରିଶ୍ରମ ପରେ ‌ଶେଷରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ମାତ୍ର ୨୨  ବର୍ଷ ବୟସରେ  ସେ ୟୁପିଏସ୍‌ସି  ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍‌ ଅଧିକାରୀ ହୋଇଥିଲେ। ତେବେ ସେ ସେଇଠି ଅଟକି ଯାଇନଥିଲେ। ଆଇଏଏସ୍ ଅଧିକାରୀ ହେବା ପରେ ମଧ୍ୟ ଆମ ସମାଜର ଶିକ୍ଷା ବ୍ୟବସ୍ଥାକୁ ନେଇ ରୋମାନ ସାଇନିଙ୍କ ମନରେ ବାରମ୍ବାର ପ୍ରଶ୍ନ ଉଙ୍କି ମାରିଥିଲା।

ସାଇନି ଚିନ୍ତା କଲେ ଯେ ପ୍ରକୃତ ସମସ୍ୟା ଆମ ଶିକ୍ଷା ବ୍ୟବସ୍ଥାରେ ଅଛି। ସେ ସମସ୍ତ ସମସ୍ୟାକୁ ସାଇନି ଶେଷ କରିବାକୁ ଚାହୁଁଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ‌ଯେ ମାତ୍ର ୧ ବର୍ଷ ୮ ମାସ ଆସିଷ୍ଟାଣ୍ଟ କଲେକ୍ଟର ଭାବରେ କାମ କରିବା ପରେ ଆଇଏଏସ୍‌ ଚାକିରି ବି ଛାଡ଼ିଦେଲେ।

ରୋମାନ୍ ଶିକ୍ଷା ପାଇଁ କାମ କରିବାକୁ ଚାହୁଁଥିଲେ। ତେଣୁ ସେ ତାଙ୍କ ସରକାରୀ ଚାକିରିରୁ ଇସ୍ତଫା ଦେଇ ଦୁଇ ବନ୍ଧୁଙ୍କ ସହ ଏକ ନୂତନ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ରୋମାନ ସାଇନି ବେଙ୍ଗାଲୁରୁରେ ଅନ୍‌ଏକୋଡେମି ଷ୍ଟାର୍ଟଅପ୍ ଆରମ୍ଭ କଲେ। କିଛି ବର୍ଷ ମଧ୍ୟରେ ତାହା ଏକ ବିରାଟ କମ୍ପାନି ହୋଇ ଛିଡ଼ା ହୋଇଗଲା। ରୋମାନ ସାଇନି ଜଣେ ଡାକ୍ତର ଭାବରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ, ତାପରେ ଜଣେ ଆଇଏଏସ୍ ଅଧିକାରୀ ହୋଇଥିଲେ ଏବଂ ପରେ ଜଣେ ସଫଳ ବ୍ୟବସାୟୀ ହୋଇ ପାରିଛନ୍ତି।  ସେ ଅନ୍‌ଏକୋଡେମି ମାଧ୍ୟମରେ ଏକ ଅନଲାଇନ୍ ଟିଚିଂ ପ୍ଲାଟଫର୍ମ ଆରମ୍ଭ କରିଥିଲେ। କିଛି ବର୍ଷ ମଧ୍ୟରେ ଏହାର ବାର୍ଷିକ କାରବାର ୧୫୦୦୦ କୋଟି ଅତିକ୍ରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe