ଏଣିକ ବୃଦ୍ଧି ପାଉଥିବା ଗ୍ୟାସ୍‌ ଦରକୁ କରନ୍ତୁ ବେଖାତିର୍‌; ଘରକୁ ଆଣନ୍ତୁ ଏହି ସୋଲାର୍‌ ଷ୍ଟୋଭ୍‌

Advertisment
ଏଣିକ ବୃଦ୍ଧି ପାଉଥିବା ଗ୍ୟାସ୍‌ ଦରକୁ କରନ୍ତୁ ବେଖାତିର୍‌; ଘରକୁ ଆଣନ୍ତୁ ଏହି ସୋଲାର୍‌ ଷ୍ଟୋଭ୍‌

www.aajtak.in

ନୂଆଦିଲ୍ଳୀ: ରାନ୍ଧଣା ଗ୍ୟାସ୍‌ର ଦର ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି। ଆଗରୁ ହିଁ ଗ୍ୟାସ୍‌ର ଦର ଆକାଶଛୁ୍ଆଁ ରହିଥିବା ‌ବେଳେ ଏବେ ବର୍ଦ୍ଧିତ ଦର ଆହୁରି ବାଧୁଛି। ସବୁ କିଛି ଧୀରେ ଧୀରେ ମହଙ୍ଗା ହୋଇ ଚାଲିଥିବା କାରଣରୁ ଲୋକେ ଭବିଷ୍ୟତ ପାଇଁ ଚାହିଁକି ବି କିଛି ସଞ୍ଚୟ ରଖିପାରୁନାହାନ୍ତି। ମାତ୍ର ‌ଏବେ ଗ୍ୟାସ୍‌ ଖର୍ଚ୍ଚ କମ୍‌ କରିବାର ଏକ ଉପାୟ ନଜର ଅ‌ାସୁଛି। ଏଥିପାଇଁ ଆପଣଙ୍କୁ ମାତ୍ର ଥରୁଟିଏ ଟିକେ ଅଧିକ ଟଙ୍କା ଖର୍ଚ୍ଚ କରି ସୋଲାର୍‌ ଗ୍ୟ‌ାସ୍‌କୁ ନିଜ ଘର ପାଇଁ କିଣିବାକୁ ପଡ଼ିବ।

ସୋଲାର୍‌ ଗ୍ୟାସ୍‌ ହେଉଛି ଏକ ଇନ୍‌ଡୋର୍‌ କୁକିଂ ସିଷ୍ଟମ୍‌। ଏହାକୁ ସରକାରୀ ତୈଳ କମ୍ପାନି ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’ ତିଆରି କରିଛି। ଏହି ସୋଲାର ଷ୍ଟୋଭ୍‌ର ନାମ ‘ସୂର୍ଯ୍ୟ ନୂତନ’ ରଖ‌ାଯାଇଛି। ଏହାର ଗୋଟାଏ ୟୁନିଟ୍‌ ବା ଷ୍ଟୋଭ୍‌କୁ ଆପଣ ନିଜ ରୋଷେଇଘରେ ଲଗାଇ ପାରିବେ। ଅନ୍ୟ ୟୁନିଟ୍‌କୁ ଖରାରେ ରଖିବାକୁ ହେବ। ଖରାରେ ଚାର୍ଜ ହେବା ପରେ ରୋଷେଇଘରେ ଥିବା ୟୁନିଟ୍‌କୁ ଏହା ଶକ୍ତି ଯୋଗାଇବ। ଏପରି ଏକ ଷ୍ଟୋଭ୍‌କୁ ଫରିଦାବାଦ୍‌ରେ ଥିବା ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’ ର ଗବେଷଣା ଏବଂ ବିକାଶ କେନ୍ଦ୍ର ତିଆରି କରିଛି।

ଏହି ଷ୍ଟୋଭ୍‌ର ବିଭିନ୍ନ ମଡେଲ ରହିଥିବା ବେଳେ ଏହାର ପ୍ରିମିୟମ୍‌ ମଡେଲ୍‌ ୪ ଜଣ ଲୋକ ବିଶିଷ୍ଟ ଏକ ପରିବାରର ସମସ୍ତ ରୋଷେଇକୁ ତୁଲାଇବାରେ ସମର୍ଥ। ‘ସୂର୍ଯ୍ୟ ନୂତନ’ ର ବେସିକ୍‌ ମଡେଲ୍‌ ଆପଣଙ୍କୁ ୧୨ ହଜାର ଟଙ୍କାରେ ମିଳିଯିବ। ଏହାର ସବୁଠାରୁ ଭଲ ମଡେଲ୍‌ ପାଇଁ ଆପଣଙ୍କୁ ୨୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe