‘ଏବେ ଭର୍ଚୁଆଲ ଦୁନିଆକୁ ଆପଣାଇଛୁ’ : ସୁନନ୍ଦା ମିଶ୍ର ପଣ୍ଡା

କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ

‘ଏବେ ଭର୍ଚୁଆଲ ଦୁନିଆକୁ ଆପଣାଇଛୁ’ : ସୁନନ୍ଦା ମିଶ୍ର ପଣ୍ଡା

'କାନାଡ଼ା ଗୋଟିଏ ଅତି ସଭ୍ୟ ‌ଦେଶ। ସରକାରଙ୍କ ପଦକ୍ଷେପକୁ ଏହି ଦେଶର ଲୋକମାନେ ସ୍ବୀକାର କରନ୍ତି। ଯେଉଁଥିପାଇଁ ଗତ ଜାନୁଆରୀ ୨୫ ତାରିଖରେ କରୋନା ଭୂତାଣୁର ପ୍ରଥମ ରୋଗୀ ଚିହ୍ନଟ ହେ‌ଲେ ମଧ୍ୟ ଅଦ୍ୟାବଧି ପଜିଟିଭ୍‌ ସଂଖ୍ୟା ୧୦୦ରେ ସୀମିତ ରହିଛି।' କାନାଡ଼ାରେ କରୋନାଜନିତ ପରିସ୍ଥିତି ସମ୍ପର୍କରେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଟରୋଣ୍ଟୋରେ ରହୁଥିବା ସୁନନ୍ଦା ମିଶ୍ର ପଣ୍ଡା।

ଶ୍ରୀମତୀ ମିଶ୍ରପଣ୍ଡା 'କାନାଡ଼ା ଓଡ଼ିଆ ସୋସାଇଟି ଅଫ୍‌ ଆମେରିକାସ୍‌' (କାନୋସା)ର ସଭାନେତ୍ରୀ ଅଛନ୍ତି। ଏହି ସଂଗଠନ ସେଠାରେ ସାହିତ୍ୟ ପାଠଚକ୍ର, ବିଷୁବ ମିଳନ ଆୟୋଜନ କରିବା ସହିତ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଆସୁଛି। ବ୍ୟକ୍ତିଗତ ଶ୍ରୀମତୀ ମିଶ୍ରପଣ୍ଡାଙ୍କର ମଧ୍ୟ କବିତା ଲେଖିବାରେ ରୁଚି ରହିଛି। କରୋନା ସମ୍ପର୍କରେ ସେ କହିଛନ୍ତି ଯେ, ' କାନାଡ଼ା ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ କରିନଥିଲେ, ପଡ଼ୋଶୀ ଯୁକ୍ତରାଷ୍ଟ୍ର ଆମେରିକା ଭଳି ପରିସ୍ଥିତି ସୃଷ୍ଟି ହୋଇଥା'ନ୍ତା। '

ଲକ୍‌ଡାଉନ୍‌ ସମୟରେ ବ୍ୟକ୍ତିଗତ ଜୀବନକୁ କିଭଳି ପ୍ରଭାବିତ କରିଛି ବୋଲି ମତ ଦେଇ ଶ୍ରୀମତୀ ମିଶ୍ରପଣ୍ଡା କହିଛନ୍ତି ‌ଯେ, ' ମାର୍ଚ୍ଚ ୧୪ ତାରିଖଠାରୁ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ଘରୁ କାମ କରିବାକୁ ନିର୍ଦ୍ଦେଶ ରହିଛି। ଏହି ସମୟରେ ଭର୍ଚୁଆଲ (କମ୍ପ୍ୟୁଟରକୃତ ଦୃଶ୍ୟ ଏବଂ ଶବ୍ଦଦ୍ବାରା ସୃଷ୍ଟ ବାସ୍ତବତା) ପୂଜା ଦେଖିବାର ସୌଭାଗ୍ୟ ମିଳୁଛି। ଏଥିସହିତ, ଭର୍ଚୁଆଲ ମାଧ୍ୟମରେ ସାହିତ୍ୟ ସଭ‌ା ହୋଇଥିଲା ଏବଂ ଟରୋଣ୍ଟୋରେ ଥିବା ପ୍ରାୟ ୩ରୋନା ଉପରେ କବିତା ପଢ଼ିଥିଲେ। ମୁଁ ଏବଂ ମୋ ସ୍ବାମୀ ଘରୁ ଅନ୍‌ଲାଇନ୍‌ରେ କାମ କରୁଛି। ଏଥିସହିତ, ଜଗନ୍ନାଥ ତତ୍ତ୍ବ ଉପରେ କିଛି ପଢ଼ାପଢ଼ି କରୁଛି।'

ଅନ୍ୟପକ୍ଷରେ, କେନ୍ଦ୍ର ଓ ଓଡ଼ିଶା ସରକାର କରୋନାର ମୁକାବିଲା କରିବା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ବାଗତ୍‌ଯୋଗ୍ୟ। ଭାରତୀୟ କନ୍‌ସୁଲେଟ୍‌ ସବୁ ପ୍ରବାସୀ ଭାରତୀୟଙ୍କ କଥା ବୁଝୁଥିବା କହିଛନ୍ତି ଶ୍ରୀମତୀ ମିଶ୍ରପଣ୍ଡା।

(ଇମେଲ୍‌ ଯୋଗେ ନିଜର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଟରୋଣ୍ଟୋରେ ରହୁଥିବା ସୁନନ୍ଦା ମିଶ୍ର ପଣ୍ଡା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe