Hindustan Times
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ପାଠକଙ୍କୁ ଏକ ନୂଆ ବହି ଉପହାର ଦେବେ ପ୍ରସିଦ୍ଧ ଭାରତୀୟ ଲେଖିକା ସୁଧା ମୂର୍ତ୍ତି। ପୁସ୍ତକର ଶୀର୍ଷକ ରହିଛି ‘ଦ ଡଟ୍ର ଫ୍ରମ୍ ଏ ଉଇସିଂ ଟ୍ରି: ଅନ୍ଇଉଜୁଆଲ୍ ଟେଲ୍ସ ଏବାଉଟ୍ ଓ୍ଵମେନ୍ ଇନ୍ ମାଇଥୋଲୋଜି’। ସେ ଗତ କିଛି ବର୍ଷ ହେବ ଭାରତୀୟ ପୁରାଣ ଶାସ୍ତ୍ରରେ ନାରୀର ଚରିତ୍ରକୁ ନେଇ କଲମ ଚାଳନା କରି ଆସୁଛନ୍ତି। ପୂର୍ବରୁ ସେ ନାରୀମାନଙ୍କ ଉପରେ ଲଗାତାର ଭାବେ ୩ଟି ପୁସ୍ତକ ଲେଖି ସାରିଥିବା ବେଳେ ଏହା ହେବ ତାଙ୍କର ଚତୁର୍ଥ ପୁସ୍ତକ।
Gramho.comପୂର୍ବରୁ ଲେଖିଥିବା ୩ଟି ପୁସ୍ତକ ହେଉଛି ‘ଦ ସରପେଣ୍ଟ୍ସ ରିଭେନ୍ସ: ଅନ୍ଇଉଜୁଆଲ୍ ଟେଲ୍ସ ଫ୍ରମ୍ ଦ ମହାଭାରତ’, ‘ଦ ମ୍ୟାନ୍ ଫ୍ରମ୍ ଏଗ୍: ଅନ୍ଇଉଜୁଆଲ୍ ଟେଲ୍ସ ଏବାଉଟ୍ ଦ ଟ୍ରିନିଟ୍’ ଓ ‘ଦ ଅପ୍ସାଇଡ୍-ଡାଉନ୍ କିଙ୍ଗ୍: ଅନ୍ଇଉଜୁଆଲ୍ ଟେଲ୍ସ ଏବାଉଟ୍ ରାମ ଆଣ୍ଡ୍ କ୍ରିଷ୍ଣା’।
ଏଥର ଲେଖିଥିବା ପୁସ୍ତକଟି ଏକ ଯାଦୁ ଗଛକୁ ନେଇ, ଯାହାକି ଜଣେ ମୃତ ବ୍ୟକ୍ତିକୁ ବି ଜୀବିତ କରିପାରେ। ଯୁବତୀମାନଙ୍କୁ ଅଦ୍ଭୁତ ଉପହାର ଦେଇପାରୁଥିବା ଗଛଟିଏ। ଅନେକ ଜିଜ୍ଞାସାପୂର୍ଣ୍ଣ ପ୍ରଶ୍ନର ଉତ୍ତର ଗଛଟି ଦେଇପାରୁଥିବା ସହ ଭଗବାନ ଦ୍ୱନ୍ଦ୍ୱରେ ପଡ଼ିଲେ ଏହି ଗଛର ସହାୟତା ନେଉ ଥିବାର କଥା ପୁସ୍ତକରେ ବର୍ଣ୍ଣନା କରାଯାଇଛି। ମୂର୍ତ୍ତଙ୍କ କହିବାନୁସାରେ ଉଭୟ ପୁରାଣ ଓ ଇତିହାସରେ ମହିଳାମାନଙ୍କୁ ନେଇ ସୁନ୍ଦର ସୁନ୍ଦର କାହାଣୀ ସବୁ ରହିଛି।
Follow Us