ସାଧାରଣ ଘରେ ଜୀବନ ବିତାଇଥିଲେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ: ତଳେ ଶୋଉଥିଲେ, ଘରେ ଫ୍ରିଜ୍‌ଟିଏ ବି ନଥିଲା

Advertisment
୨୦୨୨ରେ ପିଚାଇ ପାଇଛନ୍ତି ୧୭୮୮ କୋଟି ଦରମା

ଓ୍ଵାଶିଂଟନ: ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ, ଯିଏକି ଏବେ ବିଶ୍ୱର କେତେ ଜଣ ଧନୀ ଲୋକଙ୍କ ଶ୍ରେଣୀ ତାଲିକାରେ ସ୍ଥାନ ପାଉଛନ୍ତି। ସେ ଆରମ୍ଭରୁ ଯେପରି ଜୀବନ ବିତାଇଛନ୍ତି ତାହା ଏବେ ସାଧାରର ଲୋକଙ୍କ ପାଇଁ ଉଦାହରଣ ପାଲଟିଛି। ସେ କହନ୍ତି କି ଚେନ୍ନାଇରେ ରହୁଥିବା ସମୟରେ ତାଙ୍କ ଜୀବନ ଏକଦମ ସାଧାରଣ ଥିଲା। ଏପରିକି ସେ ସମୟରେ ତାଙ୍କ ଘରେ ଏକ ଫ୍ରିଜ୍‌ଟିଏ ବି ନଥିଲା। ତା ସତ୍ତ୍ୱେ ବି ସେ କହିଛନ୍ତି କି ଭାରତରେ ବଢ଼ିବା ଥିଲା ଏବେର ଜୀବନ ତୁଳନାରେ ଖୁବ୍‌ ଉତ୍କଷ୍ଟ।

ପିଚାଇ ଆହୁରି ବି କହିଛନ୍ତି କି ଆମ ଘରେ ଖଟଟିଏ ବି ନଥିଲା। ସେ ସମୟରେ ଆମେ ଚଟାଣରେ ବିଛଣା ପାରି ଶୋଉଥିଲୁ। ଶୋଇବା ପାଖରେ ପାଣି ବୋତଲ ରଖି ଶୋଇବା ଆମର ଏକ ପ୍ରକାରର ଅଭ୍ୟସ ହୋଇଯାଇଥିଲା। ଅନ୍ୟମାନଙ୍କ ଘରେ ରେଫ୍ରିଜିରେଟର ଥିଲା। ଆମ ଘରେ ନଥିଲା। ଶେଷରେ ଆମ ଘରକୁ ଏକ ଫ୍ରିଜ୍‌ ଆସିଲା। ତାହା ଆମ ପାଇଁ ଖୁବ୍‌ ବଡ଼ କଥା ଥିଲା।

ପିଲାଦିନେ ପିଚାଇ ଅଧିକାଂଶ ସମୟ ପଢ଼ିବାରେ ବିତାଉଥିଲେ। ସେ ୨୦୦୪ ମସିହାରେ ଗୁଗୁଲ୍‌ରେ ଚାକିରି ପାଇଲେ। ସେ ପ୍ରଥମ ଥର ପାଇଁ ବିମାନରେ ଷ୍ଟାନ୍‌ଫୋର୍ଡ ୟୁନିଭରସିଟିରେ ନାମ ଲେଖାଇବା ପରେ ହିଁ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe