ବଦଳିଗଲା ଜୀବନ : ‘ଲକଡାଉନ ମତେ ଆହୁରି କର୍ମଚଞ୍ଚଳ କରିଛି’

Advertisment
ବଦଳିଗଲା ଜୀବନ : ‘ଲକଡାଉନ ମତେ ଆହୁରି କର୍ମଚଞ୍ଚଳ କରିଛି’

‘କରୋନା ଏକ ଅଜଣା ଶତ୍ରୁ ସହ ଯୁଦ୍ଧ କରିବାର ‌ବେଳା। ଆମେ ସମସ୍ତେ ଜଣେ ଜଣେ ସୈନିକ। ତେବେ ଏ ଲକଡାଉନ ମତେ ଆହୁରି କର୍ମଚଞ୍ଚଳ କରେଇ ଦେଇଛି। ୟୁ-ଟ୍ୟୁବର ବିଭିନ୍ନ ପ୍ରକାର ଗୀତର ଗାୟନ ଶୈଳୀକୁ ଦେଖି କିଛି ଶିଖିବାକୁ ମିଳୁଛି। ଦିଲ୍ଲୀରେ ରହୁଥିବାବେ‌ଳେ ରୋଷେଇ କରିବା ସହ ସନ୍ଧ୍ୟାରେ ଯୋଗ, ପ୍ରାଣାୟମ କରୁଛି। କିଛି ଇଂରାଜୀ ସିନେମା, କଳାତ୍ମକ ଚଳଚ୍ଚିତ୍ର ଦେଖୁଛି। କରୋନା ଲକଡାଉନ ସମୟରେ ଏ ଯୁଦ୍ଧର ନେତୃତ୍ବ ନେଉଥିବା ଆଗଧାଡ଼ିର ବ୍ୟକ୍ତିମାନଙ୍କ ପାଇଁ ଗୀତଟିଏ ପ୍ରସ୍ତୁତ କରିଛି,’ ବୋଲି କହିଛନ୍ତି ସୁନାମଧନ୍ୟା କଣ୍ଠଶିଳ୍ପୀ ସୁସ୍ମିତା ଦାସ।

ସେ କହିଛନ୍ତି ଯେ, ‘ ମୋର ଦୁଇ ଝିଅ ଜର୍ମାନି ଓ ମୁମ୍ବାଇରେ ଥିଲେ ହେଁ ଆମେ କନ୍‌‌ଫରେନ୍ସରେ ସବୁବେଳେ କଥା ହୋଇ ପରସ୍ପର ସହ ଭାବ ଆଦାନ ପ୍ରଦାନ କରୁଛୁ। ପ୍ରଥମରୁ ମତେ ବି ଏହା ବୋଝ ଭଳି ଲାଗୁଥିଲା। କିନ୍ତୁ ଖୁସି ରହିବା ପାଇଁ ମୁଁ ନିଜେ ବାଟ ବାହାର କଲି। ଏବେ ସମୟ ମୋ’ର ଭଲରେ କଟୁଛି। ଆଗକୁ ମଧ୍ୟ ସଂଗୀତ ରେକର୍ଡ କରିବା ନେଇ ଯୋଜନା ରଖିଛି। ବେଳେବେଳେ ଏମିତି ଖରାପ ସମୟ ଆସେ ଏବଂ ପରେ ଏକ ଭଲ ସମୟ ଉପନୀତ ହୁଏ। ତେଣୁ ଭାଙ୍ଗିପଡ଼ିଲେ ହେବ ନାହିଁ। ’

ସୁସ୍ମିତା ଦାସ, କଣ୍ଠଶିଳ୍ପୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe