ସୁକନ୍ୟା ସରୋବର

ଉତ୍ତର ପ୍ରଦେଶର ମୌନ ପୁରୀ ଜିଲାର ସଦର ମହକୁମା ଠାରୁ ୧୮ କି.ମି ଦୂର ଔଚୁ ଗ୍ରାମରେ ରହିଛି ପୁରାଣପ୍ରସିଦ୍ଧ ମହର୍ଷି ଚ୍ୟବନଙ୍କର ପୁରାତନ ଆଶ୍ରମ। ଏହି ଆଶ୍ରମ ପରିସରରେ ଏକ କୁଣ୍ଡ ରହିଛି। ତାହାକୁ ଚ୍ୟବନ କୁଣ୍ଡ, ଦେବକୁଣ୍ଡ ବା ସୁକନ୍ୟା ସରୋବର କୁହାଯାଏ।

adgaddgd

ଉତ୍ତର ପ୍ରଦେଶର ମୌନ ପୁରୀ ଜିଲାର ସଦର ମହକୁମା ଠାରୁ ୧୮ କି.ମି ଦୂର ଔଚୁ ଗ୍ରାମରେ ରହିଛି ପୁରାଣପ୍ରସିଦ୍ଧ ମହର୍ଷି ଚ୍ୟବନଙ୍କର ପୁରାତନ ଆଶ୍ରମ। ଏହି ଆଶ୍ରମ ପରିସରରେ ଏକ କୁଣ୍ଡ ରହିଛି। ତାହାକୁ ଚ୍ୟବନ କୁଣ୍ଡ, ଦେବକୁଣ୍ଡ ବା ସୁକନ୍ୟା ସରୋବର କୁହାଯାଏ। ‘ମହାଭାରତ’, ‘ଶ୍ରୀମଦ୍‌ଭାଗବତ’,  ‘ପଦ୍ମପୁରାଣ’ ଓ ‘ସ୍କନ୍ଦପୁରାଣ’ ଆଦିରେ ଏହାର ଉଲ୍ଲେଖ ରହିଛି। ସଂପ୍ରତି ଏହି କ୍ଷେତ୍ର ଏକ ଔଷଧ ଗବେଷଣା ଓ ଅନୁସଂଧାନ କ୍ଷେତ୍ର ଭାବରେ ପ୍ରସିଦ୍ଧ। ଆଶ୍ରମ ପରିସରରେ ଥିବା କୁଣ୍ଡରେ ସ୍ନାନ କଲେ ସମସ୍ତ ଚର୍ମରୋଗ ଦୂର ହୋଇଯାଏ ବୋଲି ବିଶ୍ବାସ ରହିଛି। 

ଭୃଗୁପୁତ୍ର ମହର୍ଷି ଚ୍ୟବନ ଓ ମହାରାଜ ଶର୍ଯାତିଙ୍କ କନ୍ୟା ସୁକନ୍ୟାଙ୍କର ବହୁଆଲୋଚିତ ବିବାହକଥାର ଆଧାର ଏହି ପୁରାଣପ୍ରସିଦ୍ଧ ସୁକନ୍ୟା ସରୋବର। ଏକଦା ମହାରାଜ ଶର୍ଯାତି ନିଜର କନ୍ୟା, ପରିବାର ଓ ପରିଜନମାନଙ୍କ ସହିତ  ବନଭୂମିକୁ ଭ୍ରମଣ କରିବାକୁ ଆସିଥିଲେ। ସେଠାରେ ଏକ ସରୋବର ତୀରରେ ମହାମୁନି ଚ୍ୟବନ ଦୀର୍ଘ ଦିନରୁ ତପସ୍ୟାରତ ଥିଲେ। ଏକ ସ୍ଥାନରେ ନିଶ୍ଚଳ ଭାବରେ ରହିଥ‌ିବା ହେତୁ ତାଙ୍କ ଦେହ ଉପରେ ଏକ ବିରାଟ ଉଇହୁଙ୍କା ସହିତ ଗଛଲତା ମାଡ଼ିଯାଇଥିଲା। ଶର୍ଯାତିସୁତା ସୁକନ୍ୟା ସଖୀମାନଙ୍କ ସହିତ ସରୋବରରେ ଜଳକ୍ରୀଡ଼ା କରି ବନଭୂମିରେ ବୁଲୁ ବୁଲୁ ଏକ ଉଇହୁଙ୍କା ମଧ୍ୟରୁ ଦୁଇଟି ଉଜ୍ଜ୍ବଳ ଆଲୋକ ରଶ୍ମି ନିର୍ଗତ ହେଉଥ‌ିବାର ଦେଖିଲେ ଏବଂ କୌତୂହଳବଶତଃ ସେଠାରେ କଣ୍ଟା ଫୁଟାଇ ଦେଲେ। ତାହା ଥିଲା ମହର୍ଷି ଚ୍ୟବନଙ୍କର ଚକ୍ଷୁ। ଆଖି ଫୁଟିଯିବାରୁ ପୀଡ଼ାରେ ଅସ୍ଥିର ହୋଇ ଚ୍ୟବନ ଶର୍ଯାତିଙ୍କର ପ୍ରଜାମାନଙ୍କୁ ଅଭିଶାପ ଦେଲେ। ସେଥିରେ ଶର୍ଯାତି ବ୍ୟସ୍ତ ହୋଇ ଏହାର କାରଣ ଅନୁସଂଧାନ କରି ଜାଣିଲେ, ଏହା ସୁକନ୍ୟାଙ୍କ ଭୁଲ୍ ହେତୁ ହୋଇଛି। ବ୍ୟାକୁଳ ହୋଇ ସେ ମହର୍ଷି ଚ୍ୟବନଙ୍କ ନିକଟ‌େର କ୍ଷମା ଯାଚନା କଲେ।

ଚ୍ୟବନ ସର୍ତ୍ତ ରଖିଲେ– ଯଦି ରାଜା ସୁକନ୍ୟାଙ୍କୁ ତାଙ୍କୁ ବିବାହ ଦେବେ, ତେବେ ସେ ତାଙ୍କୁ କ୍ଷମା ଦେବେ। ପ୍ରଜାଙ୍କ ମଙ୍ଗଳ ଲାଗି ସୁକନ୍ୟା ସର୍ତ୍ତ ରକ୍ଷା କରି ବୃଦ୍ଧ ଚ୍ୟବନଙ୍କୁ ବିବାହ କଲେ ଏବଂ ବୃଦ୍ଧ ତାଙ୍କ ସେବାରେ ନିଜକୁ ନିୟୋଜିତ କରି ଦେଲେ। ଦିନେ ସୁକନ୍ୟା ଆଶ୍ରମ ପୁଷ୍କରିଣୀରୁ ସ୍ନାନସାରି ଉଠିଲା ବେଳକୁ ତାଙ୍କ ସମ୍ମୁଖରେ ଦୁଇ ଅଶ୍ୱିନୀ କୁମାରଙ୍କୁ ଦେଖିଲେ। ଦୁଇ ଅଶ୍ୱିନୀ କୁମାର ସୁକନ୍ୟାଙ୍କ ଅନୁପମ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ, ସେ ତାଙ୍କ ଭିତରୁ ଜଣଙ୍କୁ ବିବାହ କରନ୍ତୁ ବୋଲି ଇଚ୍ଛା ପ୍ରକାଶ କଲେ। ସୁକନ୍ୟା ବିନୟର ସହିତ ତାହାକୁ ଅସ୍ବୀକାର କରିବାରୁ ଦୁଇ କୁମାର କହିଲେ- ଆମେ ସ୍ବର୍ଗର ବୈଦ୍ୟ, ଆମେ ତୁମ ସ୍ବାମୀଙ୍କୁ ଚକ୍ଷୁଷ୍ମାନ କରିବା ସହିତ ତାଙ୍କର ଯୁବାବସ୍ଥା ଫେରାଇ ଦେବୁ। ତୁମ ସ୍ବାମୀଙ୍କୁ କୁହ ଆମ ସହିତ ଏ ସରୋବରରେ ସ୍ନାନ କରନ୍ତୁ। ସ୍ନାନାନ୍ତେ ଆମ ସମସ୍ତଙ୍କ ରୂପ ଏକ ପ୍ରକାର ହୋଇଯିବ। ତୁମେ ଆମ ତିନି ଜଣଙ୍କ ମଧ୍ୟରୁ ଯାହାଙ୍କୁ ବାଛିବ ସେ ହେ‌େବ ତୁମର ସ୍ବାମୀ। ଚ୍ୟବନ ଅଶ୍ୱିନୀ କୁମାରଙ୍କ ସହିତ ସେହି ସରୋବରରେ ସ୍ନାନ କରି ଅଶ୍ୱିନୀ କୁମାରଙ୍କ ସହିତ ଦିବ୍ୟ ରୂପ ପ୍ରାପ୍ତ ହେଲେ। ସମସ୍ତଙ୍କର ରୂପ ସମାନ ହୋଇଥିଲେ ମଧ୍ୟ ସାଧ୍ବୀ ସୁକନ୍ୟା ଚ୍ୟବନଙ୍କୁ ଚିହ୍ନି ପାରିଲେ। ଏଥରେ ଅଶ୍ୱିନୀକୁମାରଦ୍ୱୟ ପ୍ରୀତ ହୋଇ ତାଙ୍କୁ ଆଶୀର୍ବାଦ କଲେ। ଏହି ସରୋବର ବୃଦ୍ଧ ଚ୍ୟବନଙ୍କୁ ଯୌବନ ପ୍ରଦାନ କରିଥିବାରୁ ଆଜି ମଧ୍ୟ ଏହାକୁ ଏକ ଚମତ୍କାରୀ ସରୋବର ଭାବରେ ଗ୍ରହଣ କରାଯାଇଥାଏ। ରୋଗମୁକ୍ତ ହେବା ପାଇଁ ଭକ୍ତମାନେ ଏଥିରେ ବୁଡ଼ ପକାଇଥାନ୍ତି। ଶୁକ୍ଳ ତୃତୀୟା ତିଥିରେ ଏଠାରେ ମହାସ୍ନାନଯୋଗ ଅନୁଷ୍ଠିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe