ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟିର ନର୍ଥ କ୍ୟାମ୍ପସରେ ପାଖାପାଖି ୪ଦଶନ୍ଦି ହେବ ଥିବା ଏକ ଛୋଟ ଷ୍ଟଲ ସବୁଦିନ ପାଇଁ ବନ୍ଦ ହୋଇଯିବ। କାରଣ ଏହି ଷ୍ଟଲର ମାଲିକ ସୁନୀଲ ସେଟ୍ଟିଙ୍କ ନିକଟରେ ଦେହାନ୍ତ ହୋଇଯାଇଛି। ଯାହାଙ୍କୁ ପିଲାମାନେ ଶ୍ରଦ୍ଧାରେ ପିଙ୍କ ଅଙ୍କଲ ବୋଲି ଡାକୁଥିଲେ।
ଗତ ନଭେମ୍ବର ୧୭ ତାରିଖରେ ପିଙ୍କ ଅଙ୍କଲ ଦୁନିଆକୁ ପର କରି ଯାଇଛନ୍ତି। ପିଙ୍କ ଅଙ୍କଲ କଲେଜ କ୍ୟାମ୍ପସରେ ଏମିତି ଏକ ସ୍ଥାନରେ ଷ୍ଟଲ ଲଗାଇଥିଲେ ପିଲାମାନେ ପାଠପଢ଼ା ମଝିରେ ଉକ୍ତ ଷ୍ଟଲ ନିକଟକୁ ଆସି କିଛି ସ୍ନାକ୍ସ ଖାଇବା ସହିତ ଖୁବମଜା ମସ୍ତି କରିଥାଆନ୍ତି।
ପିଲାମାନଙ୍କୁ ଅତି ଶ୍ରଦ୍ଧାରେ ପିଙ୍କ ଅଙ୍କଲ ମାତ୍ର ୬୦ଟଙ୍କାରେ ଭେଲପୁରୀ ଦୀର୍ଘ ୪ଦଶନ୍ତି ଧରି ଖୁଆଇ ଆସୁଥିଲେ। ପିଙ୍କ ଅଙ୍କଲ କେବଳ ଜଣେ ବିକ୍ରେତା ନଥିଲେ ସେ ପିଲାମାନଙ୍କ ପାଇଁ ସାଙ୍ଗ, ମାର୍ଗଦର୍ଶକ ଓ ପରିବାରର ଜଣେ ସଦସ୍ୟ ଭଳି ଥିଲେ। ପାଠପଢ଼ିପଢ଼ି ଚାପଗ୍ରସ୍ତ ହୋଇଗଲେ ପିଲାମାନେ ପିଙ୍କ ଅଙ୍କଲଙ୍କ ଷ୍ଟଲ ପାଖକୁ ଚାଲିଆସି ଖୁବ ମଜାମସ୍ତି କରିଥାଆନ୍ତି।
ପିଙ୍କ ଅଙ୍କଲ ସୋସିଆଲ ମିଡିଆରେ ବି ଖୁବ ଚର୍ଚ୍ଚାରେ ଥିଲେ। ତାଙ୍କର ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଓ ପୂର୍ବତନଛାତ୍ରମାନେ ଦୁଃଖ ପ୍ରକାଶ କରିଛନ୍ତି।
Follow Us