ହଠାତ୍ ଆକାଶରୁ ସମୁଦ୍ରକୁ ଖସି ପଡ଼ିଲା ବିମାନ, ଭାଇରାଲ ହେଲା ଭିଡିଓ

Advertisment
ହଠାତ୍ ଆକାଶରୁ ସମୁଦ୍ରକୁ ଖସି ପଡ଼ିଲା ବିମାନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆକାଶରୁ ସମୁଦ୍ର ମଧ୍ୟକୁ ଖସିଲା ବିମାନ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଇଛି ଯେ ଏକ ବିମାନ ମଝି ଆକାଶରୁ ଖସି ଆସି ସମୁଦ୍ରରେ ପଡ଼ୁଛି। ଭିଡିଓଟିକୁ ଲୋକେ ପସନ୍ଦ କରୁଥିବା ବେଳେ ଏହି ଛାତି ଥରାଇ ଦେବା ଭଳି ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଏକ କଳା ରଙ୍ଗର ବିମାନ ତଳକୁ ହଠାତ୍ ଖସିବା ସହ ସମୁଦ୍ରରେ ପଡ଼ିଯାଉଛି । ସମୁଦ୍ରରେ ଏହି ସମୟରେ ଏକାଧିକ ଲୋକ ଗାଧାଉଥିବା ବେଳେ ବିମାନକୁ ଦେଖି ଡ଼ରିଯାଉଛନ୍ତି ଏବଂ ସମୁଦ୍ରରୁ ବାହାରକୁ ଆସିଯାଉଛନ୍ତି। ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି ତଳକୁ ଖସି ପଡ଼ିଥିଲା ବୋଲି ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ଏଭଳି ଭା‌ବେ ବିମାନଟି ସମୁଦ୍ର ଉପରେ ପଡ଼ିବାର ଭିଡିଓ ଏବେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେଉଥିବା ଦେଖାଯାଉଛି। ଏହା ସହ ଭିଡିଓକୁ ହଜାର ହଜାର ଲୋକେ ସେୟାର କରୁଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe