Advertisment

ପତ୍ନୀଙ୍କୁ ସୂର୍ଯ୍ୟମୁଖୀ କ୍ଷେତ ଉପହାର

Advertisment
ପତ୍ନୀଙ୍କୁ ସୂର୍ଯ୍ୟମୁଖୀ କ୍ଷେତ ଉପହାର

ଜନ୍ମଦିନ ହେଉ ବା ବିବାହ ବାର୍ଷିକୀ, ଉପହାର ଦେବା ପାଇଁ ଫୁଲତୋଡ଼ା ଠାରୁ ବଳି ସହଜସାଧ୍ୟ ତଥା ଆକର୍ଷଣୀୟ ସାମଗ୍ରୀ ନାହିଁ। ଏହି କ୍ରମରେ ଆମେରିକାର କାନସାସ୍‌ରେ ରହୁଥିବା ଜଣେ କୃଷକ ନିଜ ପୁଷ୍ପପ୍ରିୟ ପତ୍ନୀଙ୍କୁ ଏକ ସୂର୍ଯ୍ୟମୁଖୀ କ୍ଷେତ ଉପହାର ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଲି ଵିଲସନ୍‌ ନାମକ ଏହି କୃଷକ ତାଙ୍କ ୫୦ତମ ବିବାହ ବାର୍ଷିକୀରେ ଏପରି ଏକ ନିଆରା ଉପହାର ଦେବାର ଲକ୍ଷ୍ୟ ରଖି ପତ୍ନୀ ରେନୀଙ୍କ ଅଗୋଚରରେ ୮୦ ଏକର ପରିମିତ କ୍ଷେତରେ ୧୨ ଲକ୍ଷ ସୂର୍ଯ୍ୟମୁଖୀ ଗଛ ଲଗାଇଛନ୍ତି। ତାଙ୍କ ପୁଅ ସାଙ୍ଗେ ମିଶି ସେ ଗତ ମେ’ ମାସରେ ସୂର୍ଯ୍ୟମୁଖୀ ମଞ୍ଜି ବୁଣିଥିଲେ। ଫୁଲ ଫୁଟି ସଂପୂର୍ଣ୍ଣ କ୍ଷେତରେ ଯେବେ ସୁନେଲି ରଙ୍ଗର ଢେଉ ଖେଳିଗଲା, ସେ ତାଙ୍କ ପତ୍ନୀଙ୍କୁ ସେଠାକୁ ନେଇ ତାହା ଉପହାର ଦେଇଥିଲେ। ଆସନ୍ତା ୧୦ ତାରିଖରେ ସେମାନେ ବିବାହର ଅର୍ଦ୍ଧଶତାବ୍ଦୀ ପାଳନ କରିବାକୁ ଯାଉଥିବା ବେଳେ ତାହାର ଅବ୍ୟବହିତ ପୂର୍ବରୁ ଏହି ବିଚିତ୍ର ଉପହାର ଦେଖି ଫୁଲପ୍ରେମୀ ପତ୍ନୀ ରେନୀ ଅଭିଭୂତ ହୋଇପଡ଼ିଥିଲେ। ଵିଲସନ୍‌ଙ୍କ କହିବା କଥା, ରେନୀଙ୍କର ସୂର୍ଯ୍ୟମୁଖୀ ପ୍ରତି ଏକ ବିଶେଷ ଦୁର୍ବଳତା ରହିଥିବାରୁ ସେ ଚଳିତ ବର୍ଷ କ୍ଷେତରେ ସୂର୍ଯ୍ୟମୁଖୀ ଚାଷ କରିବାକୁ ମନସ୍ଥ କରିଥିଲେ। ଏବେ ଏହି ସୂର୍ଯ୍ୟମୁଖୀ କ୍ଷେତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ସାମୟିକ ପର୍ଯ୍ୟଟନ କ୍ଷେତ୍ର ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe