ଆଖୁ ଖାଇ ସାରି ପିଅନ୍ତୁ ନାହିଁ ପାଣି, ହୋଇପାରେ ବଡ଼ ଧରଣର ସମସ୍ୟା

Advertisment
ଆଖୁ ଖାଇ ସାରି ପିଅନ୍ତୁ ନାହିଁ ପାଣି, ହୋଇପାରେ ବଡ଼ ଧରଣର ସମସ୍ୟା

Zee News

ଆଖୁ ନାଁ ଶୁଣିଲେ ଆପଣଙ୍କ ମନକୁ କେଉଁ ଭାବନା ଆସୁଛି? ସାଧାରଣତଃ ଆଖୁ କଥା ଉଠିଲେ ମନ ମିଠା ହୋଇଯାଏ। ମିଠାର ଏକ ପ୍ରମୁଖ ଉତ୍ସ ହେଉଛି ଆଖୁ। ଆପଣ ଜ‌ାଣନ୍ତି ଯେ ଏବେ ‌ଯେପରି ଭାବେ ଘରେ ଘରେ ମଧୁମେହ ଆକ୍ରାନ୍ତ, ସେହି କାରଣରୁ ମିଠା ଖାଇବା ବେଳେ ଲୋକେ ନିଶ୍ଚିତ ସାବଧାନତା ଅବଲମ୍ବନ କରୁଛନ୍ତି। ମାତ୍ର ଆଖୁରେ ଅନେକ ସୁଗୁଣ ରହିଛି, ଯାହା ହୁଏତ ଆପଣ ଜାଣିନଥିବେ।

ଏବେ ତ ଗରମ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଖରାଦିନିଆ ପାନୀୟ ଭିତରେ ଆଖୁରସ ଅନ୍ୟତମ। ଏହାକୁ ପିଇଲେ ଆପଣଙ୍କୁ ଅଂଶୁଘାତ ପରି ସାଂଘାତିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଖାଲି ସେତିକି ନୁହେଁ, ପେଟ ଥଣ୍ଡା ରହିଥାଏ ଆଖୁରସ ପିଇବା ଦ୍ବାରା।

ଆଖୁ‌ରେ ରହିଛି ଭରପୂର ଆଣ୍ଟି ଅକ୍ସିଡାଣ୍ଟ୍‌। ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହି ଆଣ୍ଟି ଅକ୍ସିଡାଣ୍ଟ୍‌ ଶରୀରରେ କୋଷକୁ କ୍ଷତି ପହଞ୍ଚାଉଥିବା ଭଳି ଅଣୁକୁ ହ୍ରାସ କରିଥାଏ। ଏହା ମେଲେରିଆ, ତ୍ବଚା କର୍କଟ, ମଧୁମେହ ଆଦି ରୋଗକୁ ନିୟନ୍ତ୍ରଣରେ ରଖିଥାଏ।

ଏଥିରେ ପ୍ରଚୁର ପରିମାଣର ଫାଇବର୍‌ ଓ ମିନେରାଲ୍ସ ରହିଛି। ତେବେ, ଏହା ଆମ ତ୍ବଚାକୁ ସେପରି କୌଣସି କ୍ଷତି ପହଞ୍ଚାଏ ନାହିଁ।

ଆଖୁ ରସରେ ଭରପୂର ପରିମାଣର ପଟାସିୟମ ରହିଛି, ଯାହାକି ଶରୀର ପାଇଁ ଖୁବ୍‌ ଜରୁରୀ।

ତେବେ ମନେ ରଖନ୍ତୁ ଆଖୁ ଖାଇବା ପରେ ସଙ୍ଗେ ସଙ୍ଗେ ଆଦୌ ବି ପାଣି ପିଅନ୍ତୁ ନାହିଁ। ଆଖୁରେ ଭରି ରହିଛି ମିନେରାଲ୍ସ। ଆପଣ ଯଦି ଆଖୁ ଖାଇ ସାରି ପ୍ରାୟ ୨୦ ମିନିଟ୍‌ ମଧ୍ୟରେ ପାଣି ପିଇ ଦିଅନ୍ତି ତେବେ ପାଣି ସହ ମିନେରାଲ୍ସ ମିଶି ପ୍ରତିକ୍ରିୟ ସୃଷ୍ଟି କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe