କୋହଳ ହେଲା ସଲଫର୍‌ ନିର୍ଗମନ ମାନଦଣ୍ଡ

କେନ୍ଦ୍ର ସରକାର କୋଇଲା-ଆଧାରିତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ସଲଫର୍‌ ଡାଇଅକ୍ସାଇଡ୍ ନିର୍ଗମନ ମାନଦଣ୍ଡକୁ କୋହଳ କରିଦେଇଛନ୍ତି, ଯାହା ବାୟୁ ପ୍ରଦୂଷଣକୁ ଆହୁରି ଗମ୍ଭୀର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

gdjdgjgjg

କେନ୍ଦ୍ର ସରକାର କୋଇଲା-ଆଧାରିତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ସଲଫର୍‌ ଡାଇଅକ୍ସାଇଡ୍ ନିର୍ଗମନ ମାନଦଣ୍ଡକୁ କୋହଳ କରିଦେଇଛନ୍ତି, ଯାହା ବାୟୁ ପ୍ରଦୂଷଣକୁ ଆହୁରି ଗମ୍ଭୀର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସଲଫର୍‌ ଡାଇ ଅକ୍ସାଇଡ୍‌(ଏସ୍‌ଓ୨) ହେଉଛି ଏକ ପ୍ରମୁଖ ବାୟୁ ପ୍ରଦୂଷକ, ଯାହା ସୂକ୍ଷ୍ମ କଣିକା ପଦାର୍ଥ (ପିଏମ୍‌୨.୫)ରେ ପରିଣତ ହୋଇ ବିଭିନ୍ନ ରୋଗର କାରଣ ପାଲଟିଥାଏ। ତେଣୁ ୨୦୧୫ ଡିସେମ୍ବରରେ ସରକାର କୋଇଲା-ଆଧାରିତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ପାଇଁ କଠୋର ଏସ୍‌ଓ୨ ନିର୍ଗମନ ମାନଦଣ୍ଡ ଧାର୍ଯ୍ୟ କରିଥିଲେ, ଯାହା ଦୁଇ ବର୍ଷ ମଧ୍ୟରେ ପାଳନ କରିବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ୯୨ ପ୍ରତିଶତ କୋଇଲା-ଚାଳିତ ବିଦ୍ୟୁତ୍ କେନ୍ଦ୍ର ଏସ୍‌ଓ୨ ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ‘ଫ୍ଲୁ ଗ୍ୟାସ୍ ଡିସଲଫ୍ୟୁରାଇଜେସନ୍ ୟୁନିଟ୍’ ସ୍ଥାପନ କରିନାହାନ୍ତି।

ଗତ ୧୧ ତାରିଖରେ ଏକ ବିଜ୍ଞପ୍ତିରେ ପରିବେଶ ମନ୍ତ୍ରଣାଳୟ କହିଛି ଯେ ଜାତୀୟ ରାଜଧାନୀ କ୍ଷେତ୍ରର ୧୦ କିଲୋମିଟର ପରିଧି ମଧ୍ୟରେ କିମ୍ବା ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ଅବସ୍ଥିତ ‘ଏ’ ବର୍ଗର ପ୍ଲାଣ୍ଟ ପାଇଁ ଅନୁପାଳନ ସମୟସୀମା ଡିସେମ୍ବର ୨୦୨୪ରୁ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗୁରୁତର ପ୍ରଦୂଷିତ ଅଞ୍ଚଳ କିମ୍ବା ସହରଗୁଡ଼ିକର ୧୦ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତ ‘ବି’ ବର୍ଗ ପ୍ଲାଣ୍ଟଗୁଡ଼ିକର ମୂଲ୍ୟାଙ୍କନ ଏବେ ନିର୍ଦ୍ଦିଷ୍ଟ ମାମଲା ଆଧାରରେ କରାଯିବ। ‘ସି’ ବର୍ଗ ପ୍ଳାଣ୍ଟଗୁଡ଼ିକୁ ଏସ୍‌ଓ୨ ମାନଦଣ୍ଡରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି। ଭାରତରେ ପ୍ରାୟ ୬୦୦ ତାପଜ ବିଦ୍ୟୁତ୍ ୟୁନିଟ୍ ମଧ୍ୟରୁ ୪୬୨ଟି ହେଉଛନ୍ତି ‘ସି’ ବର୍ଗର ଏବଂ ୭୨ଟି ‘ବି’ ବର୍ଗର। ଏଥି ସହିତ ୨୦୩୦ ଡିସେମ୍ବର ୩୧ ପୂର୍ବରୁ ଅବସର ନେବାକୁ ଘୋଷିତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଏସ୍‌ଓ୨ ନିର୍ଗମନ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିବାକୁ ବାଧ୍ୟ ନୁହନ୍ତି। ଯଦି ସେମାନେ ନିର୍ଗମନ ମାନଦଣ୍ଡ ପୂରଣ ନକରି କାର୍ଯ୍ୟ ଜାରି ରଖନ୍ତି ତେବେ ପ୍ରତି ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ପାଇଁ ସେମାନଙ୍କ ଠାରୁ ୦.୪୦ ଟଙ୍କା ହାରରେ ଜରିମାନା ଆଦାୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe