ଭୁବେଶ୍ବର: ଆଜି ପରି ସେଦିନ ବି ଥିଲା ଅକ୍ଟୋବର ୨୮ ତାରିଖ । ମାନେ ୧୯୯୯ ମସିହା, ଅକ୍ଟୋବର ମାସ ୨୮ ତାରିଖ । ଅବଶ୍ୟ ସେଦିନ ଆଜି ପରି ଏତେ କୋଳାହଳ ନଥିଲା । ୨୮ ତାରିଖ ଦିନ ସ୍ୱାଭାବିକ ଥିଲା ପାଗ, ଶୂନଶାନ ଥିଲା ପରିବେଶ । ବୋଧହୁଏ ତାହା ଥିଲା ଝଡ ପୂର୍ବର ନିରବତା । ହେଲେ ସବୁ ନିରବତା ଭାଙ୍ଗି ୨୯ ତାରିଖ ଯେ ଏତେ ବଡ଼ ପ୍ରଳୟ ଆଣିବ ତାହା କେହି କେବେ କଳ୍ପନା ବି କରି ନଥିଲେ । ହଠାତ ଆକାଶରେ ଘୋଟି ଆସିଥିଲା ଆତଙ୍କର କଳା ବାଦଲ, ସାଙ୍ଗେସାଙ୍ଗେ ବହିଲା ପବନ । ଅବିଶ୍ରାନ୍ତ ବର୍ଷାକୁ ସୁ ସୁ ଗର୍ଜନ କରୁଥିଲା ପବନ । ଅଚାନକ ବଦଳିଗଲା ସବୁକିଛି । ଝଡ ପୂର୍ବରୁ କିଛି ବି ନଥିଲା, ୨୮ ତାରିଖରେ ବାତ୍ୟାର ସଙ୍କେତ ବି ଦିଶୁନଥିଲା ହେଲେ ୨୯ ତାରିଖରେ ମେଘ ମୃତ୍ୟୁର ଦୂତ ହେଇ ମାଡି ଆସିଥିଲା, ପବନ ପ୍ରଳୟ ଆଣିଲା । ମହାବାତ୍ୟା ସମୁଦ୍ରରୁ ସ୍ଥଳଭାଗକୁ ମାଡ଼ିଆସି ସବୁକିଛି ଛାରଖାର କରିଦେଲା । ବାସ୍ ତାପରର ଚିତ୍ର ସବୁ କଣ ଥିଲା ସମସ୍ତେ ଜାଣନ୍ତି । ୧୯୯୯ ମହାବାତ୍ୟାର କଥା ଆଜି ବି ଅଭୁଲା ।
/filters:format(webp)/sambad/media/media_files/2025/10/28/october-2025-10-28-17-03-54.webp)
ସେଦିନ ଥିଲା ବି ଅକ୍ଟୋବର ୨୮
ରାତି ପାହିଲେ ସେହି କଳା ଦିନକୁ ୨୬ ବର୍ଷ ପୂରିବ । ଆଉ ୨୬ ବର୍ଷ ପୂରଣ ପୂର୍ବରୁ ଆଜିର ରାତି ସେଦିନର ସେହି ୨୮ ତାରିଖର କଥାକୁ ମନେପକାଇ ଦେଇଛି । ସେଦିନ ସିନା ସବୁକିଛି ନିରବ ଥିଲା ମାତ୍ର ଆଜି ସେହି ୨୮ ତାରିଖରେ ସେମିତି ଏକ ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡୁଛି । ବାତ୍ୟା ମୋନ୍ଥା ଯଦିଓ କାକିନାଡାରେ ଲ୍ୟାଣ୍ଡଫଲ କରିସାରିଛି ଆଉ ତାର ପ୍ରକ୍ରିୟା ଜାରି ରହିଛି । ଯାହା ଫଳରେ ପବନ ଏବଂ ବର୍ଷା ଲାଗି ରହିଛି । କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପକ୍ରିୟା । ପବନ ୯୦ରୁ ୧୦୦ କିମି ବେଗରେ ବହୁଛି । ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ସରିବ ବୋଲି କୁହାଯାଉଥିବା ବେଳେ ଆନ୍ଧ୍ରର ୭ଟି ଜିଲ୍ଲାରେ ଆଜି ରାତି ସାଢେ ୮ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସହ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।
ଆହୁରି ପଢନ୍ତୁ-
ଏପଟେ ଓଡିଶାରେ ସଜାଗ ଅଛନ୍ତି ସରକାର, ସତର୍କ ରହିଛି ପ୍ରଶାସନ । ବାତ୍ୟା ମୁକାବିଲା ପାଇଁ ସମସ୍ତେ ଆଗୁଆ ପଦକ୍ଷେପ ନିଆଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯେଉଁଠି ଗଛ ଭାଙ୍ଗୁଛି ସେଠି ସଙ୍ଗେ ସଙ୍ଗେ ଅଗ୍ନିଶମ ଟିମ୍ ରାସ୍ତା ସଫା କରୁଛି । ମୋଟାମୋଟି କହିବାକୁ ଗଲେ ଆଜି ମାନେ ୨୮ ଅକ୍ଟୋବରରେ ଏକପ୍ରକାର ହଲଚଲ ଦେଖିବାକୁ ମିଳିଛି ମାତ୍ର ୨୬ ବର୍ଷ ତଳେ ମାନେ ୧୯୯୯ର ମହାବାତ୍ୟା ପୂର୍ବରୁ ୨୮ ତାରିଖ ଥିବା ଝଡ ପୂର୍ବର ନିରବତା ଦିନ । ସବୁକିଛି ଥିଲା ଶୂନଶାନ ।
ଆହୁରି ପଢନ୍ତୁ-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/28/october-28-1999-2025-10-28-21-08-45.jpg)