ବଜାରକୁ ଆସିଲାଣି ପୁଷ୍ପା ପୋଷ୍ଟର ଥିବା ଶାଢ଼ି

ବଜାରକୁ ଆସିଲାଣି ପୁଷ୍ପା ପୋଷ୍ଟର ଥିବା ଶାଢ଼ି

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରସ୍ମିକା ମନ୍ଦାନାଙ୍କ ସିନେମା ‘ପୁଷ୍ପା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ‘ପୁଷ୍ପା’ ସିନେମାର ସଂଳାପ ଓ ଅଭିନୟକୁ ଲୋକମାନେ ବେଶ ଅନୁସରଣ କରୁଥିବା ବି ସୋସିଆଲ ମିଡିଆ‌ରେ ଦେଖିବାକୁ ମିଳୁଛି। ଏହି କ୍ରମରେ ପୁଷ୍ପାର ପ୍ରଭାବ ଏସିଆର ସବୁଠାରୁ ବଡ଼ କପଡ଼ା ମଣ୍ଡି ସୁରଟରେ ବି ଦେଖିବାକୁ ମିଳିଛି।

ସୁରଟର କପଡ଼ା ମଣ୍ଡିରେ ‘ପୁ‌ଷ୍ପା’ ପୋଷ୍ଟର ଭଳି ଶାଢ଼ି ତିଆରି କରାଯାଉଛି। ଏଭଳି ଶାଢ଼ିର ବହୁତ ଚାହିଦା ଥିବ ବି କୁହାଯାଉଛି। ସୁରଟରେ ଚରଣଜିତ କ୍ରିଏସନ ନାମରେ ଶାଢ଼ିର ବ୍ୟବସାୟ କରୁଥିବା ଚରଣପାଲ ସିଂହ ‘ପୁଷ୍ପା’ ସିନେମା ‌ପୋଷ୍ଟର ଭଳି ଶାଢ଼ି ତିଆରି କରିଛନ୍ତି। ‘ପୁଷ୍ପା’ର ଲୋକପ୍ରିୟତାକୁ ଦେଖି ସେ ପ୍ରଥମେ ଏଭଳି ଦୁଇଟି ଶାଢ଼ି ତିଆରି କରି, ତାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଶାଢ଼ିର ଏହି ପୋଷ୍ଟ ପରେ ତାଙ୍କ ପାଖକୁ ପୁଷ୍ପା ପୋଷ୍ଟର ଥିବା ଶାଢ଼ି ପାଇଁ ଅନେକ କଲ ଆସିଥିଲା। ଯାହାକୁ ଆଧାର କରି ସେ ଏଭଳି ଅନେକ ଶାଢ଼ି ତିଆରି କରିବା ଆରମ୍ଭ କରିଥିଲେ। ଏହି ପୁଷ୍ପା ଶାଢ଼ି ପାଇଁ ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ବିହାର ରାଜ୍ୟରୁ ଅନେକ କପଡ଼ା ବ୍ୟବସାୟୀ ଅର୍ଡର ଦେଉଛନ୍ତି। ଆଉ ଅର୍ଡର ନେଇବି ସାରିଲେଣି। ଗ୍ରାହକମାନଙ୍କ ମଧ୍ୟରେ ‌ବି ପୁଷ୍ପା ଶାଢ଼ି ପ୍ରତି ବେଶ ଚାହିଦା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe