ଏହି କାମ ପାଇଁ ପୁଣି ଥରେ ଚର୍ଚ୍ଚାରେ ‘କେବିସି-୫’ରେ ୫ କୋଟି ଟଙ୍କା ଜିତିଥିବା ସୁଶୀଲ କୁମାର

Advertisment
ଏହି କାମ ପାଇଁ ପୁଣି ଥରେ ଚର୍ଚ୍ଚାରେ ‘କେବିସି-୫’ରେ ୫ କୋଟି ଟଙ୍କା ଜିତିଥିବା ସୁଶୀଲ କୁମାର

Jansatta

ନୂଆଦିଲ୍ଲୀ: ‘କୌନ୍‌ ବନେଗା କରୋଡ଼ପତି’ର ସିଜିନ୍‌-୫ରେ ୫ କୋଟି ଟଙ୍କା ଜିତି ରାତାରାତି ଧନୀ ପାଲଟି ଯାଇଥିଲେ ପ୍ରତିଯୋଗୀ ସୁଶୀଲ କୁମାର। ସେ ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ଏଥର ସେ କିଛି ସାମାଜିକ କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ସୁଶୀଲ କୁମାର ବିହାରରେ ଘରଚଟିଆମାନଙ୍କ ସୁରକ୍ଷା ଦାୟିତ୍ବ ନିଜ ମୁଣ୍ଡକୁ ନେଇଛନ୍ତି। ପୂର୍ବରୁ ସେ ୨୦୧୮ ମସିହାରେ ଗଛ ଲଗାଇବା ଆରମ୍ଭ କରି ଚର୍ଚ୍ଚିତ ହୋଇଥିଲେ। ସେ ୧ ଲକ୍ଷ ଚମ୍ପା ଗଛ ରୋପଣ କରି ରେକର୍ଡ ସୃଷ୍ଟି କରିଥିଲେ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ବିହାର ସରକାର ଘରଚଟିଆର ସଂରକ୍ଷଣ ପୂର୍ବରୁ ଏହାକୁ ରାଜ୍ୟପକ୍ଷୀ ଘୋଷିତ କରିଛନ୍ତି। ଧୀରେ ଧୀରେ ଏହି ପ୍ରଜାତି ଲୋପ ପାଇ ଯାଉଥିବାରୁ ଏହାକୁ ବଞ୍ଚାଇ ରଖିବାର ଅଭିଯାନ ଆରମ୍ଭ ହୋଇଛି। ସୁଶୀଲ କୁମାର ଏହି ଘରଚଟିଆମାନଙ୍କ ସଂରକ୍ଷଣ କରିବାକୁ ତାଙ୍କ ଜିଲ୍ଲା ମୋତିହାରୀରେ ଅଭିଯାନ ଆରମ୍ଭ କରିଛନ୍ତି।

ସଂରକ୍ଷଣ ଅଭିଯାନ ପାଇଁ ସୁଶୀଲ ପ୍ରତିଦିନ ନିଜ ସ୍କୁଟି ନେଇ ଘରୁ ବାହାରି ଯାଆନ୍ତି। ସାଥିରେ ନେଇ ଯାଆନ୍ତି ଗରଚଟିଆ ବସା। ସେ ଘର ‌ଘର ବୁଲି ନିଜ ସହଯୋଗୀଙ୍କ ସହ ମିଶି ଘରଚଟିଆ ବସା ଲଗାଇଥାନ୍ତି। ପ୍ରଥମେ ସେ ଏହି ବସା ଅନ୍‌ଲାଇନ୍‌ରୁ ମଗାଉଥିଲେ। ଏବେ ସେ ନିଜେ ଏହାକୁ ତିଆରି କରୁଛନ୍ତି। ତାଙ୍କ କହିବା କଥା ହେଉଛି ଏହି ବସା ଲଗାଇବାରୁ ଘରଚଟିଆ ଆସି ସେଠାରେ ରହୁଛନ୍ତି। ସେ ଏହି ପ୍ରେରଣା ସୋସିଆଲ୍‌ ମିଡିଆରୁ ପାଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe