ନିଜ ଉପରେ ଭରସା ରଖୁନଥିବା ବ୍ୟକ୍ତି ପାଇଁ ଭଗବାନ ସତ୍ତାହୀନ, ଜାଣନ୍ତୁ ସ୍ୱାମୀ ବିବେକାନନ୍ଦଙ୍କର କିଛି ପ୍ରେରଣାଦାୟୀ ବାଣୀ

Advertisment
ନିଜ ଉପରେ ଭରସା ରଖୁନଥିବା ବ୍ୟକ୍ତି ପାଇଁ ଭଗବାନ ସତ୍ତାହୀନ, ଜାଣନ୍ତୁ ସ୍ୱାମୀ ବିବେକାନନ୍ଦଙ୍କର କିଛି ପ୍ରେରଣାଦାୟୀ ବାଣୀ

ବେଳେବେଳେ ବ୍ୟକ୍ତି ଠିକ୍‌ ଭୁଲ୍‌ ଭିତରର ଫରକ ଜାଣିପାରିଥିଲେ ମଧ୍ୟ ସହଜରେ ନିର୍ଣ୍ଣୟ ନେଇ ପାରିନଥାନ୍ତି। ମନ ଓ ବିବେକ୍‌ ଯୁଦ୍ଧରେ କାହାକୁ ସମର୍ଥନ କରିବେ ଏ ନେଇ ସୃଷ୍ଟି ହୋଇଥାଏ ଏକ ବିଷମ ଦ୍ୱନ୍ଦ୍ୱ। ମାତ୍ର ନିମ୍ନରେ ସ୍ୱାମୀ ବିବେକାନନ୍ଦଙ୍କର କିଛି ମୂଲ୍ୟବାନ ବାଣୀ ଉଲ୍ଲେଖ କରାଯାଇଛି। ଯାହାକୁ ପଢ଼ିିବା ପରେ ଆପଣ ସହଜରେ ନେଇପାରିବେ ବଡ଼ ବଡ଼ ନିଷ୍ପତ୍ତି।

-ନିଜେ ନିଜର ସାମର୍ଥ୍ୟ ବଢ଼ାଇବାକୁ ହେବ। ଆମ ସାମର୍ଥ୍ୟ ବଢ଼ାଇବା ପାଇଁ ଦୁନିଆର କୌଣସି ଶିକ୍ଷକ ସମର୍ଥ ହେବେ ନାହିଁ; ଯେପର୍ଯ୍ୟନ୍ତ ଆମେ ନିଜେ ନିଜର ଅନ୍ତର କଥା ଶୁଣି ଚେଷ୍ଟା ନ କରିଛେ। ନିଜର ଆତ୍ମା ହିଁ ବ୍ୟକ୍ତିର ପ୍ରଥମ ଗୁରୁ।

-ମତ୍ସିଷ୍କ ଆଉ ହୃଦୟ ଭିତରେ ଲାଗିଥିବା ଯୁଦ୍ଧରେ ହୃଦୟକୁ ସମର୍ଥନ କରିବା ଉଚିତ୍‌।

publive-image

-ଜଣେ ନାୟକ ପରି ବଞ୍ଚିବା; ଭୟକୁ ବହୁ ଦୂରକୁ ଫିଙ୍ଗି ଦେବା।

-ଉଠିବା, ଚାଲିବା ଓ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅଟକିବା ନାହିଁ।

-ବିଶ୍ୱର ସମସ୍ତ ଶକ୍ତି ଆମ ନିଜସ୍ୱ। ଆମେ ନିଜ ଆଖିରେ ନିଜେ ହାତ ରଖି ଅନ୍ଧାର ବୋଲି କହି କାନ୍ଦି ଥାଉ; ଆଖି ଖୋଲ, ଏ ଆଲୋକ ଆମର।

-ଯେପର୍ଯ୍ୟନ୍ତ ଆମେ ନିଜ ଉପରେ ଭରସା କରିପାରିନେ; ମନେରଖ ସେପର୍ଯ୍ୟନ୍ତ ଭଗବାନ ସତ୍ତାହୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe