ସେପ୍ଟେମ୍ବର ସୁଦ୍ଧା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ପ୍ରସ୍ତୁତ କରିବେ ସୁପର୍‌ ଫାଷ୍ଟ୍‌ କରୋନାଭାଇରସ୍ ପ୍ରତିଷେଧକ ଟିକା

Advertisment
ସେପ୍ଟେମ୍ବର ସୁଦ୍ଧା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ପ୍ରସ୍ତୁତ କରିବେ ସୁପର୍‌ ଫାଷ୍ଟ୍‌ କରୋନାଭାଇରସ୍ ପ୍ରତିଷେଧକ ଟିକା

Image Source: Livemint

ସେପ୍ଟେମ୍ବର ମାସ ସୁଦ୍ଧା କରୋନାଭାଇରସ୍‌ ପ୍ରତିଷେଧକ ଟିକା ମିଳବ ବୋଲି ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସ୍‌ ଜରିଆରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ପ୍ରଫେସର୍‌ ସାରା ଜିଲ୍‌ବର୍ଟ କହିଛନ୍ତି।। ସେ କହିଛନ୍ତି ଯେ ତାଙ୍କ ଟିମ୍ ନିଶ୍ଚିନ୍ତ ଯେ ‘ସିଏଚ୍ଏଡିଓଏକ୍ସ-ୱାନ୍’ ଟିକା କରୋନାଭାଇରସ୍ ବିପକ୍ଷରେ କାମ କରିବ। ଏବଂ ସେପ୍ଟେମ୍ବର ମାସ ସୁଦ୍ଧା ଅକ୍ସଫୋର୍ଡ ଭ୍ୟାକ୍ସିନ୍‌ ଗ୍ରୁପ୍ ଏକ ନିୟୁତ ଟିକା ଉତ୍ପାଦନ କରିପାରିବ।

ଇଂଲଣ୍ଡ୍ ସରକାରଙ୍କ ପୃଷ୍ଠପୋଷକତାରେ ପ୍ରସ୍ତୁତି ହେଉଥିବା ଏହି ଟିକାର ଡାକ୍ତରୀ ପରୀକ୍ଷଣ ଆସନ୍ତା ସପ୍ତାହରେ କରାଯିବ। ତେଣୁ ଏହାର କାର୍ଯ୍ୟ ଦକ୍ଷତା ଉପରେ ଏବେ ଠାରୁ ନିଶ୍ଚିତ ହୋଇପାରିବା ନାହିଁ ବୋଲି ସେଠାକାର ବ୍ରିଟିସ୍ ସରକାର କହିଛି।

ଟିକାଟିଏ ବିକଶିତ କରି ପ୍ରସ୍ତୁତ କରିବାକୁ ୧୨ ରୁ ୧୮ ମାସ ଲାଗିବ ବୋଲି ସବୁଠୁ ବଡ଼ ବିଶେଷଜ୍ଞମାନେ କହୁଥିଲା ବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏହି ବୈଜ୍ଞାନିକ ଦଳ ଅଭୂତପୂର୍ବ ବେଗରେ ଗବେଷଣା ଚଳାଇଛନ୍ତି। ବର୍ଷ ବର୍ଷର କାମକୁ ସଂକ୍ଷିପ୍ତ ମାସକରେ ସମାପନ କରାଯାଉଛି। ସମଗ୍ର ବିଶ୍ବରେ ପ୍ରାୟ ୮୦ଟି ଗ୍ରୁପ୍ କରୋନାଭାଇରସ୍‌ ପ୍ରତିଷେଧକ ଟିକା ଉଦ୍ଭାବନ କରିବାରେ ଲାଗିପଡ଼ିଛନ୍ତି।

publive-image Image Courtesy of Financial Times

ଟିକାର କାର୍ଯ୍ୟ ହେଲା ଶରୀରରେ କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ବି‌ରୋଧରେ ପ୍ରତିରୋଧକ ଶକ୍ତି ବଢ଼ାଇ ଦେବା। ଫଳରେ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଶରୀରରେ ଭାଇରସ୍ ଆଉ ରୋଗ ସୃଷ୍ଟି କରିପାରିବ ନାହିଁ। ସେହି ନ୍ୟାୟରେ ଯଦି ଅକ୍ସଫୋର୍ଡ ବୈଜ୍ଞାନିକମାନଙ୍କର ଟିକା ଫଳପ୍ରଦ ହୁଏ ଏବଂ ସମସ୍ତେ ନିଅନ୍ତି ତା’ହେଲେ ଆଉ ‌ସଂକ୍ରମଣ ବ୍ୟାପୀବ ନାହିଁ କି, ଲୌକିକ ବା ଗଣ ଦୂରତା ଭଳି ପଦକ୍ଷେପ ଆଉ ଆବଶ୍ୟକ ପଡ଼ିବ ନାହିଁ।

ଅକ୍ସଫୋର୍ଡ ବୈଜ୍ଞାନିକମାନେ ଗୋଟାଏ ସିମ୍ପାଞ୍ଜି ଭୂତାଣୁର ଗୁଣସୂତ୍ର ପରିବର୍ତ୍ତନ କରି କରୋନାଭାଇରସ୍ ଟିକାର ଆଧାର ବା ବେସ୍ ପ୍ରସ୍ତୁତ କରିଛନ୍ତି। ତା’ପରେ ଏହି ଗୁଣସୂତ୍ର ପରିବର୍ତ୍ତିତ ସିମ୍ପାଞ୍ଜି ଭୂତାଣୁରେ ନୂଆ କରୋନାଭାଇରସ୍‌ର କିଛି ଅଂଶ ସଂଯୋଗ କରିଛନ୍ତି। ତେଣୁ ଏହି ଟିକା ନିରାପଦ ଭାବେ କରୋନାଭାଇରସ୍‌ ବିରୋଧରେ ଲଢ଼ିବାକୁ ଶରୀର ରୋଗ ପ୍ରତିରୋଧକ ଶକ୍ତିକୁ ତାଲିମ ଦେବ ବୋଲି ସେମାନେ ଆଶାବାଦୀ। ଗବେଷକମାନଙ୍କ ନେତୃତ୍ବ ନେଉଥିବା ପ୍ରଫେସର୍‌ ସାରା ଜିଲ୍‌ବର୍ଟ କହିନ୍ତି ଯେ ଏହି କୌଶଳ ଫଳପ୍ରଦ ହେବ ବୋଲି ସେ ୮୦% ଆଶାବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe