ମଙ୍ଗଳସୂତ୍ର ବନ୍ଧକ ରଖି ପାଠ ପଢ଼ାଇଥିଲେ ମା’, ପୁଲିସ ହୋଇ ଟେକ ରଖିଲେ ଝିଅ

Advertisment
ମଙ୍ଗଳସୂତ୍ର ବନ୍ଧକ ରଖି ପାଠ ପଢ଼ାଇଥିଲେ ମା’, ପୁଲିସ ହୋଇ ଟେକ ରଖିଲେ ଝିଅ

ବୀଡ(ମହାରାଷ୍ଟ୍ର): ମଙ୍ଗଳସୂତ୍ର ବନ୍ଧକ ରଖି ପାଠ ପଢ଼ାଇଥିଲେ ମା’। କଷ୍ଟ କରି ପାଠ ପଢ଼ିବା ସହ ପୁଲିସ ହୋଇ ଟେକ ରଖିଲେ ୩ ଝିଅ। ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ରହୁଥିବା ଜଣେ ଗରିବ ଆଖୁ ଚାଷୀଙ୍କ ତିନି ଝିଅ ଏଭଳି କମାଲ କରି ଦେଖାଇଛନ୍ତି। କୃଷକ ମାରୁତି ଯାଦବଙ୍କର ତିନି ଝିଅ ଏବେ ମହାରାଷ୍ଟ୍ର ପୁଲିସ ଫୋର୍ସରେ ଅଧିକାରୀ ଭାବରେ ଯୋଗ ଦେଇଛନ୍ତି। ୩ଝିଅଙ୍କ ଏଭଳି ସଫଳତା ପାଇଁ ଏବେ ମାରୁତିଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେ କହିଛନ୍ତି ଯେ ଝିଅମାନେ ସମଗ୍ର ଜିଲ୍ଲା ପାଇଁ ସମ୍ମାନ ଆଣିଛନ୍ତି।

ପରଲିର ସେଲୁ ଟାଣ୍ଡା ଗାଁର ବାସିନ୍ଦା ମାରୁତି ଯାଦବ ଆଖୁ ଶ୍ରମିକ ଭାବରେ କାମ ଆରମ୍ଭ କରିଥିଲେ। କିଛି ସମୟ ପରେ ସେ ଆଖୁ କାଟିବା କାମ କରିବା ଆରମ୍ଭ କଲେ। ଗାଁରେ ତାଙ୍କର ଜମି କିମ୍ବା ସମ୍ପତ୍ତି କିଛି ବି ନାହିଁ। କିନ୍ତୁ ତାଙ୍କର ପରିବାର ବଡ଼ ଥିବାରୁ ପରିବାର ଚଳାଇବା ପାଇଁ ତାଙ୍କୁ ଦିନରାତି କଠିନ ପରିଶ୍ରମ କରିବାକୁ ପଡୁଥିଲା। ଏହା ସତ୍ତ୍ବେ ସେ ୩ଝିଅ ଓ ୨ପୁଅଙ୍କୁ ପାଠ ପଢ଼ାଇଥିଲେ। ଅର୍ଥ ଅଭାବ ହେବାରୁ ମାରୁତିଙ୍କ ପତ୍ନୀ ତାଙ୍କ ମଙ୍ଗଳସୂତ୍ର ବନ୍ଧକ ରଖି ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ଏବେ ତାଙ୍କର ୩ଜଣ ଝିଅ ପୁଲିସ ଚାକିରି ପାଇବା ପରେ ମାରୁତିଙ୍କ ସବୁ କଷ୍ଟର ଫଳ ତାଙ୍କୁ ମିଳିଯାଇଥିବା ସେ କହିଛନ୍ତି। ପରଲିରେ ଗୋଟିଏ ପରିବାରର ୩ଜଣ ପୁଲିସ ଚାକିରି ପାଇବା ଘଟଣା ପ୍ରଥମ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe