ବିଫଳତା ହିଁ ସଫଳତାର ପାହାଚ: ଏହି ସଫଳ ବ୍ୟକ୍ତମାନେ ତା’ର ଉଦାହରଣ!

Advertisment
ବିଫଳତା ହିଁ ସଫଳତାର ପାହାଚ: ଏହି ସଫଳ ବ୍ୟକ୍ତମାନେ ତା’ର ଉଦାହରଣ!

ନୂଆଦିଲ୍ଲୀ: ବ୍ୟକ୍ତିକୁ କେତେବେଳ ସଫଳତା ମିଳିବ; ତାହା କେହି ଜାଣେନା। କାର୍ଯ୍ୟ ହିଁ ନିର୍ଦ୍ଧାରଣ କରିଥାଏ ବ୍ୟକ୍ତିର ଭାଗ୍ୟ। କେହି ଜଣେ ଗୁଣୀ କହିଥିଲେ, କଠିନ ପରିଶ୍ରମର ବିକଳ୍ପ ନାହିଁ। ପ୍ରତ୍ୟେକ ପରିଶ୍ରମୀ ନିଜ କ୍ଷେତ୍ରରେ ଜଣେ ସଫଳ ବ୍ୟକ୍ତି। ଅଧିକାଂଶ ଲୋକ ନିଜ ଦକ୍ଷତାକୁ ଅବିଶ୍ୱାସ କରି କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥାନ୍ତି। ମାତ୍ର ମନେରଖନ୍ତୁ, ଆପଣ ବି ହୋଇପାରନ୍ତି ସଂସାରର ସର୍ବ ପରିଚିତ ବ୍ୟକ୍ତିଟିଏ! ଅନେକ ସଫଳ ବ୍ୟକ୍ତି ଅଛନ୍ତି ହୁଏତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେମାନେ ବି ଦିନେ ବିଫଳ ହୋଇଥିଲେ ଛୋଟ ଛୋଟ ପରୀକ୍ଷାରେ। ନିମ୍ନରେ ଦିଆଯାଇଛି କେତେ ଜଣ ସଫଳ ବ୍ୟକ୍ତିଙ୍କ ଅସଫଳତାର ଅନୁଭୂତି!
publive-image
ଆଲବର୍ଟ ଆଇନ୍‌ଷ୍ଟାଇନ୍‌:
ବୈଜ୍ଞାନିକ ଆଇନ୍‌ ଷ୍ଟାଇନ୍‌ଙ୍କୁ ତାଙ୍କ ଶିକ୍ଷକ ଗଧ ବୋଲି ସମ୍ବୋଧନ କରୁଥିଲେ। ସେ ୪ ବର୍ଷ ବୟସ ପର୍ଯ୍ୟନ୍ତ କଥା ପଦେ କହି ପାରୁ ନ ଥିଲେ କି ୭ ବର୍ଷ ବୟସ ପର୍ଯର୍ନ୍ତ ଅକ୍ଷର ଚିହ୍ନି ପାରୁ ନ ଥିଲେ।
publive-image
ଏପିଜେ ଅବ୍‌ଦୁଲ୍‌ କାଲାମ:
ଅବଦୁଲ୍‌ କାଲାମଙ୍କ ପରି ଜଣେ ଗୁଣୀ ବ୍ୟକ୍ତି କେଉଁ ପରୀକ୍ଷାରେ ବିଫଳ ହୋଇଥିବେ ବୋଲି ଆପଣଙ୍କୁ ମନେହୁଏ! ହଁ, ସେ ତାଙ୍କ ପିଲାବେଳେ ପାଇଲଟ୍‌ ବନିବା ପାଇଁ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲେ।
publive-image
ଅମିତାଭ ବଚ୍ଚନ:
ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ତାଙ୍କ କଣ୍ଠସ୍ୱର ସକାଶେ ବେଶ୍‌ ପରିଚିତ। ତାଙ୍କ କଣ୍ଠସ୍ୱରକୁ ଲୋକେ ମାଷ୍ଟର୍‌ ଭଏସ୍‌ର ଆଖ୍ୟା ମଧ୍ୟ ଦେଇଛନ୍ତି। ତେବେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଦିନେ ତାଙ୍କ ଗୁରୁ ଗମ୍ଭୀର କଣ୍ଠସ୍ୱର ସକାଶେ ଅଲ୍‌ ଇଣ୍ଡିଆ ରେଡିଓରେ ଚାକିରି କରିବାର ସୁଯୋଗ ପାଇ ନ ଥିଲେ।

publive-image

ବିଲ୍‌ ଗେଟ୍‌ସ:
ଗ୍ରାଜୁଏସନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନ ଥିବା ବିଲ୍‌ ଗେଟ୍‌ସ ହେଉଛନ୍ତି ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି!

publive-image
ସଚିନ ତେନ୍ଦୁଲ୍‌କର:
‘ଗଡ୍‌ ଅଫ୍‌ କ୍ରିକେଟ୍‌’ ବା କ୍ରିକେଟ ଦୁନିଆର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକର ଜଣେ ଅଷ୍ଟମ ଫେଲ୍‌ ଛାତ୍ର!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe