ପ୍ରକାଶ ପାଇଲା ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା, ସ୍ଥାନ ପାଇଲା ଓଡ଼ିଶା ଝିଅ ସୁସ୍ମିତା ମହାନ୍ତିଙ୍କ ନାଁ

Advertisment
ପ୍ରକାଶ ପାଇଲା ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା, ସ୍ଥାନ ପାଇଲା ଓଡ଼ିଶା ଝିଅ ସୁସ୍ମିତା ମହାନ୍ତିଙ୍କ ନାଁ

ଭୁବନେଶ୍ୱର : ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଲା ଓଡ଼ିଆ ଝିଅ ସୁସ୍ମିତା ମହାନ୍ତିଙ୍କ ନାଁ । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ୭ ଭାରତୀୟ ମହିଳା ରହିଛନ୍ତି । ଯେଉଁଥିରେ ସୁସ୍ମିତାଙ୍କ ନାଁ ମଧ୍ୟ ରହିଛି । ସ୍ପେଶ ଓ୍ଵମେନ୍‌ ନାମରେ ଜଣାଶୁଣା ସୁସ୍ମିତା ଦେଶରେ ପ୍ରଥମ ସ୍ପେଶ ଷ୍ଟାର୍ଟଅପ୍‌ ଆରମ୍ଭ କରି ଚର୍ଚ୍ଚାକୁ ଆସିଥିଲେ । ଇସ୍ରୋର ପୂର୍ବତନ ବୈଜ୍ଞାନିକ ନୀଳମଣି ମହାନ୍ତିଙ୍କ ଝିଅ ସୁସ୍ମିତା ଏହା ପୂର୍ବରୁ ବିଭିନ୍ନ ଦେଶର ସରକାରୀ ଓ ବେସରକାରୀ ମହାକାଶ ସଂସ୍ଥା ସହ କାମ କରିଛନ୍ତି ।

publive-imageବୋଇଂ, ନାସା, ଇରୋପୀୟ ସ୍ପେଶ ଏଜେନ୍‌ସି, ଇସ୍ରୋ ଭଳି ବଡ଼ ବଡ଼ ମହାକାଶ ସଂସ୍ଥା ସହ କାମ କରିଥିବା ସୁସ୍ମିତା ୨୦୦୮ରେ ଦେଶରେ ପ୍ରଥମକରି ନିଜସ୍ୱ ସ୍ପେଶ ଷ୍ଟାର୍ଟଅପ୍‌ ‘ଆର୍ଥ ଟୁ ଅରବିଟ୍‌’ ଆରମ୍ଭ କରିଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌, ଅହମ୍ମଦାବାଦରୁ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସୁସ୍ମିତା ଫ୍ରାନ୍‌ସ, ସ୍ୱିଡେନ ଭଳି ଦେଶରୁ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଏବେ ସେ ନିଜର ମହାକାଶ ସଂସ୍ଥା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ପଛର କାରଣ ଓ ଏହାକୁ କିଭଳି ରୋକାଯାଇପାରିବ ତାହା ଉପରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି । ସୁସ୍ମିତା ବିଶ୍ୱର ପ୍ରଥମ ମହିଳା ମହାକାଶ ଉଦ୍ୟୋଗପତି ଯିଏ ୩ଟି ମହାଦେଶରେ ନିଜର କମ୍ପାନି ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe