ରାସ୍ତାରେ ଯାଉଥିବା ବେଳେ ସାଙ୍ଗକୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଲେ ଯୁବକ

Advertisment
ରାସ୍ତାରେ ଯାଉଥିବା ବେଳେ ସାଙ୍ଗକୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଲେ ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦୁର୍ଘଟଣାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ରାସ୍ତାରେ ଗାଡ଼ିମଟର ଯିବା ଆସିବା କରୁଛି। ଏହି ସମୟରେ ଦୁଇଜଣ ଯୁବକ ବି ସାଙ୍ଗ ହୋଇ ସେହି ରାସ୍ତାରେ ଯାଉଛନ୍ତି।

ଏତିକି ବେଳେ ସେହି ରାସ୍ତା ଦେଇ ଏକ ଟ୍ରକ ବି ଯାଉଛି। ଯାଉଯାଉ ଟ୍ରକ ଡାଲାଟି ରାସ୍ତାରେ ଯାଉଥିବା ଯୁବକଙ୍କ ଉପରେ ପଡ଼ିବାକୁ ଆସୁଥିଲା। ଏତିକି ବେଳେ ଯୁବକଙ୍କ ସହିତ ଯାଉଥିବା ତାଙ୍କ ସାଙ୍ଗ ଏହାକୁ ଦେଖି ନେଇଥିଲେ, ଆଉ ତାଙ୍କ ସାଙ୍ଗକୁ  ଘୋଷାରି ଆଣିଥିଲେ। ସୌଭାଗ୍ୟବଶତଃ ଯୁବକଙ୍କ ଜୀବନ ବଞ୍ଚି ଯାଇଥିଲା।

କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ ଯୁବକଙ୍କ ଜୀବନ ହୁଏତ ଚାଲି ଯାଇଯିବାର ଅନେକ ଆଶଙ୍କା ରହିଥିଲା। ଏହି ଦୁର୍ଘଟଣାର ଭିଡିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା। ପରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହି ଭୟବାହ ଦୃଶ୍ୟ ସମସ୍ତେ ଦେଖିବାକୁ ପାଇଥିଲେ।

ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପ‌ରେ ଉକ୍ତ ଟ୍ରକ ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।  ଏହି ଭିଡିଓକୁ ପ୍ରଗନା ନାମକ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଜୀବନ ଟା ଏକ ପାଣି ଫଟକା। କେତେ ବେଳେ କେଉଁ ମୁହୂର୍ତ୍ତରେ  କ’ଣ ହେବ କେହି କହି ପାରିବେ ନାହଁ। ତେଣୁ ମାନ, ଅଭିମାନ ଛାଡ଼ି ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ କେମିତି ବଞ୍ଚିବା ତାହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe